ଭୋଟ୍ ଦେଉଛି ଓଡିଶା : ଦିନ ୧ ଟା ସୁଦ୍ଧା ୩୫.୩୧ ପ୍ରତିଶତ ହୋଇଛି ମତଦାନ

The Sakala Picture
Published On

ଭୁବନେଶ୍ବର : ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧ ପ୍ରତିଶତ ହୋଇଛି ମତଦାନ ହୋଇଛି […]

ଭୁବନେଶ୍ବର : ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧ ପ୍ରତିଶତ ହୋଇଛି ମତଦାନ ହୋଇଛି ।

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରାବେଳେ ବଡ଼ଦାଣ୍ଡରେ ଅଘଟଣ: ଠେଲାପେଲା ପରିସ୍ଥିତିରେ ଜଣେ ଭକ୍ତଙ୍କ ମୃତ୍ୟୁ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧ ପ୍ରତିଶତ ହୋଇଛି ମତଦାନ ହୋଇଥିବା ବେଳେ ଝାରସୁଗୁଡ଼଼ାରେ ସର୍ବାଧିକ ୪୦.୮୦% ଭୋଟିଂ ହୋଇଛି। ସେହିପରି ବରଗଡ଼ରେ ୩୭.୧୯%, ବଲାଙ୍ଗିର-୩୨.୦୪% ଭୋଟିଂ ବୌଦ୍ଧ-୪୦.୬୦%, ଗଞ୍ଜାମ-୩୩.୯୮% ଭୋଟିଂ ଝାରସୁଗୁଡ଼଼ା-୪୦.୮୦%, କନ୍ଧମାଳରେ ୩୨.୫୫%, ନୟାଗଡ଼-୩୭.୮୭%, ସୁବର୍ଣ୍ଣପୁର- ୩୫.୦୧% ଭୋଟିଂ ସୁନ୍ଦରଗଡ଼-୩୬.୩୨%, ଆସ୍କା-୩୫.୫୦% ଭୋଟିଂ ହୋଇଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’: ବ୍ଲାକ୍‌ରେ ବିକ୍ରି ହେଲା ପୁରୀ ରଥଯାତ୍ରା କର୍ଡନ୍‌ ପାସ୍‌

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପ୍ରକ୍ରିୟାରେ ୬୦ ହଜାରରୁ ଉଦ୍ଧ୍ୱର୍ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ମତଦାନ ପାଇଁ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ମୋଟ ୯୧୬୨ ମତଦାନ କେନ୍ଦ୍ର ରହିଛି। ସୁରକ୍ଷା ଦୃଷ୍ଟିକୋଣରୁ ୧୬୮୯ଟି ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ସୁଦ୍ଧା ଭୋଟଗ୍ରହଣ ସରିବ। ସେହିପରି ୫ଟା ସୁଦ୍ଧା ୯୩୩ କେନ୍ଦ୍ରରେ ମତଦାନ ସରିବାକୁ ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬୫୪୦ଟି କେନ୍ଦ୍ରରେ ଭୋଟଗ୍ରହଣ ଶେଷ ହେବ। ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଅସୁସ୍ଥ; ହସ୍ପିଟାଲ୍‌ରେ ଭେଟିଲେ ବିଜେଡି ପ୍ରତିନିଧିମଣ୍ଡଳୀ, ଆଶୁ ଆରୋଗ୍ୟ କାମନା କଲେ ନବୀନ

20 May 2024 By The Sakala

ଭୋଟ୍ ଦେଉଛି ଓଡିଶା : ଦିନ ୧ ଟା ସୁଦ୍ଧା ୩୫.୩୧ ପ୍ରତିଶତ ହୋଇଛି ମତଦାନ

ଭୁବନେଶ୍ବର : ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧ ପ୍ରତିଶତ ହୋଇଛି ମତଦାନ ହୋଇଛି ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧ ପ୍ରତିଶତ ହୋଇଛି ମତଦାନ ହୋଇଥିବା ବେଳେ ଝାରସୁଗୁଡ଼଼ାରେ ସର୍ବାଧିକ ୪୦.୮୦% ଭୋଟିଂ ହୋଇଛି। ସେହିପରି ବରଗଡ଼ରେ ୩୭.୧୯%, ବଲାଙ୍ଗିର-୩୨.୦୪% ଭୋଟିଂ ବୌଦ୍ଧ-୪୦.୬୦%, ଗଞ୍ଜାମ-୩୩.୯୮% ଭୋଟିଂ ଝାରସୁଗୁଡ଼଼ା-୪୦.୮୦%, କନ୍ଧମାଳରେ ୩୨.୫୫%, ନୟାଗଡ଼-୩୭.୮୭%, ସୁବର୍ଣ୍ଣପୁର- ୩୫.୦୧% ଭୋଟିଂ ସୁନ୍ଦରଗଡ଼-୩୬.୩୨%, ଆସ୍କା-୩୫.୫୦% ଭୋଟିଂ ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପ୍ରକ୍ରିୟାରେ ୬୦ ହଜାରରୁ ଉଦ୍ଧ୍ୱର୍ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ମତଦାନ ପାଇଁ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ମୋଟ ୯୧୬୨ ମତଦାନ କେନ୍ଦ୍ର ରହିଛି। ସୁରକ୍ଷା ଦୃଷ୍ଟିକୋଣରୁ ୧୬୮୯ଟି ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ସୁଦ୍ଧା ଭୋଟଗ୍ରହଣ ସରିବ। ସେହିପରି ୫ଟା ସୁଦ୍ଧା ୯୩୩ କେନ୍ଦ୍ରରେ ମତଦାନ ସରିବାକୁ ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬୫୪୦ଟି କେନ୍ଦ୍ରରେ ଭୋଟଗ୍ରହଣ ଶେଷ ହେବ। ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର