ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣା: ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର: ପଦ୍ମକେଶରୀପୁରରେ ସୁଧ କାରବାରରେ ସଂପୃକ୍ତ ଦୁଇ ମହାଜନ ଗିରଫ । କେନ୍ଦ୍ରାପଡା, ମୟୁରଭଞ୍ଜରେ ମଧ୍ୟ ଚଢ଼ାଉ ପରେ ସୁବ୍ରତ ଦାସ ଓ ତ୍ରିଭେନ୍ଦ୍ରମ ଦାସଙ୍କୁ ଗିରଫ କରାଯାଇଛି । ମାସକୁ ୨୦ ପ୍ରତିଶତ ହାରରେ ପଦ୍ମକେଶରୀପୁରରେ ଆଦାୟ ହେଉଥିଲା ସୁଧ । ହାତ ଉଧାରୀ ଦେବା ନାଁରେ ଲୋକଙ୍କ ତଣ୍ଟି ଚିପୁଥିଲେ ଏହି ଅଭିଯୁକ୍ତ। ସୁଧ କାରବାର କରୁଥିବା ବ୍ୟକ୍ତି ଵିଶେଷଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ସେମାନଙ୍କ ବିରୋଧରେ […]
ଭୁବନେଶ୍ୱର: ପଦ୍ମକେଶରୀପୁରରେ ସୁଧ କାରବାରରେ ସଂପୃକ୍ତ ଦୁଇ ମହାଜନ ଗିରଫ । କେନ୍ଦ୍ରାପଡା, ମୟୁରଭଞ୍ଜରେ ମଧ୍ୟ ଚଢ଼ାଉ ପରେ ସୁବ୍ରତ ଦାସ ଓ ତ୍ରିଭେନ୍ଦ୍ରମ ଦାସଙ୍କୁ ଗିରଫ କରାଯାଇଛି । ମାସକୁ ୨୦ ପ୍ରତିଶତ ହାରରେ ପଦ୍ମକେଶରୀପୁରରେ ଆଦାୟ ହେଉଥିଲା ସୁଧ । ହାତ ଉଧାରୀ ଦେବା ନାଁରେ ଲୋକଙ୍କ ତଣ୍ଟି ଚିପୁଥିଲେ ଏହି ଅଭିଯୁକ୍ତ। ସୁଧ କାରବାର କରୁଥିବା ବ୍ୟକ୍ତି ଵିଶେଷଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ସେମାନଙ୍କ ବିରୋଧରେ ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁଧ ଟଙ୍କାକୁ କେନ୍ଦ୍ର କରି ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଗାଁରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଚାଲିଛି । ମୁରବୀ ମାନଙ୍କୁ ସାମିଲ କରାଯାଇଛି । ପୋଲିସ ଯଥାସମ୍ଭବ ଗାଁ ଛାଡିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଅପିଲ କରିଛି ।
ସୁଧ କାରବାର ଓ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଗିରଫଭୋଇଥିବା ଅଭିଯୁକ୍ତ ମାନେ ହେଲେ ପ୍ରଭାତ ଦାସ, କାହ୍ନୁ ଦାସ, ସାଜନ ଦାସ ଓ ଇନ୍ଦ୍ରାଣୀ ଦାସ ଙ । ସୁଧ ଲଗାଇ ବାରମ୍ବାର ଗଣ୍ଡଗୋଳ ଘଟାଉଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ । ଗାଁରେ ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଡିସିପି । ଗାଁ ଛାଡି ଯାଇଥିବା ଲୋକ ମାନେ ଧୀରେ ଧୀରେ ଗାଁକୁ ଫେରିଲେଣି । ଗୋଷ୍ଠୀ ସଂଘର୍ଷର ମୁଖ୍ୟ କାରଣ ସୁଧ ବେପାର ବୋଲି ଜଣାପଡିଛି । ଏ ନେଇ ଅତ୍ୟାଚାର ପାଉଥିବା ଲୋକେ ମଧ୍ୟ ସାହସ କରି ଥାନାରେ ଅଭିଯୋଗ କରିବାକୁ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।