ଉତ୍କଳ ବିଶ୍ୱବିଦ୍ୟାଳୟର ‘ଉପାଧି ବିତରଣ ଉତ୍ସବ’

The Sakala Picture
Published On

ଭୁବନେଶ୍ୱର: ଉତ୍କର୍ଷ ଆକସ୍ମିକ ଭାବେ ହୁଏ ନୁହେଁ, ଏଥିପାଇଁ ଲୋଡ଼ା ନିରନ୍ତର ପ୍ରୟାସ। ଆହ୍ୱାନକୁ ସୁଯୋଗରେ ପରିଣତ କରିବା ପାଇଁ ଦୂରଦୃଷ୍ଟି ଦରକାର। ସମସ୍ତ ଶକ୍ତି, ସାମର୍ଥ୍ୟ ଓ ସମ୍ବଳକୁ ପ୍ରୟୋଗ କରି ଉତ୍କର୍ଷତା ହାସଲ ପାଇଁ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ପଡ଼ିଥାଏ। ଜ୍ଞାନକୁ ପୁଞ୍ଜି ଭାବେ ଗ୍ରହଣ କରିବାକୁ ହେବ। କାରଣ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଅମାପ ସୁଯୋଗ ରହିଛି। ସେହି ସୁଯୋଗକୁ ଆପଣେଇବା ସହ ନିଜକୁ ଉତ୍କର୍ଷତା ପ୍ରତିପାଦିତ […]

ଭୁବନେଶ୍ୱର: ଉତ୍କର୍ଷ ଆକସ୍ମିକ ଭାବେ ହୁଏ ନୁହେଁ, ଏଥିପାଇଁ ଲୋଡ଼ା ନିରନ୍ତର ପ୍ରୟାସ। ଆହ୍ୱାନକୁ ସୁଯୋଗରେ ପରିଣତ କରିବା ପାଇଁ ଦୂରଦୃଷ୍ଟି ଦରକାର। ସମସ୍ତ ଶକ୍ତି, ସାମର୍ଥ୍ୟ ଓ ସମ୍ବଳକୁ ପ୍ରୟୋଗ କରି ଉତ୍କର୍ଷତା ହାସଲ ପାଇଁ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ପଡ଼ିଥାଏ। ଜ୍ଞାନକୁ ପୁଞ୍ଜି ଭାବେ ଗ୍ରହଣ କରିବାକୁ ହେବ। କାରଣ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଗକୁ ଅମାପ ସୁଯୋଗ ରହିଛି। ସେହି ସୁଯୋଗକୁ ଆପଣେଇବା ସହ ନିଜକୁ ଉତ୍କର୍ଷତା ପ୍ରତିପାଦିତ ପାଇଁ ସେମାନେ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ନିଜର ଲୁକ୍କାୟିତ ଅନ୍ତନିର୍ହିତ ପ୍ରତିଭାକୁ କିଭଳି ରାଷ୍ଟ୍ର ଗଠନରେ ଉପଯୋଗ କରାଯାଇପାରିବ, ସେଥିପାଇଁ ସେମାନେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ତାହାକୁ ଠିକଣା ଢଙ୍ଗରେ ପ୍ରୟୋଗ କରିପାରିଲେ ନିଶ୍ଚୟ ସଫଳତା ପାଇପାରିବେ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ଅବ୍ୟବହିତ ପୂର୍ବରୁ ଆଜି ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଆୟୋଜିତ ‘ଉପାଧି ବିତରଣ ଉତ୍ସବ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ନାଇଜର)ର ନିର୍ଦେଶକ ଡ.ସୁଧାକର ପଣ୍ଡା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇଗୁଣା ହେଲା ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ

ଆହୁରି ପଢ଼ନ୍ତୁ: ସ୍କୁଲ ପିଲାଙ୍କୁ ପୋଷାକ ଯୋଗାଇବେ ପୁରୁଣା ଏଜେନ୍ସି, ୨୭ ତାରିଖ ସୁଦ୍ଧା ହେବ ବଣ୍ଟନ

ପ୍ରତିଭା ପ୍ରଦର୍ଶନ ସହ ଦକ୍ଷତା ବିକାଶ କଲେ ହିଁ ସଫଳତା ମିଳିବ। ଆତ୍ମବିଶ୍ୱାସର ସହିତ ଅଧ୍ୟୟନ ଓ ଅଧ୍ୟାପନା, ସୃଜନଶୀଳ ଚିନ୍ତାଧାରା, ନୈତିକ ମୂଲ୍ୟବୋଧଶିକ୍ଷା ଆହରଣ ସହ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଦେଶବିଦେଶର ପ୍ରଶଂସିତ ହେଲେ ତାହା ବିଶ୍ୱବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ହୋଇପାରିବ ବୋଲି ବୋଲି ପ୍ରଫେସର ପଣ୍ଡା କହିଥିଲେ।

