ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି ଜଷ୍ଟିସ୍ ଯଶୋଓ୍ୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା

The Sakala Picture
Published On

କଟକ : ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋଓ୍ୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ । ପଞ୍ଜାବ ହରିୟାଣା ହାଇକୋର୍ଟରୁ ବଦଳି ହୋଇ ଜଷ୍ଟିସ ଯଶୋବନ୍ତ ସିଂ ଆସିଥିବା ବେଳେ କଲିକତା ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା […]

କଟକ : ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋଓ୍ୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ । ପଞ୍ଜାବ ହରିୟାଣା ହାଇକୋର୍ଟରୁ ବଦଳି ହୋଇ ଜଷ୍ଟିସ ଯଶୋବନ୍ତ ସିଂ ଆସିଥିବା ବେଳେ କଲିକତା ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା । ଏମାନେ ଦାୟିତ୍ୱଗ୍ରହଣ କରିବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

୧୯୬୫, ସେପ୍ଟେମ୍ବର ୨୨ରେ ଜଷ୍ଟିସ ଅରିନ୍ଦମ ସିହ୍ନା ଜନ୍ମ ଗ୍ରହଣ କରିଥିଲେ। ୧୯୯୧, ମାର୍ଚ୍ଚ ୧୧ରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୨୨ ବର୍ଷ କୋଲକାତା ହାଇକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୩, ଅକ୍ଟୋବର ୩୦ରେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

୧୯୬୧, ଫେବ୍ରୁଆରି ୨୩ରେ ହରିୟାଣାର ରୋହତକ ଠାରେ ଜଷ୍ଟିସ ଯଶୋୱନ୍ତ ସିଂହ ଜନ୍ମ ଗ୍ରହଣ କରିଥିଲେ। ୧୯୮୦ରେ ସ୍ନାତକ ପାସ୍ କରିବା ପରେ ସେ ମହର୍ଷି ଦୟାନନ୍ଦ ବିଦ୍ୟାଳୟରୁ ଆଇନ ଓ ଏମବିଏ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ଆଇନଜୀବୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମରୁ ଶୀର୍ଶା ଜିଲ୍ଲା ଅଦାଲତରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୮ ଏପ୍ରିଲରୁ ସେ ଚଣ୍ଡିଗଡ଼କୁ ଆସି ପଞ୍ଜାବ ଓ ହରିୟାନା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ସେ ହରିୟାଣାର ଆସିଷ୍ଟାଣ୍ଟ ଆଡଭୋକେଟ ଜେନେରାଲ, ଡେପୁଟି ଆଡଭୋକେଟ ଜେନେରାଲ, ବରିଷ୍ଠ ଡେପୁଟି ଆଡଭୋକେଟ ଜେନେରାଲ ସହ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୭, ଡିସେମ୍ବର ୭ରେ ସେ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

08 Oct 2021 By The Sakala

ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି ଜଷ୍ଟିସ୍ ଯଶୋଓ୍ୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା

କଟକ : ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋଓ୍ୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ । ପଞ୍ଜାବ ହରିୟାଣା ହାଇକୋର୍ଟରୁ ବଦଳି ହୋଇ ଜଷ୍ଟିସ ଯଶୋବନ୍ତ ସିଂ ଆସିଥିବା ବେଳେ କଲିକତା ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା । ଏମାନେ ଦାୟିତ୍ୱଗ୍ରହଣ କରିବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

୧୯୬୫, ସେପ୍ଟେମ୍ବର ୨୨ରେ ଜଷ୍ଟିସ ଅରିନ୍ଦମ ସିହ୍ନା ଜନ୍ମ ଗ୍ରହଣ କରିଥିଲେ। ୧୯୯୧, ମାର୍ଚ୍ଚ ୧୧ରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୨୨ ବର୍ଷ କୋଲକାତା ହାଇକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୩, ଅକ୍ଟୋବର ୩୦ରେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ।

୧୯୬୧, ଫେବ୍ରୁଆରି ୨୩ରେ ହରିୟାଣାର ରୋହତକ ଠାରେ ଜଷ୍ଟିସ ଯଶୋୱନ୍ତ ସିଂହ ଜନ୍ମ ଗ୍ରହଣ କରିଥିଲେ। ୧୯୮୦ରେ ସ୍ନାତକ ପାସ୍ କରିବା ପରେ ସେ ମହର୍ଷି ଦୟାନନ୍ଦ ବିଦ୍ୟାଳୟରୁ ଆଇନ ଓ ଏମବିଏ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ଆଇନଜୀବୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମରୁ ଶୀର୍ଶା ଜିଲ୍ଲା ଅଦାଲତରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୮ ଏପ୍ରିଲରୁ ସେ ଚଣ୍ଡିଗଡ଼କୁ ଆସି ପଞ୍ଜାବ ଓ ହରିୟାନା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ସେ ହରିୟାଣାର ଆସିଷ୍ଟାଣ୍ଟ ଆଡଭୋକେଟ ଜେନେରାଲ, ଡେପୁଟି ଆଡଭୋକେଟ ଜେନେରାଲ, ବରିଷ୍ଠ ଡେପୁଟି ଆଡଭୋକେଟ ଜେନେରାଲ ସହ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୭, ଡିସେମ୍ବର ୭ରେ ସେ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର