ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଡ଼େଇ ଗୋଡ଼େଇ ହାଣିଲେ ଦୃର୍ବୁତ୍ତ
ଭୁବନେଶ୍ୱର: ଦିନକୁ ଦିନ ଅଶାନ୍ତ ହେଉଛି ଓଡିଶା । ବଢୁଛି ହତ୍ୟା, ବିପର୍ଯ୍ୟସ୍ତ ହେଉଛି ଆଇନଶୃଙ୍ଖଳା। ସାମାନ୍ୟ କଥାକୁ ନେଇ ହିଂସ୍ର ହେଇଯାଉଛନ୍ତି ଲୋକେ । ରାଜଧାନୀ ରାଜରାସ୍ତାରେ ପୁଣି ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଡ଼େଇ ଗୋଡ଼େଇ ହାଣିଲେ ଦୃର୍ବୁତ୍ତ । ଖଣ୍ଡା ଚୋଟରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ବର କ୍ୟାପିଟାଲ ଥାନା କେଦାର ପଲ୍ଲୀ ବସ୍ତିରେ ଘଟଣା ଘଟିଛି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଆକ୍ରମଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।
ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ
ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ତେବେ କିଏ ଏହି ଖଣ୍ଡା ବୁଲାଇଛି ତାହା ଏବେ ବି ଅସ୍ପଷ୍ଟ ରହିଛି ।






