‘ନିଯୁକ୍ତି ପାଇଁ ଲାଗୁ ହେଉ ୱେଟିଂ ବ୍ୟବସ୍ଥା’

The Sakala Picture
Published On

ଭୁବନେଶ୍ୱର: ନିର୍ଦ୍ଧାରିତ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଉଥିବାବେଳେ ସମସ୍ତ ପଦ ପୂରଣ ହେଉନାହିଁ। ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ବହୁ ପ୍ରାର୍ଥୀ ଚାକିରିରେ ଯୋଗ ଦେଉ ନ ଥିବାରୁ ବହୁ ପଦ ଖାଲି ପଡ଼ୁଛି। ଏପରିକି କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଅନ୍ୟ ଚାକିରି ପାଇଲେ ମଧ୍ୟ ଗୋଟିଏ ପଦ ଖାଲି ରହୁଛି। ଏଣୁ ନିଯୁକ୍ତି ସମୟରେ ପୂର୍ବପରି ୱେଟିଂ ଲିଷ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଆଶାୟୀମାନେ ଦାବି କରିଛନ୍ତି। ଏନେଇ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ […]

ଭୁବନେଶ୍ୱର: ନିର୍ଦ୍ଧାରିତ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଉଥିବାବେଳେ ସମସ୍ତ ପଦ ପୂରଣ ହେଉନାହିଁ। ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ବହୁ ପ୍ରାର୍ଥୀ ଚାକିରିରେ ଯୋଗ ଦେଉ ନ ଥିବାରୁ ବହୁ ପଦ ଖାଲି ପଡ଼ୁଛି। ଏପରିକି କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଅନ୍ୟ ଚାକିରି ପାଇଲେ ମଧ୍ୟ ଗୋଟିଏ ପଦ ଖାଲି ରହୁଛି। ଏଣୁ ନିଯୁକ୍ତି ସମୟରେ ପୂର୍ବପରି ୱେଟିଂ ଲିଷ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଆଶାୟୀମାନେ ଦାବି କରିଛନ୍ତି। ଏନେଇ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ଓଡ଼ିଶା ଲୋକ ସେବା ଆୟୋଗ (ଏପିଏସ୍‌ସି), ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି)ର ନିଯୁକ୍ତି ପାଇଁ ୨୦୨୦ ପୂର୍ବରୁ ୱେଟିଂ ପ୍ରକ୍ରିୟା ଲାଗୁ ହେଉଥିଲା। ଫଳରେ ଫାଙ୍କା ରହି ଯାଉଥିବା ପଦରେ ୱେଟିଂ ତାଲିକାରେ ଥିବା ଆଶାୟୀମାନେ କ୍ରମାନ୍ୱୟରେ ନିଯୁକ୍ତି ପାଉଥିଲେ। ସମସ୍ତ ପଦ ପୂରଣ ହେବା ସହ ବହୁ ପିଲା ନିଯୁକ୍ତି ପାଉଥିଲେ। ଏହା ଉଚ୍ଛେଦ କରିବାରୁ ଅନେକ ପଦ ଖାଲି ରହୁଛି।

ଆହୁରି ପଢ଼ନ୍ତୁ: ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

ନିକଟରେ ବାଟାଲିଅନ୍‌ ଏବଂ ପୁଲିସ୍‌ ଡ୍ରାଇଭର୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ବାଟାଲିଅନ୍‌ରେ ପାଇଥିବା ପ୍ରାୟ ୬୦ଜଣ ପିଲା ଡ୍ରାଇଭର୍‌ ମଧ୍ୟ ପାଇଥିବାରୁ କୌଣସି ଗୋଟିଏ ସ୍ଥାନରେ ଯୋଗଦେବେ। ଫଳରେ ଏ ସବୁ ପଦ ଫାଙ୍କା ରହିବ। ଏଣୁ ୱେଟିଂ ତାଲିକା ବ୍ୟବସ୍ଥା ପୁନଃ ଲାଗୁ କରିବା ପାଇଁ ଆଶାୟୀ ସୁନୀଲ କୁମାର ମିଶ୍ର, ଶୁଭ୍ରଜିତ୍‌ ସାହୁ, ଆଲୋକ ରଥ, ନିବାସ କୁଣ୍ଡୁ, ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ସମେତ ବହୁ ଆଶୟୀ ଦାବିପତ୍ର ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

22 Sep 2025 By The Sakala

‘ନିଯୁକ୍ତି ପାଇଁ ଲାଗୁ ହେଉ ୱେଟିଂ ବ୍ୟବସ୍ଥା’

ଭୁବନେଶ୍ୱର: ନିର୍ଦ୍ଧାରିତ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଉଥିବାବେଳେ ସମସ୍ତ ପଦ ପୂରଣ ହେଉନାହିଁ। ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ବହୁ ପ୍ରାର୍ଥୀ ଚାକିରିରେ ଯୋଗ ଦେଉ ନ ଥିବାରୁ ବହୁ ପଦ ଖାଲି ପଡ଼ୁଛି। ଏପରିକି କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଅନ୍ୟ ଚାକିରି ପାଇଲେ ମଧ୍ୟ ଗୋଟିଏ ପଦ ଖାଲି ରହୁଛି। ଏଣୁ ନିଯୁକ୍ତି ସମୟରେ ପୂର୍ବପରି ୱେଟିଂ ଲିଷ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଆଶାୟୀମାନେ ଦାବି କରିଛନ୍ତି। ଏନେଇ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି।

ଓଡ଼ିଶା ଲୋକ ସେବା ଆୟୋଗ (ଏପିଏସ୍‌ସି), ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି)ର ନିଯୁକ୍ତି ପାଇଁ ୨୦୨୦ ପୂର୍ବରୁ ୱେଟିଂ ପ୍ରକ୍ରିୟା ଲାଗୁ ହେଉଥିଲା। ଫଳରେ ଫାଙ୍କା ରହି ଯାଉଥିବା ପଦରେ ୱେଟିଂ ତାଲିକାରେ ଥିବା ଆଶାୟୀମାନେ କ୍ରମାନ୍ୱୟରେ ନିଯୁକ୍ତି ପାଉଥିଲେ। ସମସ୍ତ ପଦ ପୂରଣ ହେବା ସହ ବହୁ ପିଲା ନିଯୁକ୍ତି ପାଉଥିଲେ। ଏହା ଉଚ୍ଛେଦ କରିବାରୁ ଅନେକ ପଦ ଖାଲି ରହୁଛି।

ନିକଟରେ ବାଟାଲିଅନ୍‌ ଏବଂ ପୁଲିସ୍‌ ଡ୍ରାଇଭର୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ବାଟାଲିଅନ୍‌ରେ ପାଇଥିବା ପ୍ରାୟ ୬୦ଜଣ ପିଲା ଡ୍ରାଇଭର୍‌ ମଧ୍ୟ ପାଇଥିବାରୁ କୌଣସି ଗୋଟିଏ ସ୍ଥାନରେ ଯୋଗଦେବେ। ଫଳରେ ଏ ସବୁ ପଦ ଫାଙ୍କା ରହିବ। ଏଣୁ ୱେଟିଂ ତାଲିକା ବ୍ୟବସ୍ଥା ପୁନଃ ଲାଗୁ କରିବା ପାଇଁ ଆଶାୟୀ ସୁନୀଲ କୁମାର ମିଶ୍ର, ଶୁଭ୍ରଜିତ୍‌ ସାହୁ, ଆଲୋକ ରଥ, ନିବାସ କୁଣ୍ଡୁ, ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ସମେତ ବହୁ ଆଶୟୀ ଦାବିପତ୍ର ପ୍ରଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର