ଆସନ୍ତାକାଲି ଜାଗର: ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ

The Sakala Picture
Published On

ଭୁବନେଶ୍ୱର: ଦିନକ ପରେ ପବିତ୍ର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଶୈବପୀଠଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା କରାଯିବା ସହ ମନ୍ଦିରକୁ ସାଜସଜ୍ଜା କରାଯାଉଛି। ଏହାସହିତ ଏକାମ୍ରକ୍ଷେତ୍ରରେ ଥିବା ବ୍ରହ୍ମେଶ୍ୱର ମନ୍ଦିର, ମେଘେଶ୍ୱର ମନ୍ଦିର ଓ ଜଳେଶ୍ୱର ମନ୍ଦିରରେ ସଫାସୁତରା କରାଯାଇ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି। ମନ୍ଦିର ସଫାସୁତୁରାଠାରୁ ଆରମ୍ଭ କରି ଚୁନ ଲଗା କାମ […]

ଭୁବନେଶ୍ୱର: ଦିନକ ପରେ ପବିତ୍ର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଶୈବପୀଠଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା କରାଯିବା ସହ ମନ୍ଦିରକୁ ସାଜସଜ୍ଜା କରାଯାଉଛି। ଏହାସହିତ ଏକାମ୍ରକ୍ଷେତ୍ରରେ ଥିବା ବ୍ରହ୍ମେଶ୍ୱର ମନ୍ଦିର, ମେଘେଶ୍ୱର ମନ୍ଦିର ଓ ଜଳେଶ୍ୱର ମନ୍ଦିରରେ ସଫାସୁତରା କରାଯାଇ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି। ମନ୍ଦିର ସଫାସୁତୁରାଠାରୁ ଆରମ୍ଭ କରି ଚୁନ ଲଗା କାମ କରାଯାଇଛି। ଏଥର ବି ଶିବରାତ୍ରିରେ ଝଲସିବ ଏକାମ୍ର କ୍ଷେତ୍ର। ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମନ୍ଦିରରେ ରଙ୍ଗ ଦିଆଯିବା କାମ ଶେଷ ହୋଇସାରିଲାଣି। ଦିନକ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଚର୍ତୁପାର୍ଶ୍ବରେ ଥିବା ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର, ପୂର୍ବ ଦ୍ୱାର, ସାହାଣୀ ମଣ୍ଡପ ଏବଂ ସିଂହଦ୍ୱାର ସବୁକୁ ମନ୍ଦିର ପ୍ରଶାସନ ପକ୍ଷରୁ ସଫା କରାଯାଇ ରଙ୍ଗ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଭକ୍ତମାନେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ଦେଖିବା ସହ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିପାଇଁ ଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର, ଚିନ୍ତାମଣିଶ୍ୱର ମନ୍ଦିର, ଜିଜିପି କଲୋନୀସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, ନିଳାଦ୍ରୀବିହାରସ୍ଥିତ ଈଶାନେଶ୍ୱର, ଚନ୍ଦ୍ରଶେଖରପୁରସ୍ଥିତ ଶିବମନ୍ଦିର ଆଦି ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ସବୁକୁ ଆଲୋକ ଓ ଫୁଲମାଳରେ ସଜାଯାଇଛି। ଅନେକ ଶୈବ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବାପରେ ରାଜଧାନୀର ବିଭିନ୍ନ ଛୋଟବଡ଼ ଶୈବପୀଠରେ ମହାଦୀପ ଉଠିବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ଉଦ୍ଦେଶ୍ୟରେ ଭୋର୍‌‌ ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ। ଏହାପରେ ଭୋର୍‌‌ ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିଥିଲେ। ୧୧.୩୦ମିନିଟ୍‌‌ରୁ ୧୨ଟା ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ଅପରାହ୍ନ ସାଢ଼େ ୨ଟାରୁ ଭୁବନେଶ୍ୱରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍ଣ ୪ଟା ୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୫୪ରୁ ବୀରକିଶୋର ବଲ୍ଲଭ, ଦ୍ୱିପହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ପଡ଼ିବ। ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ସାଢ଼େ ୭ଟାରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼଼ା ପରିକ୍ରମା କରାଯିବ। ୮ଟା ୫୫ ମିନିଟ୍‌‌ରେ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ କରାଯାଇ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର