କାଲି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ: ଜାରି ହେଲା ଟ୍ରାଫିକ କଟକଣା

The Sakala Picture
Published On

ଭୁବନେଶ୍ୱର: ସୋମବାର ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ କରିବେ। କାଲି ଅପରାହ୍ନ ୪ରୁ ଭୁବନେଶ୍ବର ର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ ସୋ ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି […]

ଭୁବନେଶ୍ୱର: ସୋମବାର ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ କରିବେ। କାଲି ଅପରାହ୍ନ ୪ରୁ ଭୁବନେଶ୍ବର ର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ ସୋ ଶେଷ ହେବ।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁଲିସ କମିଶନରେଟ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦ ଧାରା ୩୬ ଅନୁସାରେ, ଅପରାହ୍ଣ ୪ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ରହିବ କଟକଣା । ଏହି ସମୟରେ ଯାତାୟାତା ଉପରେ କଟକଣା ରହିବ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

କାଲି ଅପରାହ୍ନ ୪ ଘଟିକା ଠାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ । କୌଣସି ପ୍ରକାରର ଯାନବାହାନ ଖଣ୍ଡଗିରୀ ଛକ ପଟୁ ଜାଗମାର ଛକ ଆଡକୁ ଓ ଡେଲ୍ ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ  ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୁଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି।

19 May 2024 By The Sakala

କାଲି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ: ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ୱର: ସୋମବାର ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ କରିବେ। କାଲି ଅପରାହ୍ନ ୪ରୁ ଭୁବନେଶ୍ବର ର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ ସୋ ଶେଷ ହେବ।

ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁଲିସ କମିଶନରେଟ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦ ଧାରା ୩୬ ଅନୁସାରେ, ଅପରାହ୍ଣ ୪ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ରହିବ କଟକଣା । ଏହି ସମୟରେ ଯାତାୟାତା ଉପରେ କଟକଣା ରହିବ।

କାଲି ଅପରାହ୍ନ ୪ ଘଟିକା ଠାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ । କୌଣସି ପ୍ରକାରର ଯାନବାହାନ ଖଣ୍ଡଗିରୀ ଛକ ପଟୁ ଜାଗମାର ଛକ ଆଡକୁ ଓ ଡେଲ୍ ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ  ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୁଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର