ପୁଣି ଅଶାନ୍ତ ରାଜଧାନୀ କଲେଜ୍: ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ମାରପିଟ୍
ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ଭୁବନେଶ୍ୱରର ରାଜଧାନୀ କଲେଜ୍ । ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ମାରପିଟ । ମାରପିଟ ଯୋଗୁଁ ଉଭୟ ଗୋଷ୍ଠୀର ଏକାଧିକ ଛାତ୍ର ଆହତ ହୋଇଥିବା ସୂଚନା । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲ୍ପଡେସ୍କ କ୍ୟାମ୍ପରେ ନିଆଁ ଲଗାଇବାକୁ ନେଇ ହୋଇଥିଲା ଉତ୍ତେଜନା । ଗଣ୍ଡଗୋଳରେ ସଂପୃକ୍ତ ଜଣେ ଛାତ୍ରଙ୍କୁ ପୁଲିସ କଲେଜ କ୍ୟାମ୍ପସରୁ ଉଠାଇ ନେଇଛି । ଗଣ୍ଡଗୋଳ ପରେ କଲେଜ କ୍ୟାମ୍ପସରେ ପୁଲିସ ମୁତୟନ କରାଯାଇଛି ।