ବିରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣା : ପ୍ରଶିକ୍ଷଣ ବେଳେ ଖସିପଡ଼ିଲା ବିମାନ, ପାଇଲଟ ଗୁରୁତର

The Sakala Picture
Published On

କାମାକ୍ଷାନଗର : ବିରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣା। ପ୍ରଶିକ୍ଷଣ ବେଳେ ଖସିପଡ଼ିଲା ଟ୍ରେନିଂ ଏୟାରକ୍ରାଫ୍ଟ VT-EUW। ପ୍ରାୟ ୧୫ ଫୁଟ ଉପରୁ ତଳକୁ ଖସି ପଡିଛି ବିମାନ। ବିମାନଟି ଖସି ପଡିବା ଫଳରେ ଟ୍ରେନିଂ ପାଇଲଟ ଗୁରୁତର ହୋଇଛନ୍ତି । ଗୁରୁତର ପାଇଲଟ୍‌ ହେଉଛନ୍ତି କରଣ ମଲ୍ଲିକ। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ଟ୍ରେନିଂ ପାଇଲଟ କରଣଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଦିନ ପ୍ରାୟ ୧ଟା ୫୦ ବେଳକୁ ଢେଙ୍କାନାଳ […]

କାମାକ୍ଷାନଗର : ବିରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣା। ପ୍ରଶିକ୍ଷଣ ବେଳେ ଖସିପଡ଼ିଲା ଟ୍ରେନିଂ ଏୟାରକ୍ରାଫ୍ଟ VT-EUW। ପ୍ରାୟ ୧୫ ଫୁଟ ଉପରୁ ତଳକୁ ଖସି ପଡିଛି ବିମାନ। ବିମାନଟି ଖସି ପଡିବା ଫଳରେ ଟ୍ରେନିଂ ପାଇଲଟ ଗୁରୁତର ହୋଇଛନ୍ତି । ଗୁରୁତର ପାଇଲଟ୍‌ ହେଉଛନ୍ତି କରଣ ମଲ୍ଲିକ। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ଟ୍ରେନିଂ ପାଇଲଟ କରଣଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ; କହିଲେ, 'ସ୍ଥାନୀୟ ଲୋକେ ଆସିଲେ ବୋଲି ଆଜି ବଞ୍ଚିଛି'

ଆଜି ଦିନ ପ୍ରାୟ ୧ଟା ୫୦ ବେଳକୁ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିରାଶାଳ ବିମାନ ଉଡାଣକେନ୍ଦ୍ରରେ ବିମାନଟି ରନୱେରେ ଗଡୁଥିବା ବେଳେ ତଳକୁ ଖସି ଯାଇଥିଲା ଯାହାଫଳରେ ବିମାନଟି ରାସ୍ତା ତଳକୁ ଖସିଯାଇ ଡ୍ରେନରେ ମାଡ଼ ହୋଇ ଯାଇଥିଲା।  ତୁରନ୍ତ ଅଗ୍ନିଶମ ବାହିନୀ ଆସି ବିମାନରେ ଥିବା ପାଇଲଟଙ୍କୁ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିିଥିଲେ।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୂଚନାଯୋଗ୍ୟ ୨୦୨୦ ଜୁନ ୮ରେ ବି ବିରାଶାଳ ଏୟାରଷ୍ଟ୍ରିପ୍‌ରେ ହୋଇଥିଲା ଏଭଳି ଦୁର୍ଘଟଣା। ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୦ ଜୁନ ୮ରେ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଖସି ପଡ଼ିଥିଲା। ଏଥିରେ ଥିବା ଦୁଇ ୨ ପାଇଲଟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟ ରହିଥିଲେ।  ମୃତକ ଦୁଇଜଣ ଥିଲେ ଟ୍ରେନିଂ ପାଇଲଟ ପ୍ରଶିକ୍ଷକ ସନ୍ଦିପ ଝା ଓ ଛାତ୍ରୀ ମନିଷ ଖତ୍ରି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ଥାନା ପକ୍ଷରୁ 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ: ମହିଳା ଓ କିଶୋରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ତେବେ ବାରମ୍ବାର ଦୁର୍ଘଟଣା ଘଟୁଥିବା କାରଣରୁ ବିରାଶାଳ ଏୟାରଷ୍ଟ୍ରିପ୍‌ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖାଲିଆ ମନବୃତି ପାଇଁ ଅଘଟଣ ପରେ ଅଘଟଣ ଘଟୁଛି ଏବଂ ଏଥିରେ ବହୁ ଧନ ଜୀବନ ନଷ୍ଟ ହେଉଅଛି । ଯେଉଁ ଛାତ୍ରଛାତ୍ରୀ ମାନେ ପାଇଲଟ ଶିକ୍ଷା କରି ଆଗକୁ ଦେଶର ସେବା କରିବା ପାଇଁ ଏଠାକୁ ଆସୁଛନ୍ତି ସେମାନେ ବାରମ୍ବାର ଦୁର୍ଘଟଣାକୁ ନେଇ ଭୟଭିତ ହୋଇପଡିଛନ୍ତି। ପ୍ରଶିକ୍ଷଣ ନେବା ସମୟ ବାରମ୍ବାର ଅଘଟଣ ଘଟୁଥିବାରୁ ଆଗକୁ ପ୍ରଶିକ୍ଷଣ ନେବା ପାଇଁ ଛାତ୍ର ଛାତ୍ରୀ ମାନେ ଭୟଭୀତ ହେବେ ।ଏହି ଘଟଣାକୁ ଗୁରୁତ୍ୱ ସହିତ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ସାଧାରଣ ରେ ଦାବି ହେଉଛି।

06 Jun 2022 By The Sakala

ବିରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣା : ପ୍ରଶିକ୍ଷଣ ବେଳେ ଖସିପଡ଼ିଲା ବିମାନ, ପାଇଲଟ ଗୁରୁତର

କାମାକ୍ଷାନଗର : ବିରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣା। ପ୍ରଶିକ୍ଷଣ ବେଳେ ଖସିପଡ଼ିଲା ଟ୍ରେନିଂ ଏୟାରକ୍ରାଫ୍ଟ VT-EUW। ପ୍ରାୟ ୧୫ ଫୁଟ ଉପରୁ ତଳକୁ ଖସି ପଡିଛି ବିମାନ। ବିମାନଟି ଖସି ପଡିବା ଫଳରେ ଟ୍ରେନିଂ ପାଇଲଟ ଗୁରୁତର ହୋଇଛନ୍ତି । ଗୁରୁତର ପାଇଲଟ୍‌ ହେଉଛନ୍ତି କରଣ ମଲ୍ଲିକ। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ଟ୍ରେନିଂ ପାଇଲଟ କରଣଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ଦିନ ପ୍ରାୟ ୧ଟା ୫୦ ବେଳକୁ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିରାଶାଳ ବିମାନ ଉଡାଣକେନ୍ଦ୍ରରେ ବିମାନଟି ରନୱେରେ ଗଡୁଥିବା ବେଳେ ତଳକୁ ଖସି ଯାଇଥିଲା ଯାହାଫଳରେ ବିମାନଟି ରାସ୍ତା ତଳକୁ ଖସିଯାଇ ଡ୍ରେନରେ ମାଡ଼ ହୋଇ ଯାଇଥିଲା।  ତୁରନ୍ତ ଅଗ୍ନିଶମ ବାହିନୀ ଆସି ବିମାନରେ ଥିବା ପାଇଲଟଙ୍କୁ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିିଥିଲେ।

ସୂଚନାଯୋଗ୍ୟ ୨୦୨୦ ଜୁନ ୮ରେ ବି ବିରାଶାଳ ଏୟାରଷ୍ଟ୍ରିପ୍‌ରେ ହୋଇଥିଲା ଏଭଳି ଦୁର୍ଘଟଣା। ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୦ ଜୁନ ୮ରେ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଖସି ପଡ଼ିଥିଲା। ଏଥିରେ ଥିବା ଦୁଇ ୨ ପାଇଲଟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟ ରହିଥିଲେ।  ମୃତକ ଦୁଇଜଣ ଥିଲେ ଟ୍ରେନିଂ ପାଇଲଟ ପ୍ରଶିକ୍ଷକ ସନ୍ଦିପ ଝା ଓ ଛାତ୍ରୀ ମନିଷ ଖତ୍ରି।

ତେବେ ବାରମ୍ବାର ଦୁର୍ଘଟଣା ଘଟୁଥିବା କାରଣରୁ ବିରାଶାଳ ଏୟାରଷ୍ଟ୍ରିପ୍‌ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖାଲିଆ ମନବୃତି ପାଇଁ ଅଘଟଣ ପରେ ଅଘଟଣ ଘଟୁଛି ଏବଂ ଏଥିରେ ବହୁ ଧନ ଜୀବନ ନଷ୍ଟ ହେଉଅଛି । ଯେଉଁ ଛାତ୍ରଛାତ୍ରୀ ମାନେ ପାଇଲଟ ଶିକ୍ଷା କରି ଆଗକୁ ଦେଶର ସେବା କରିବା ପାଇଁ ଏଠାକୁ ଆସୁଛନ୍ତି ସେମାନେ ବାରମ୍ବାର ଦୁର୍ଘଟଣାକୁ ନେଇ ଭୟଭିତ ହୋଇପଡିଛନ୍ତି। ପ୍ରଶିକ୍ଷଣ ନେବା ସମୟ ବାରମ୍ବାର ଅଘଟଣ ଘଟୁଥିବାରୁ ଆଗକୁ ପ୍ରଶିକ୍ଷଣ ନେବା ପାଇଁ ଛାତ୍ର ଛାତ୍ରୀ ମାନେ ଭୟଭୀତ ହେବେ ।ଏହି ଘଟଣାକୁ ଗୁରୁତ୍ୱ ସହିତ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ସାଧାରଣ ରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର