ଭୁବନେଶ୍ୱରରେ ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍, ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକେ ଅଣନିଶ୍ବାସୀ

Madhusudan Das Picture
Published On

ଭୁବନେଶ୍ବର: ଭୁବନେଶ୍ବରର ଆଇଗିଣିଆରେ ବିଷାକ୍ତ ଆମୋନିଆ ଗ୍ୟାସ୍‌ ଲିକ୍‌ । ଗତକାଲି ବିଳମ୍ବିତ ରାତିରେ ଆଇଗିଣିଆ ସ୍ଥିତ ଆଳୁଗଦିର ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଥିବା ଜଣାପଡିଛି । କୋଲ୍ଡ ଷ୍ଟୋରେଜ୍ ପାଇପ୍ ଫାଟି ଯିବାରୁ ଗ୍ୟାସ ଲିକ୍‌ ହୋଇଥିବା ସୂଚନା । ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକମାନେ ଅଣନିଶ୍ବାସୀ ହୋଇପଡିଥିଲେ ।  ଗ୍ୟାସ୍ ଯୋଗୁଁ ଆଖି ମଧ୍ୟ ପୋଡିଥିଲା । ଖବର ପାଇ ତମାଣ୍ଡୋ ଫାୟାର ଷ୍ଟେସନ, ଭୁବନେଶ୍ୱର ଫାୟାର ଷ୍ଟେସନ ଓ ସ୍ପେଶାଲ ଫାୟାର ଫାଇଟିଂ ଫୋର୍ସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ ।

ଆହୁରି ପଢ଼ନ୍ତୁ: ଶିମିଳିପାଳରୁ AI କ୍ୟାମେରାରେ ଧରାପଡ଼ିଲେ ୩୯ ଶିକାରୀ, ୯ ବନ୍ଧୁକ ଜବତ

ପ୍ରଥମେ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଆଖପାଖର ଲୋକମାନଙ୍କୁ ସେଠାରୁ ହଟାଯାଇଥିଲା । ଆମୋନିଆ ଗ୍ୟାସ ପାଣିରେ ଘୁଲନଶୀଳ ହେବାରୁ ଗ୍ୟାସ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ କୋଲ୍ଡ ଷ୍ଟୋରେଜ ଭିତରେ ପାଣି ଛିଟାଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀମାନେ ଶୀତଳ ଭଣ୍ଡାର ଭିତରକୁ ପ୍ରବେଶ କରି ଯେଉଁ ଭାଲ୍ଭରୁ ଗ୍ୟାସ ଲିକ୍ ହେଉଥିଲା, ସେହି ଭାଲ୍ଭକୁ ବନ୍ଦ କରିଥିଲେ । ପ୍ରାୟ ତିନି ଘଣ୍ଟାର ଅପରେସନ ପରେ ଲିକ୍ ସଫଳତାର ସହ ନିୟନ୍ତ୍ରଣ ହୋଇଥିଲା । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସୋରର ଭାରପ୍ରାପ୍ତ ତହସିଲଦାର, ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp