ରାଷ୍ଟ୍ରକୁ ଜାଗ୍ରତ କରିଥିଲା ‘ବନ୍ଦେ ମାତରମ୍‌’: ମାନସ ମଙ୍ଗରାଜ

Madhusudan Das Picture
Published On

ଭୁବନେଶ୍ୱର: ଜାତୀୟ ଗୀତ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସଭାରେ ହୋଇଛି ସ୍ୱତନ୍ତ୍ର ଆଲୋଚନା। ଏଥିରେ ଅଂଶଗ୍ରହଣ କରି ସାଂସଦ ମାନସ ମଙ୍ଗରାଜ ବନ୍ଦେ ମାତରମ୍‌କୁ ସାମ୍ବିଧାନିକ ସ୍ୱୀକୃତି ମିଳୁ ବୋଲି ନିଜର ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର ଶବ୍ଦ ଗୁଚ୍ଛର ସମାହାର ‘ବନ୍ଦେ ମାରତମ୍‌’  ଏକ କବିତା ବା ଗୀତ ନୁହେଁ, ଏହା ହେଉଛି ଭାରତର ଜାଗରଣର ମନ୍ତ୍ର।  ମହାତ୍ମା ଗାନ୍ଧୀ ଯଥାର୍ଥରେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ଏବଂ ବନ୍ଦେ ମାତରମ୍‌ ପରସ୍ପର ପରିପୂରକ; ଅବିଚ୍ଛେଦ୍ୟ। ଏହି ଗୀତ କେବେ ଘୃଣା ଉଦ୍ରେକ କରିନଥିଲା; ବରଂ ଏହା ବଳିଦାନ, ଦେଶଭକ୍ତି ଓ ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନୁପ୍ରେରଣା ସାଜିଥିଲା। 

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହଠାରୁ ଆରମ୍ଭ କରି ସମ୍ୱଲପୁରରେ ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାସ ଏବଂ ମଧୁସୂଦନ ଦାସଙ୍କ ପର୍ଯ୍ୟନ୍ତ ଦେଶାତ୍ମବୋଧକ କାର୍ଯ୍ୟକଳାପ ଅବିସ୍ମରଣୀୟ । ୧୮୯୬ ମସିହା କଲିକତା କଂଗ୍ରେସ ଅଧିବେଶନରେ ଯେତେବେଳେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ପ୍ରଥମ ଥର ପାଇଁ ଏହି କବିତା ଗାନ କରିଥିଲେ, ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା।  ବଙ୍ଗଳାରୁୁ ଓଡ଼ିଶା, କଟକରୁ ପୁରୀ ପର୍ଯ୍ୟନ୍ତ; ସବୁଆଡେ଼ ଗୋଟିଏ ଧ୍ୱନି ପ୍ରକମ୍ପିତ ହେଉଥିଲା, ଯାହା ହେଲା ବନ୍ଦେ ମାତରମ। ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ଡ. ରାଜେନ୍ଦ୍ର ପ୍ରସାଦ ଘୋଷଣା କରିଥିଲେ ଯେ  ଜାତୀୟ ସଙ୍ଗୀତ ସହିତ ବନ୍ଦେ ମାତରମ୍‌କୁ ସମାନ ସମ୍ମାନ ମିଳିବ। ମାତ୍ର ୭୫ ବର୍ଷ ପରେ ମଧ୍ୟ ଏହାର ସାମ୍ୱିଧାନିକ ସ୍ୱୀକୃତି ମିଳିନାହିଁ। ଏହି ଗୀତ ଭାରତର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ କୃଷକ, ପ୍ରତ୍ୟେକ ସୈନିକ, ପ୍ରତ୍ୟେକ ଶିଶୁର ଗୀତ।  ଯେପରି ଓଡ଼ିଆମାନେ ସଭ୍ୟତାଗତ ପରିଚୟକୁ ପ୍ରକାଶ କରିବା ପାଇଁ ଜୟ ଜଗନ୍ନାଥ କହନ୍ତି, ସେହିପରି ବନ୍ଦେ ମାତରମ୍‌ ହେଉଛି ଏକ ଏକୀକୃତ ସମାବେଶୀ ସଙ୍ଗୀତ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ଯେଉଁ ରାଷ୍ଟ୍ର ତାହାର ମୁକ୍ତି ଗୀତଗୁଡ଼ିକୁ ଭୁଲିଯାଏ, ସେହି ରାଷ୍ଟ୍ର ଏହାକୁ ନିର୍ମାଣ କରିଥିବା ବଳିଦାନଗୁଡ଼ିକୁ ଭୁଲିଯିବାର ଆଶଙ୍କା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର