ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଉପରାଷ୍ଟ୍ରପତି

The Sakala Picture
Published On

ଭୁବନେଶ୍ବର : ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହ। ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ । ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଂଗଠିତ କରିଥାଏ । ଆଗାମୀ ଦିନରେ ବିଦ୍ୟାର୍ଥୀ ଚାକିରି ପଛରେ ନ ଗୋଡ଼ାଇ ନିଜେ  ନିଯୁକ୍ତିଦାତା ହେବାକୁ ଚେଷ୍ଟା କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ […]

ଭୁବନେଶ୍ବର : ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହ। ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ । ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଂଗଠିତ କରିଥାଏ । ଆଗାମୀ ଦିନରେ ବିଦ୍ୟାର୍ଥୀ ଚାକିରି ପଛରେ ନ ଗୋଡ଼ାଇ ନିଜେ  ନିଯୁକ୍ତିଦାତା ହେବାକୁ ଚେଷ୍ଟା କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଥମୁନି ଗ୍ୟାସ ସଙ୍କଟ: ଲମ୍ବା ଧାଡ଼ିରେ ଉପଭୋକ୍ତା, ବଢ଼ୁଛି ସାଧାରଣ ଲୋକଙ୍କ ଯନ୍ତ୍ରଣା

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆଜିଠୁ କଲବଲ କରିବ ତାତି: ୪୦ ଡିଗ୍ରୀ ଛୁଇଁବ ପାରଦ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଓଡ଼ିଆରେ ଭାଷଣ ଆରମ୍ଭ କରି ଓଡ଼ିଶାର ଗୌରବମୟ ନୌବାଣିଜ୍ୟର ମଧ୍ୟ ସ୍ମୃତିଚାରଣ କରିଛନ୍ତି । ନିଜ ଭାଷଣରେ ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣ କରିଛନ୍ତି ଭେଙ୍କେୟା ନାଇଡୁ । ସେ କହିଛନ୍ତି, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବେଶ ଉନ୍ନତ । କଳିଙ୍ଗ ନିଜ ପରାକାଷ୍ଠା ବଳରେ ବଳିୟାନ ହୋଇଥିଲା । ଜାଭା, ସୁମାତ୍ରା, ବାଲିଯାତ୍ରା କଳିଙ୍ଗର ସୁବର୍ଣ୍ଣ ଅଧ୍ୟାୟର ପ୍ରମାଣ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

ଆହୁରି ପଢ଼ନ୍ତୁ: Viral Photo: ହିମାଳୟରେ ତପସ୍ୟା କରୁଛନ୍ତି 'ସାରଥି ବାବା', ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ...

ଏଥିସହିତ ଆଦିବାସୀଙ୍କ ଚାଳି ଚଳନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ଉପ-ରାଷ୍ଟ୍ରପତି । ସେ କହିଛନ୍ତି ଆଦିବାସୀଙ୍କ ସରଳ ଜୀବନଯାପନ ପ୍ରଶଂସନୀୟ । ରାଜ୍ୟର ୨୩% ଜନସଂଖ୍ୟା ହେଉଛନ୍ତି ଆଦିବାସୀ । ସେମାନଙ୍କ ଆଦିବାସୀ ସଂସ୍କୃତି ହିଁ ସେମାନଙ୍କୁ ମହାମାରୀରୁ ରକ୍ଷା କରିଛି ବୋଲି ସେ କହିଛନ୍ତି । ସେମାନଙ୍କ ସର୍ବାଙ୍ଗୀନ ବିକାଶ ହେବା ଆବଶ୍ୟକ । ଏହି ଅବସରରେ ସାଧୁତା, ସଚ୍ଚୋଟତା ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ।

ଆଜିର ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ । ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୪୧ ଜଣଙ୍କୁ ପିଏଚଡି ଡିଗ୍ରୀ ଓ ୯୦ ଜଣଙ୍କୁ ପ୍ରଦାନ କରାଯାଇଛି ସ୍ୱର୍ଣ୍ଣପଦକ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଉପସ୍ଥିତ ଥିଲେ । ଉତ୍ସବରେ ସାମିଲ ହୋଇଥିଲେ କେବଳ ଡିଗ୍ରୀ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀ ସମେତ ବିଶ୍ୱବିଦ୍ୟାଳୟ ଏକାଡେମିକ୍ କାଉନସିଲ୍ ଓ ସିନେଟ୍ ସଦସ୍ୟ । କୋଭିଡ୍ ସଂକ୍ରମଣ ଯୋଗୁ ସୀମିତ ସଂଖ୍ୟକ ଅତିଥି ଉତ୍ସବ ସ୍ଥଳରେ ଉପସ୍ଥିତ ଥିଲେ ।

03 Apr 2021 By The Sakala

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ବର : ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହ। ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ । ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଂଗଠିତ କରିଥାଏ । ଆଗାମୀ ଦିନରେ ବିଦ୍ୟାର୍ଥୀ ଚାକିରି ପଛରେ ନ ଗୋଡ଼ାଇ ନିଜେ  ନିଯୁକ୍ତିଦାତା ହେବାକୁ ଚେଷ୍ଟା କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ଓଡ଼ିଆରେ ଭାଷଣ ଆରମ୍ଭ କରି ଓଡ଼ିଶାର ଗୌରବମୟ ନୌବାଣିଜ୍ୟର ମଧ୍ୟ ସ୍ମୃତିଚାରଣ କରିଛନ୍ତି । ନିଜ ଭାଷଣରେ ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣ କରିଛନ୍ତି ଭେଙ୍କେୟା ନାଇଡୁ । ସେ କହିଛନ୍ତି, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବେଶ ଉନ୍ନତ । କଳିଙ୍ଗ ନିଜ ପରାକାଷ୍ଠା ବଳରେ ବଳିୟାନ ହୋଇଥିଲା । ଜାଭା, ସୁମାତ୍ରା, ବାଲିଯାତ୍ରା କଳିଙ୍ଗର ସୁବର୍ଣ୍ଣ ଅଧ୍ୟାୟର ପ୍ରମାଣ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

ଏଥିସହିତ ଆଦିବାସୀଙ୍କ ଚାଳି ଚଳନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ଉପ-ରାଷ୍ଟ୍ରପତି । ସେ କହିଛନ୍ତି ଆଦିବାସୀଙ୍କ ସରଳ ଜୀବନଯାପନ ପ୍ରଶଂସନୀୟ । ରାଜ୍ୟର ୨୩% ଜନସଂଖ୍ୟା ହେଉଛନ୍ତି ଆଦିବାସୀ । ସେମାନଙ୍କ ଆଦିବାସୀ ସଂସ୍କୃତି ହିଁ ସେମାନଙ୍କୁ ମହାମାରୀରୁ ରକ୍ଷା କରିଛି ବୋଲି ସେ କହିଛନ୍ତି । ସେମାନଙ୍କ ସର୍ବାଙ୍ଗୀନ ବିକାଶ ହେବା ଆବଶ୍ୟକ । ଏହି ଅବସରରେ ସାଧୁତା, ସଚ୍ଚୋଟତା ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ।

ଆଜିର ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ । ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୪୧ ଜଣଙ୍କୁ ପିଏଚଡି ଡିଗ୍ରୀ ଓ ୯୦ ଜଣଙ୍କୁ ପ୍ରଦାନ କରାଯାଇଛି ସ୍ୱର୍ଣ୍ଣପଦକ । କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଉପସ୍ଥିତ ଥିଲେ । ଉତ୍ସବରେ ସାମିଲ ହୋଇଥିଲେ କେବଳ ଡିଗ୍ରୀ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀ ସମେତ ବିଶ୍ୱବିଦ୍ୟାଳୟ ଏକାଡେମିକ୍ କାଉନସିଲ୍ ଓ ସିନେଟ୍ ସଦସ୍ୟ । କୋଭିଡ୍ ସଂକ୍ରମଣ ଯୋଗୁ ସୀମିତ ସଂଖ୍ୟକ ଅତିଥି ଉତ୍ସବ ସ୍ଥଳରେ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର