ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଡ଼େଇ ଗୋଡ଼େଇ ହାଣିଲେ ଦୃର୍ବୁତ୍ତ

Madhusudan Das Picture
Published On

ଭୁବନେଶ୍ୱର: ଦିନକୁ ଦିନ ଅଶାନ୍ତ ହେଉଛି ଓଡିଶା । ବଢୁଛି ହତ୍ୟା, ବିପର୍ଯ୍ୟସ୍ତ ହେଉଛି ଆଇନଶୃଙ୍ଖଳା। ସାମାନ୍ୟ କଥାକୁ ନେଇ ହିଂସ୍ର ହେଇଯାଉଛନ୍ତି ଲୋକେ । ରାଜଧାନୀ ରାଜରାସ୍ତାରେ ପୁଣି ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଡ଼େଇ ଗୋଡ଼େଇ ହାଣିଲେ ଦୃର୍ବୁତ୍ତ । ଖଣ୍ଡା ଚୋଟରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ବର କ୍ୟାପିଟାଲ ଥାନା କେଦାର ପଲ୍ଲୀ ବସ୍ତିରେ ଘଟଣା ଘଟିଛି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଆକ୍ରମଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ତେବେ କିଏ ଏହି ଖଣ୍ଡା ବୁଲାଇଛି ତାହା ଏବେ ବି ଅସ୍ପଷ୍ଟ ରହିଛି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର