ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ

The Sakala Picture
Published On

ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ। ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ। ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରିବେ ଦଳର ହେଭିଓ୍ବେଟ୍ ନେତା। ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ କରିବାକୁ କାର୍ଯ୍ୟକାରିଣୀରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯୋଗ ଦେବେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସଂଗଠନ ମଜବୁତ […]

ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ। ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ। ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରିବେ ଦଳର ହେଭିଓ୍ବେଟ୍ ନେତା। ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ କରିବାକୁ କାର୍ଯ୍ୟକାରିଣୀରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯୋଗ ଦେବେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସଂଗଠନ ମଜବୁତ କରିବାରେ ଯୁବ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ରାଜନୈତିକରୁ ସାମାଜିକ କାର୍ଯ୍ୟକ୍ରମରେ ଛାମୁଆ ସଂଗଠନର ରହିଛି ଯୋଗଦାନ। ବର୍ଷ ତମାମ ସେମାନଙ୍କ କାର୍ଯ୍ୟ ଖସଡ଼ାର କାର୍ଯ୍ୟକାରିତା ଉପରେ ଆଜି ରିପୋର୍ଟ କାର୍ଡ ଉପସ୍ଥାପନ କରାଯିବ। ଏଥିସହ ଯୁବ ବିଜେଡିକୁ ଆହୁରି ଆଗକୁ ନେବା ପାଇଁ କିଛି କାର୍ଯ୍ୟ ଖସଡ଼ାର ପ୍ରସ୍ତାବ ବି ରଖିବେ ଦଳୀୟ ନେତା।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

କେନ୍ଦ୍ର ଅବହେଳା ବିରୋଧରେ ଯୁବକଙ୍କ ଶାଣିତ ସ୍ବର ନେଇ ରାଜନୈତିକ ପ୍ରସ୍ତାବ ଆସିପାରେ। ସାଂଗଠନିକ ପ୍ରସ୍ତାବରେ ଅଧିକରୁ ଅଧିକ ସଦସ୍ୟଙ୍କୁ ବିଜେଡିରେ ମିଶାଇ ୨୦୨୪ ପୂର୍ବରୁ ଶକ୍ତି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯିବ। ସେହିପରି ୨୦୨୪ରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଙ୍କଳ୍ପ ନେବା ସହ ବ୍ୟାପକ ଭାବେ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରଖିବାକୁ ସଙ୍କଳ୍ପ ପ୍ରସ୍ତାବ ଆଣିବାକୁ ଲକ୍ଷ୍ୟ ରଖିଛି ଯୁବ ବିଜେଡି। ଆଞ୍ଚଳିକ ଦଳ ଭାବେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡି ଶାସନ କରୁଛି। ତୃଣମୂଳସ୍ତରରୁ ଲୋକଙ୍କ ସମସ୍ୟା ବୁଝି କାମ କରିବା ହିଁ ଦଳର ସଫଳତାର ମୂଳମନ୍ତ୍ର ପାଲଟିଛି। ଆଗକୁ ଆହୁରି ଭଲ କାମ କରିବାକୁ କାର୍ଯ୍ୟକ୍ରମରେ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

06 Jul 2023 By The Sakala

ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ। ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ। ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରିବେ ଦଳର ହେଭିଓ୍ବେଟ୍ ନେତା। ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ କରିବାକୁ କାର୍ଯ୍ୟକାରିଣୀରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯୋଗ ଦେବେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସଂଗଠନ ମଜବୁତ କରିବାରେ ଯୁବ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ରାଜନୈତିକରୁ ସାମାଜିକ କାର୍ଯ୍ୟକ୍ରମରେ ଛାମୁଆ ସଂଗଠନର ରହିଛି ଯୋଗଦାନ। ବର୍ଷ ତମାମ ସେମାନଙ୍କ କାର୍ଯ୍ୟ ଖସଡ଼ାର କାର୍ଯ୍ୟକାରିତା ଉପରେ ଆଜି ରିପୋର୍ଟ କାର୍ଡ ଉପସ୍ଥାପନ କରାଯିବ। ଏଥିସହ ଯୁବ ବିଜେଡିକୁ ଆହୁରି ଆଗକୁ ନେବା ପାଇଁ କିଛି କାର୍ଯ୍ୟ ଖସଡ଼ାର ପ୍ରସ୍ତାବ ବି ରଖିବେ ଦଳୀୟ ନେତା।

କେନ୍ଦ୍ର ଅବହେଳା ବିରୋଧରେ ଯୁବକଙ୍କ ଶାଣିତ ସ୍ବର ନେଇ ରାଜନୈତିକ ପ୍ରସ୍ତାବ ଆସିପାରେ। ସାଂଗଠନିକ ପ୍ରସ୍ତାବରେ ଅଧିକରୁ ଅଧିକ ସଦସ୍ୟଙ୍କୁ ବିଜେଡିରେ ମିଶାଇ ୨୦୨୪ ପୂର୍ବରୁ ଶକ୍ତି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯିବ। ସେହିପରି ୨୦୨୪ରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଙ୍କଳ୍ପ ନେବା ସହ ବ୍ୟାପକ ଭାବେ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରଖିବାକୁ ସଙ୍କଳ୍ପ ପ୍ରସ୍ତାବ ଆଣିବାକୁ ଲକ୍ଷ୍ୟ ରଖିଛି ଯୁବ ବିଜେଡି। ଆଞ୍ଚଳିକ ଦଳ ଭାବେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡି ଶାସନ କରୁଛି। ତୃଣମୂଳସ୍ତରରୁ ଲୋକଙ୍କ ସମସ୍ୟା ବୁଝି କାମ କରିବା ହିଁ ଦଳର ସଫଳତାର ମୂଳମନ୍ତ୍ର ପାଲଟିଛି। ଆଗକୁ ଆହୁରି ଭଲ କାମ କରିବାକୁ କାର୍ଯ୍ୟକ୍ରମରେ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର