ଗାଡ଼ି ମାଲିକଙ୍କ ଅଜବ ନାପସନ୍ଦ; ଚଷମା ପିନ୍ଧିଲେ ଚାକିରି ଯିବ; ନ ପିନ୍ଧିଲେ ଦୁର୍ଘଟଣା

The Sakala Picture
Published On

ଭୁବନେଶ୍ୱର: ଚଷମା ପିନ୍ଧିଲେ ଚାକିରୀ ହରାଇବାର ଭୟ। କିନ୍ତୁ ଚଷମା ବ୍ୟବହାର ନ କରିବା ସଡ଼କ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ। ଏକଥା କିଛିଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଗାଡି ଚାଳକ ଚାକିରୀ ପାଇବାକୁ ହେଲେ ଚଷମା ପରିତ୍ୟାଗ କରିବାକୁ ହେବ। କାରଣ ଅଧିକାଂଶ ଗାଡ଼ି ମାଲିକ ଚଷମା ପିନ୍ଧୁ ଥିବା ଚାଳକଙ୍କୁ ନିଯୁକ୍ତି ଦେବାକୁ ଅମଙ୍ଗ ହେଉଛନ୍ତି। ଏକଥା କହିଛନ୍ତି ଖୋଦ୍‍ ପରିବହନ କମିଶନର ଅରୁଣ ବୋଥ୍ରା। ଟ୍ୱିଟ୍‍ କରି ଶ୍ରୀ ବୋଥ୍ରା କହିଛନ୍ତି, […]

ଭୁବନେଶ୍ୱର: ଚଷମା ପିନ୍ଧିଲେ ଚାକିରୀ ହରାଇବାର ଭୟ। କିନ୍ତୁ ଚଷମା ବ୍ୟବହାର ନ କରିବା ସଡ଼କ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ। ଏକଥା କିଛିଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଗାଡି ଚାଳକ ଚାକିରୀ ପାଇବାକୁ ହେଲେ ଚଷମା ପରିତ୍ୟାଗ କରିବାକୁ ହେବ। କାରଣ ଅଧିକାଂଶ ଗାଡ଼ି ମାଲିକ ଚଷମା ପିନ୍ଧୁ ଥିବା ଚାଳକଙ୍କୁ ନିଯୁକ୍ତି ଦେବାକୁ ଅମଙ୍ଗ ହେଉଛନ୍ତି। ଏକଥା କହିଛନ୍ତି ଖୋଦ୍‍ ପରିବହନ କମିଶନର ଅରୁଣ ବୋଥ୍ରା। ଟ୍ୱିଟ୍‍ କରି ଶ୍ରୀ ବୋଥ୍ରା କହିଛନ୍ତି, କମ୍‍ ଦୃଷ୍ଟି ଶକ୍ତି ଯୋଗୁଁ ଅନେକ ସଡ଼କ ଦୁର୍ଘଟଣା ଘଟୁଛି। କିନ୍ତୁ ଚଷମା ପିନ୍ଧୁଥିବା ବୃତ୍ତିଗତ ଗାଡ଼ି ଚାଳକଙ୍କ ସଂଖ୍ୟା ବହୁତ କମ। ସେମାନଙ୍କର ଏହା ଧାରଣା ରହିଛି ଯେ ଗାଡ଼ି ଚାଳକ ଚଷମା ବ୍ୟବହାର କଲେ ଚାକିରୀ ହରାଇବାକୁ ପଡ଼ିପାରେ। ଏପରି ଚିନ୍ତାଧରା ସଡ଼କରେ ଲୋକଙ୍କ ଜୀବନ ନେଉଛି ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ: ନ୍ୟାୟ ଦାବିରେ ସାଇକେଲରେ ୧୫କି.ମି ବୁହାହେଲା ମୃତଦେହ

ମୋଟର ଯାନ ନିୟମ ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ସମୟରେ ଗାଡ଼ି ଚାଳକଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରାଯାଇ ନଥାଏ। ତେବେ ୬୦ ବର୍ଷ ପରେ ଡାଇଭିଂ ଲାଇସେନ୍ସ ନବୀକରଣ କରିବା ସମୟରେ ଚକ୍ଷୁ ପରୀକ୍ଷା ରିପୋର୍ଟ ଦେବାକୁ ହୋଇଥାଏ। ବିଭିନ୍ନ ରୋଗ ପାଇଁ ହେଉ ଅବା ଅଧିକ ବୟସ ପାଇଁ; ଦୃଷ୍ଟି ଶକ୍ତି ହ୍ରାସ ପାଇବା ପଛରେ ଅନେକ କାରଣ ରହିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ପରିବହନ ବିଭାଗ ଗାଡ଼ି ଓ ଚାଳକଙ୍କର ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିଲେ ସୁଦ୍ଧା ଚକ୍ଷୁ ପରୀକ୍ଷା କରିବାର ନିୟମ ନାହିଁ କି ବ୍ୟବସ୍ଥା ବି ନାହିଁ। ଅନ୍ୟପଟେ ଓଡ଼ିଶାରେ ଗାଡ଼ି ଚାଳକ ବିଶେଷକରି ଭାରୀ ଯାନ ଚଳାଉଥିବା ବ୍ୟକ୍ତି ଚଷମା ପିନ୍ଧିଥିବା ଦୃଶ୍ୟ ବିରଳ। ଗାଡ଼ି ଚାଳକ କେବଳ ସାମଗ୍ରୀ ପରିବହନ କରିନଥାନ୍ତି, ଶତାଧିକ ଲୋକଙ୍କୁ ମଧ୍ୟ ପରିବହନ କରିଥାନ୍ତି। ସେମାନଙ୍କ ବ୍ୟତୀତ ରାସ୍ତା ବ୍ୟବହାର କରୁଥିବା ଲୋକଙ୍କ ଧନ ଜୀବନର ସୁରକ୍ଷା ମଧ୍ୟ ସେମାନଙ୍କ ଉପରେ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ

17 May 2022 By The Sakala

ଗାଡ଼ି ମାଲିକଙ୍କ ଅଜବ ନାପସନ୍ଦ; ଚଷମା ପିନ୍ଧିଲେ ଚାକିରି ଯିବ; ନ ପିନ୍ଧିଲେ ଦୁର୍ଘଟଣା

ଭୁବନେଶ୍ୱର: ଚଷମା ପିନ୍ଧିଲେ ଚାକିରୀ ହରାଇବାର ଭୟ। କିନ୍ତୁ ଚଷମା ବ୍ୟବହାର ନ କରିବା ସଡ଼କ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ। ଏକଥା କିଛିଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଗାଡି ଚାଳକ ଚାକିରୀ ପାଇବାକୁ ହେଲେ ଚଷମା ପରିତ୍ୟାଗ କରିବାକୁ ହେବ। କାରଣ ଅଧିକାଂଶ ଗାଡ଼ି ମାଲିକ ଚଷମା ପିନ୍ଧୁ ଥିବା ଚାଳକଙ୍କୁ ନିଯୁକ୍ତି ଦେବାକୁ ଅମଙ୍ଗ ହେଉଛନ୍ତି। ଏକଥା କହିଛନ୍ତି ଖୋଦ୍‍ ପରିବହନ କମିଶନର ଅରୁଣ ବୋଥ୍ରା। ଟ୍ୱିଟ୍‍ କରି ଶ୍ରୀ ବୋଥ୍ରା କହିଛନ୍ତି, କମ୍‍ ଦୃଷ୍ଟି ଶକ୍ତି ଯୋଗୁଁ ଅନେକ ସଡ଼କ ଦୁର୍ଘଟଣା ଘଟୁଛି। କିନ୍ତୁ ଚଷମା ପିନ୍ଧୁଥିବା ବୃତ୍ତିଗତ ଗାଡ଼ି ଚାଳକଙ୍କ ସଂଖ୍ୟା ବହୁତ କମ। ସେମାନଙ୍କର ଏହା ଧାରଣା ରହିଛି ଯେ ଗାଡ଼ି ଚାଳକ ଚଷମା ବ୍ୟବହାର କଲେ ଚାକିରୀ ହରାଇବାକୁ ପଡ଼ିପାରେ। ଏପରି ଚିନ୍ତାଧରା ସଡ଼କରେ ଲୋକଙ୍କ ଜୀବନ ନେଉଛି ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ମୋଟର ଯାନ ନିୟମ ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ସମୟରେ ଗାଡ଼ି ଚାଳକଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରାଯାଇ ନଥାଏ। ତେବେ ୬୦ ବର୍ଷ ପରେ ଡାଇଭିଂ ଲାଇସେନ୍ସ ନବୀକରଣ କରିବା ସମୟରେ ଚକ୍ଷୁ ପରୀକ୍ଷା ରିପୋର୍ଟ ଦେବାକୁ ହୋଇଥାଏ। ବିଭିନ୍ନ ରୋଗ ପାଇଁ ହେଉ ଅବା ଅଧିକ ବୟସ ପାଇଁ; ଦୃଷ୍ଟି ଶକ୍ତି ହ୍ରାସ ପାଇବା ପଛରେ ଅନେକ କାରଣ ରହିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ପରିବହନ ବିଭାଗ ଗାଡ଼ି ଓ ଚାଳକଙ୍କର ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିଲେ ସୁଦ୍ଧା ଚକ୍ଷୁ ପରୀକ୍ଷା କରିବାର ନିୟମ ନାହିଁ କି ବ୍ୟବସ୍ଥା ବି ନାହିଁ। ଅନ୍ୟପଟେ ଓଡ଼ିଶାରେ ଗାଡ଼ି ଚାଳକ ବିଶେଷକରି ଭାରୀ ଯାନ ଚଳାଉଥିବା ବ୍ୟକ୍ତି ଚଷମା ପିନ୍ଧିଥିବା ଦୃଶ୍ୟ ବିରଳ। ଗାଡ଼ି ଚାଳକ କେବଳ ସାମଗ୍ରୀ ପରିବହନ କରିନଥାନ୍ତି, ଶତାଧିକ ଲୋକଙ୍କୁ ମଧ୍ୟ ପରିବହନ କରିଥାନ୍ତି। ସେମାନଙ୍କ ବ୍ୟତୀତ ରାସ୍ତା ବ୍ୟବହାର କରୁଥିବା ଲୋକଙ୍କ ଧନ ଜୀବନର ସୁରକ୍ଷା ମଧ୍ୟ ସେମାନଙ୍କ ଉପରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର