ଅଧା ରହିଗଲା ଜଗା ଦର୍ଶନ, ଡିଭାଇଡରରେ ପିଟି ହୋଇ ଚାଲିଗଲା ୨ବାଇକ୍ ଆରୋହୀଙ୍କ ଜୀବନ

Madhusudan Das Picture
Published On

ଭୁବନେଶ୍ୱର: ଅଧା ରହିଗଲା ଜଗା ଦର୍ଶନ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ବଡଗଡ଼ ଥାନା ବିଜେବି ନଗର ଠାରେ ସକାଳୁ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସେମାନେ ବିଜେଇଏମ୍ ସ୍କୁଲ ନିକଟରେ ଥିବା ବସ୍ତିରେ ରହୁଥିଲେ । ଜଣଙ୍କ ନାଁ ଶୁଭମ ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାଁ ପ୍ରୀତିରଞ୍ଜନ ନାୟକ । ଦୁହିଁଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ। ଆଜି ସକାଳୁ ବାଇକ ଯୋଗେ ସେମାନେ ପୁରୀ ବାହାରିଥିଲେ । ଘରୁ ବାହାରିବା ବେଳେ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଡିଭାଇଡରରେ ପିଟି ହୋଇଥିଲେ । ପରେ ସେମାନଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଜ୍ଜା: ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର...

Join Us @ WhatsApp

About The Author

Google News
Join Us @ WhatsApp