ଆହୁରି ପଢ଼ନ୍ତୁ: ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ

ଉତ୍କଳ ବିଶ୍ୱବିଦ୍ୟାଳୟର ‘ଉପାଧି ବିତରଣ ଉତ୍ସବ’ରେ ଅଧ୍ୟକ୍ଷତା କରି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରାଚୀନତମ ବିଶ୍ୱବିଦ୍ୟାଳୟ। ଏହା ଓଡ଼ିଶ।।ର ଗର୍ବ ଓ ଗୌରବ। ଦେଶ ପାଇଁ ସାମାଜିକ ଦାୟିତ୍ୱ ସମ୍ପନ୍ନ ଓ ବିବେକବାନ ବ୍ୟକ୍ତିତ୍ୱ ସୃଷ୍ଟି ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ନିରନ୍ତର ପ୍ରୟାସ ଜାରି ରଖିଛି। ସମାଜ ପାଇଁ ଦାୟିତ୍ୱବୋଧ ଥିବା ନାଗରିକ ଗଢ଼ିତୋଳିବା ଓ ଭଲମଣିଷ ତିଆରି କରିବା ଆମର ଆଭିମୁଖ୍ୟ। ଶିକ୍ଷାର ସୁବ୍ୟବସ୍ଥା, ଅଧ୍ୟୟନର ଅନୁକୂଳ ପରିବେଶ, ଉଚ୍ଚତର ଗବେଷଣା ଲାଗି ଉପଯୁକ୍ତ କ୍ଷେତ୍ର ହୋଇଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏନ୍‍ଆଇଆର୍‍ଏଫ୍‍ ର‍୍ୟାଙ୍କିଂରେ ୯୬ତମ ସ୍ଥାନ ମିଳିଛି। ଫଳରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଯୋଜନା(ରୁସା)ରେ ବିଶ୍ୱବିଦ୍ୟାଳୟକୁ ୧୦୦କୋଟି ଅନୁଦାନ ମିଳିଛି। ଏହାଦ୍ୱାରା ରୁସା ଓ ବିଶ୍ୱବ୍ୟାଙ୍କ ପ୍ରକଳ୍ପ ଅଧୀନରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୧ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଟା କରାଯାଇପାରିଛି। ଦେଶର ଶ୍ରେଷ୍ଠ ୩୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଉତ୍କଳ କିଭଳି ସ୍ଥାନ ପାଇବ ତାହା ଆମର ଲକ୍ଷ୍ୟ ରହିଛି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।

ପିଜି କାଉନ୍‍ସିଲ୍‍ ଚେୟାର୍‍ମ୍ୟାନ୍‍ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳସଚିବ ଅଭୟ କୁମାର ନାୟକ କୁମାର ନାୟକ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣ ପାଠ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଡ.ଶରତ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ଅବ୍ୟବହିତ ପୂର୍ବରୁ ଆଜି ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଆୟୋଜିତ ‘ଉପାଧି ବିତରଣ ଉତ୍ସବ’ ନୂଆ ସମାବର୍ତ୍ତନ ପ୍ରେକ୍ଷାଳୟ(କନ୍‍ଭୋକେସନ୍‍ ହଲ୍‍)ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ୧୨୭ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ଓ ୨ଜଣଙ୍କୁ ଡିଲିଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଥିବା ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଆଜି ଅନୁଷ୍ଠିତ ହୋଇଥିବା ‘ଉପାଧି ବିତରଣ ଉତ୍ସବ’ରେ କୋଭିଡ୍‍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମେତ ଛାତ୍ରଛାତ୍ରମାନେ କୋଭିଡ୍‍ ନେଗେଟିଭ୍‍ ରିପୋର୍ଟ ଦେଖାଇବା ପରେ ସେମାନଙ୍କୁ ଉତ୍ସବସ୍ଥଳକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ସମସ୍ତେ ମାସ୍କ ପିନ୍ଧିଥିବାବେଳେ ସାମାଜିକ ଦୂରତା ନିୟମ ପାଳନ କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ୩ ଏପ୍ରିଲ୍‍ ୨୦୨୧ରେ ଅନୁଷ୍ଠିତ ହେବ। ଭାରତର ଉପରାଷ୍ଟ୍ରପତିି ଶ୍ରୀ ଭେଙ୍କିଆ ନାଇଡୁ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଅଧ୍ୟକ୍ଷତା କରିବେ। କୃଷି ଓ କୃଷକ ସଶକ୍ତି କରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ପ୍ରେକ୍ଷାଳୟରେ ସର୍ବାଧିକ ୫୦୦ଜଣଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯିବାକୁ ସ୍ଥିର ହୋଇଛି। ଯେଉଁମାନଙ୍କର କୋଭିଡ୍‍ ରିପୋର୍ଟ ନେଗେଟିଭ୍‍ ଆସିବ କେବଳ ସେମାନଙ୍କୁ ହିଁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

01 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର