ଶହ ଶହ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଲେ ଡେଲକି ଖରିଆର ସମାଜ

The Sakala Picture
Published On

ଭୁବନେଶ୍ବର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ସୁନ୍ଦରଗଡ଼ ତଳସରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଲକର ବରିଷ୍ଠ ନେତା ତଥା ଡେଲକି ଖରିଆର ସମାଜର ରାଜ୍ୟ ସଭାପତି ନୃପ ଚରଣ ଦଣ୍ଡସେନା ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ନୃପ ଏବେ ଜିଲ୍ଲା ହକି ସଂଘର ସଭାପତି ଅଛନ୍ତି । ତାଙ୍କ ସହ ପୂର୍ବତନ ବ୍ୟାଙ୍କ […]

ଭୁବନେଶ୍ବର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ସୁନ୍ଦରଗଡ଼ ତଳସରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବଡେଗା ବ୍ଲକର ବରିଷ୍ଠ ନେତା ତଥା ଡେଲକି ଖରିଆର ସମାଜର ରାଜ୍ୟ ସଭାପତି ନୃପ ଚରଣ ଦଣ୍ଡସେନା ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ନୃପ ଏବେ ଜିଲ୍ଲା ହକି ସଂଘର ସଭାପତି ଅଛନ୍ତି । ତାଙ୍କ ସହ ପୂର୍ବତନ ବ୍ୟାଙ୍କ ଅଧିକାରୀ ଉଗ୍ରସେନ ପ୍ରଧାନ ବି ବିଜେଡିରେ ଯୋଗ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଏମାନେ ସମସ୍ତେ ନିଜର ଶହ ଶହ ସମର୍ଥକଙ୍କୁ ଧରି ବିଜେଡିରେ ମିଶିଛନ୍ତି । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି ବୋଲି ମତ ରଖିଛନ୍ତି । ବିଜେଡିରେ ଯୋଗଦାନ ପରେ ନୃପ ଦଣ୍ଡସେନା ରଖିଛନ୍ତି ପ୍ରତିକ୍ରିୟା । ୩୫ ବର୍ଷ ଧରି ସେ ପୋଲିସ ଚାକରି କରିଥିଲେ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାକୁ ଅନୁମୋଦନ କରିଥିବାରୁ ଏହି ଅବସରରେ ଧନ୍ୟବାଦ ଦେଇଛନ୍ତି ନୃପ ଦଣ୍ଡସେନା । ଜନସେବା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଗାଁ ଗାଁରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ନୃପ ଦଣ୍ଡସେନା ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର