ମାଲକାନଗିରିରେ ଛପିଛି ମୌସୁମୀ: ଆହୁରି ୪ ଦିନ ତତାଇବ, ଏଥର ରଜରେ ଗରମ ଓ ଗୁଳୁଗୁଳି

The Sakala Picture
Published On

ଭୁବନେଶ୍ୱର: ରଜ ପୂର୍ବରୁ ତାତିରୁ ମିଳିବନି ମୁକ୍ତି। ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ବର୍ତ୍ତମାନ ତୁଳନାରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବଢ଼଼ିବା ହେତୁ ଆଗକୁ ସ୍ଥିତି ଅସମ୍ଭାଳ ହେବ। ଯାହାଫଳରେ ଗରମ ଗୁଳୁଗୁଳିରେ ଏଥର ରଜ ଫିକା ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ମୌସୁମୀ ଛୁଇଁସାରିଥିବା ନେଇ ଘୋଷଣା କରାଯାଇଥିଲେ ହେଁ ମାଲକାନଗିରିରେ ମୌସୁମୀ ଅଟକି ଯାଇଥିବାପରି ମନେ […]

ଭୁବନେଶ୍ୱର: ରଜ ପୂର୍ବରୁ ତାତିରୁ ମିଳିବନି ମୁକ୍ତି। ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ବର୍ତ୍ତମାନ ତୁଳନାରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବଢ଼଼ିବା ହେତୁ ଆଗକୁ ସ୍ଥିତି ଅସମ୍ଭାଳ ହେବ। ଯାହାଫଳରେ ଗରମ ଗୁଳୁଗୁଳିରେ ଏଥର ରଜ ଫିକା ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ମୌସୁମୀ ଛୁଇଁସାରିଥିବା ନେଇ ଘୋଷଣା କରାଯାଇଥିଲେ ହେଁ ମାଲକାନଗିରିରେ ମୌସୁମୀ ଅଟକି ଯାଇଥିବାପରି ମନେ ହେଉଛି। କେବେ ସାରା ଓଡ଼ିଶାକୁ ମୌସୁମୀ ଛୁଇଁବ ନେଇ ବିଭାଗର ମୁହଁ ବନ୍ଦ। ମୌସୁମୀ ଛୁଇଁବା ପରେ ମଧ୍ୟ ବର୍ଷା ବଦଳରେ ବିଭାଗ ପକ୍ଷରୁ ଗ୍ରୀଷ୍ମ ଲହରୀ ଆଲର୍ଟ ଜାରି କରାଯାଉଥିବାରୁ ଲୋକଙ୍କ ପାଇଁ ଚିନ୍ତା ବଢ଼଼ିଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ କଲେଜ୍: ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ମାରପିଟ୍

ରାଜ୍ୟରେ ଏଭଳି ସ୍ଥିତି ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ବେଳେ ସୋମବାର ରାଜ୍ୟର ୨୦ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି। ୪୪ ଡିଗ୍ରୀ ସହ ନୂଆପଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ପାରଳାଖେମୁଣ୍ଡି, ବଲାଙ୍ଗିର ଓ ବାରିପଦାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଏଭଳି ପାଗ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ମୌସୁମୀ କେବଳ ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ଆସିଛି। ଏବେ ସ୍ଥିତି ଅନୁକୂଳ ନ ଥିବାରୁ ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରୁନି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ମୌସୁମୀ ଆଗକୁ ବଢ଼଼ିବାର କିଛି ସମ୍ଭାବନା ନାହିଁ। ଏଭଳି ସ୍ଥିତି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ‘ସୁଭଦ୍ରା’ଙ୍କୁ କନ୍ଦାଇଲେ ‘ଅସ୍ମିତା’ ସରକାର: ବନ୍ଦ କରିଦେଲେ ପଲ୍ଲିଶ୍ରୀ ମେଳା

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଗରମ ଜାରି ରହିବ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କିଛି ସ୍ଥାନରେ ତାପମାତ୍ରା ୪୩.୪୪ ଡିଗ୍ରୀ ମଧ୍ୟରେ ରହିବ। ଅନ୍ୟପଟେ ୧୫ରୁ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଏବଂ ୧୬ରୁ ଉତ୍ତରରେ ପାଗ ପରିବର୍ତ୍ତନ ହେବ। ମେଘୁଆ ସହିତ ତାପମାତ୍ରା କମିବ। ୧୫ ପୂର୍ବରୁ ରାଜ୍ୟରେ ମୌସୁମୀ ବର୍ଷା ହେବାର ସମ୍ଭାବନା ନ ଥିବା ବେଳେ ୧୬ରୁ ସର୍ବାଧିକ ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ପାଖାପାଖି ୩୨ ଡିଗ୍ରୀ ରହିବ। ଏହି ତାପମାତ୍ରା ହ୍ରାସ ପାଇଁ ୧୯ ପରେ ଅନେକ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀକୁ ହ୍ରାସ ପାଇବ। ରାଜ୍ୟରେ ପ୍ରାରମ୍ଭରେ ମୌସୁମୀ ବର୍ଷା ଦୁର୍ବଳ ରହିବ। ଉପକୂଳରେ ୧୬-୧୮ ମଧ୍ୟରେ ସମୁଦାୟ ବର୍ଷା ୩୫ ମିମି, ଆଭ୍ୟନ୍ତରୀଣରେ ୧୭-୧୯ ମଧ୍ୟରେ ୬୫ ମିମି ବର୍ଷା ହୋଇପାରେ। ପଶ୍ଚିମବଙ୍ଗରୁ ବିହାର ଓ ପୂର୍ବ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ସୃଷ୍ଟି ହେବ। ଏହା ସ୍ୱାଭାବିକଠାରୁ ଉତ୍ତରରେ ରହିବା ଯୋଗୁଁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ। କିନ୍ତୁ କ୍ରମଶଃ ଏହା ବିସ୍ତୃତ ହେବା ସହିତ ଚତୁର୍ଥ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼଼ିବ। ତଥାପି ଜୁନ୍‌‌ରେ ଚଳିତ ବର୍ଷ ସମୁଦାୟ ବର୍ଷା ୩୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ହୋଇପାରେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରା: ଆସନ୍ତାକାଲି ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ନୂଆପଡ଼ା, ବଲାଙ୍ଗିର, ଗଜପତି, ଗଞ୍ଜାମ, ବୌଦ୍ଧ ଓ ଝାରସୁଗୁଡ଼ା ଆଦିରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବାକୁ ଥିବା ବେଳେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଆଦି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହେବ ବୋଲି କେନ୍ଦ୍ର କହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଉଷ୍ମ ଓ ଆର୍ଦ୍ରପାଣିପାଗ ଜନିତ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ହିଟ ୱେଭ ସ୍ଥିତିକୁ ଦୃଷ୍ଟିରେ ୮ ଜିଲ୍ଲାପାଳଙ୍କୁ ଏସ୍‌‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୫ ଦିନ ରାଜ୍ୟର ଗ୍ରୀଷ୍ମ ଲହରୀ ସ୍ଥିତି ନେଇ ହୋଇଥିବା ଆକଳନ ହୋଇଥିବାରୁ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ଚିଠି ଲେଖାଯାଇଛି। ହିଟ ୱେଭ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକତା ଓ ସତର୍କତାମୂଳକ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି।

11 Jun 2024 By The Sakala

ମାଲକାନଗିରିରେ ଛପିଛି ମୌସୁମୀ: ଆହୁରି ୪ ଦିନ ତତାଇବ, ଏଥର ରଜରେ ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର: ରଜ ପୂର୍ବରୁ ତାତିରୁ ମିଳିବନି ମୁକ୍ତି। ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ବର୍ତ୍ତମାନ ତୁଳନାରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବଢ଼଼ିବା ହେତୁ ଆଗକୁ ସ୍ଥିତି ଅସମ୍ଭାଳ ହେବ। ଯାହାଫଳରେ ଗରମ ଗୁଳୁଗୁଳିରେ ଏଥର ରଜ ଫିକା ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ମୌସୁମୀ ଛୁଇଁସାରିଥିବା ନେଇ ଘୋଷଣା କରାଯାଇଥିଲେ ହେଁ ମାଲକାନଗିରିରେ ମୌସୁମୀ ଅଟକି ଯାଇଥିବାପରି ମନେ ହେଉଛି। କେବେ ସାରା ଓଡ଼ିଶାକୁ ମୌସୁମୀ ଛୁଇଁବ ନେଇ ବିଭାଗର ମୁହଁ ବନ୍ଦ। ମୌସୁମୀ ଛୁଇଁବା ପରେ ମଧ୍ୟ ବର୍ଷା ବଦଳରେ ବିଭାଗ ପକ୍ଷରୁ ଗ୍ରୀଷ୍ମ ଲହରୀ ଆଲର୍ଟ ଜାରି କରାଯାଉଥିବାରୁ ଲୋକଙ୍କ ପାଇଁ ଚିନ୍ତା ବଢ଼଼ିଛି।

ରାଜ୍ୟରେ ଏଭଳି ସ୍ଥିତି ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ବେଳେ ସୋମବାର ରାଜ୍ୟର ୨୦ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି। ୪୪ ଡିଗ୍ରୀ ସହ ନୂଆପଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ପାରଳାଖେମୁଣ୍ଡି, ବଲାଙ୍ଗିର ଓ ବାରିପଦାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଏଭଳି ପାଗ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ମୌସୁମୀ କେବଳ ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ଆସିଛି। ଏବେ ସ୍ଥିତି ଅନୁକୂଳ ନ ଥିବାରୁ ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରୁନି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ମୌସୁମୀ ଆଗକୁ ବଢ଼଼ିବାର କିଛି ସମ୍ଭାବନା ନାହିଁ। ଏଭଳି ସ୍ଥିତି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଗରମ ଜାରି ରହିବ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କିଛି ସ୍ଥାନରେ ତାପମାତ୍ରା ୪୩.୪୪ ଡିଗ୍ରୀ ମଧ୍ୟରେ ରହିବ। ଅନ୍ୟପଟେ ୧୫ରୁ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଏବଂ ୧୬ରୁ ଉତ୍ତରରେ ପାଗ ପରିବର୍ତ୍ତନ ହେବ। ମେଘୁଆ ସହିତ ତାପମାତ୍ରା କମିବ। ୧୫ ପୂର୍ବରୁ ରାଜ୍ୟରେ ମୌସୁମୀ ବର୍ଷା ହେବାର ସମ୍ଭାବନା ନ ଥିବା ବେଳେ ୧୬ରୁ ସର୍ବାଧିକ ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ପାଖାପାଖି ୩୨ ଡିଗ୍ରୀ ରହିବ। ଏହି ତାପମାତ୍ରା ହ୍ରାସ ପାଇଁ ୧୯ ପରେ ଅନେକ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀକୁ ହ୍ରାସ ପାଇବ। ରାଜ୍ୟରେ ପ୍ରାରମ୍ଭରେ ମୌସୁମୀ ବର୍ଷା ଦୁର୍ବଳ ରହିବ। ଉପକୂଳରେ ୧୬-୧୮ ମଧ୍ୟରେ ସମୁଦାୟ ବର୍ଷା ୩୫ ମିମି, ଆଭ୍ୟନ୍ତରୀଣରେ ୧୭-୧୯ ମଧ୍ୟରେ ୬୫ ମିମି ବର୍ଷା ହୋଇପାରେ। ପଶ୍ଚିମବଙ୍ଗରୁ ବିହାର ଓ ପୂର୍ବ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ସୃଷ୍ଟି ହେବ। ଏହା ସ୍ୱାଭାବିକଠାରୁ ଉତ୍ତରରେ ରହିବା ଯୋଗୁଁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ। କିନ୍ତୁ କ୍ରମଶଃ ଏହା ବିସ୍ତୃତ ହେବା ସହିତ ଚତୁର୍ଥ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼଼ିବ। ତଥାପି ଜୁନ୍‌‌ରେ ଚଳିତ ବର୍ଷ ସମୁଦାୟ ବର୍ଷା ୩୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ହୋଇପାରେ ବୋଲି ସେ କହିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ନୂଆପଡ଼ା, ବଲାଙ୍ଗିର, ଗଜପତି, ଗଞ୍ଜାମ, ବୌଦ୍ଧ ଓ ଝାରସୁଗୁଡ଼ା ଆଦିରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବାକୁ ଥିବା ବେଳେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଆଦି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହେବ ବୋଲି କେନ୍ଦ୍ର କହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଉଷ୍ମ ଓ ଆର୍ଦ୍ରପାଣିପାଗ ଜନିତ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ହିଟ ୱେଭ ସ୍ଥିତିକୁ ଦୃଷ୍ଟିରେ ୮ ଜିଲ୍ଲାପାଳଙ୍କୁ ଏସ୍‌‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୫ ଦିନ ରାଜ୍ୟର ଗ୍ରୀଷ୍ମ ଲହରୀ ସ୍ଥିତି ନେଇ ହୋଇଥିବା ଆକଳନ ହୋଇଥିବାରୁ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ଚିଠି ଲେଖାଯାଇଛି। ହିଟ ୱେଭ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକତା ଓ ସତର୍କତାମୂଳକ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର