ରାଜଧାନୀରେ ଗଡୁଛି ନକଲି ନମ୍ବର ପ୍ଲେଟର ଗାଡି, ଟ୍ରାଫିକ ଚାଲାଣ କଟୁଛି ମୃତ ବ୍ୟକ୍ତିଙ୍କ ନାଁରେ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୃତ ବ୍ୟକ୍ତିଙ୍କ ନାଁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟିଛି ଚାଲାଣ । ମୃତ ବ୍ୟକ୍ତିଜଣକ ହେଲେ ତମାଣ୍ଡ ଗାଁର ସୁଦାମ ପ୍ରଧାନ ଏବଂ ତାଙ୍କ ନାମରେ ପୋଲିସ କାଟିଛି ଚାଲାଣ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ମୃତ ବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ । ମୃତବ୍ୟକ୍ତିଙ୍କ ପୁଅଙ୍କ ସୂଚନା ଅନୁଯାୟୀ, ଯେଉଁ ଗାଡି ନାଁରେ ପୁଲିସ ଚାଲାଣ କାଟିଛି ତା’ର ନମ୍ବର ହେଉଛି OD-02-5725, ଯାହା ତାଙ୍କ ନିଜର । […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୃତ ବ୍ୟକ୍ତିଙ୍କ ନାଁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟିଛି ଚାଲାଣ । ମୃତ ବ୍ୟକ୍ତିଜଣକ ହେଲେ ତମାଣ୍ଡ ଗାଁର ସୁଦାମ ପ୍ରଧାନ ଏବଂ ତାଙ୍କ ନାମରେ ପୋଲିସ କାଟିଛି ଚାଲାଣ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ମୃତ ବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ମୃତବ୍ୟକ୍ତିଙ୍କ ପୁଅଙ୍କ ସୂଚନା ଅନୁଯାୟୀ, ଯେଉଁ ଗାଡି ନାଁରେ ପୁଲିସ ଚାଲାଣ କାଟିଛି ତା’ର ନମ୍ବର ହେଉଛି OD-02-5725, ଯାହା ତାଙ୍କ ନିଜର । ମାତ୍ର ସେହି ନମ୍ବର ରେ ଏକ ନକଲି ନମ୍ବର ପ୍ଲେଟ କରି ଟ୍ରାଫିକ ନିୟମ ଉଲଂଘନ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେମାନଙ୍କ ଠାରୁ ଫାଇନ୍ ଆଦାୟ ହେଉ ବୋଲି ମୃତବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସୂଚନା ଅନୁସାରେ, OD-02-5725 ନମ୍ୱର ବିଶିଷ୍ଟ ଗାଡ଼ିଟି ଗତ ୧ ବର୍ଷ ହେବ ଭଙ୍ଗା ଦଦରା ଅବସ୍ଥାରେ ଘରେ ପଡ଼ିରହିଥିବା ନେଇ ପୁଅ କହିଛନ୍ତି ଯାହା ନାଁରେ ପୁଲିସ ଚାଲାଣ କାଟିଛି । ତେବେ ସମାନ ନମ୍ୱର ଥିବା ଗାଡ଼ିଟି ହେଉଛି ହୋଣ୍ଡା ୟୁନିକର୍ଣ୍ଣ । ଯେଉଁଥରେ ଯୁବକ-ଯୁବତୀ ଯାଉଥିବା ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିିଥିଲେ । ଯେଉଁଥିଲାଗି ଚାଲାଣ କଟାଯାଇଥିବା ଜଣାପଡ଼ିଛି । ତେବେ ସେହି ଗାଡ଼ିର ମଧ୍ୟ ସମାନ ନମ୍ୱର ଥିବା ବେଳେ ସେମାନେ ନକଲି ନମ୍ୱର ପ୍ଳେଟ୍ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି । ଏହାପରେ ଉକ୍ତ ନକଲି ନମ୍ୱର ପ୍ଳେଟ୍ ଧାରୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ ବୋଲି ପୁଅ ପ୍ରଭାତ ପ୍ରଧାନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର