ଆଜି ବିଶ୍ୱ ବାଘ ଦିବସ: ଜଙ୍ଗଲରେ ଶିକାରୀ, ସଫା ହୋଇଯିବେ କଲରାପତରିଆ

The Sakala Picture
Published On

ଭୁବନେଶ୍ୱର: ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । କ୍ରମାଗତ ଭାବେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ସୁରକ୍ଷା ଦେବା ସହିତ ଏହି ପ୍ରଜାତିକୁ ବିଲୁପ୍ତ ହେବାରୁ ରୋକିବା ଦିଗରେ ଏହି ଅନ୍ତର୍ଜାତୀୟ ଦିବସ ପାଳନ କରାଯାଉଛି। ଭାରତର ଜାତୀୟ ପ୍ରାଣୀ ବାଘର ରାଜକୀୟ ଠାଣି ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରିଛି। ଶକ୍ତିମାନର ପ୍ରତୀକ ହେଉଛି ବାଘ। ଭାରତୀୟ ପୁରାଣ, କିମ୍ବଦନ୍ତୀ, ଲୋକକଥାରେ ବାଘକୁ ନେଇ ଅନେକ କାହାଣୀ ରହିଛି। ପୌରାଣିକ ମାନ୍ୟତା ଅନୁସାରେ ବାଘ […]

ଭୁବନେଶ୍ୱର: ଆଜି ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । କ୍ରମାଗତ ଭାବେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ସୁରକ୍ଷା ଦେବା ସହିତ ଏହି ପ୍ରଜାତିକୁ ବିଲୁପ୍ତ ହେବାରୁ ରୋକିବା ଦିଗରେ ଏହି ଅନ୍ତର୍ଜାତୀୟ ଦିବସ ପାଳନ କରାଯାଉଛି। ଭାରତର ଜାତୀୟ ପ୍ରାଣୀ ବାଘର ରାଜକୀୟ ଠାଣି ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରିଛି। ଶକ୍ତିମାନର ପ୍ରତୀକ ହେଉଛି ବାଘ। ଭାରତୀୟ ପୁରାଣ, କିମ୍ବଦନ୍ତୀ, ଲୋକକଥାରେ ବାଘକୁ ନେଇ ଅନେକ କାହାଣୀ ରହିଛି। ପୌରାଣିକ ମାନ୍ୟତା ଅନୁସାରେ ବାଘ ଦେବୀ ଦୁର୍ଗାଙ୍କ ବାହନ । ଆମ ଓଡ଼ିଆ ଲୋକକଥାରେ ‘ବାଘ’କୁ ମାମୁଁ ଭାବେ ସମ୍ବୋଧନ କରାଯାଏ। ତେବେ ଧୀରେ ଧୀରେ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି। ଜଙ୍ଗଲ ହ୍ରାସ ଓ ଲୋକଙ୍କ ଦ୍ବାରା ବାଘ ଶିକାର ଏହାର ପ୍ରମୁଖ କାରଣ। ବାଘ ସଂରକ୍ଷଣ ପ୍ରତି ସଚେନତନା ବୃଦ୍ଧି କରିବା ଓ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ଜୁଲାଇ ୨୯କୁ ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଭାବେ ପାଳନ କରାଯାଉଛି। ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ରୁଷିଆର ସେଣ୍ଟପିଟର୍ସବର୍ଗ ଶିଖର ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେବା ପରେ ବିଶ୍ୱବାସୀ ‘ବାଘ ଦିବସ’ ପାଳନ କରିଆସୁଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀରେ ନିମ୍ନମାନର ଓ ଭେଜାଲ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ: ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କଡ଼ା ପଦକ୍ଷେପ

ଏହି ସମ୍ମିଳନୀରେ ୧୩ଟି ଦେଶ ଅଂଶଗ୍ରହଣ କରିଥିଲେ। ୨୦୨୨ ସୁଦ୍ଧା ବାଘବଂଶକୁ ଦୁଇଗୁଣା ଲକ୍ଷ୍ୟ ନେଇ ସଂପୃକ୍ତ ଦେଶମାନେ ମିଳିତ ଭାବେ ପ୍ରୟାସ ଜାରି ରଖିଛନ୍ତି। ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି । ୧୯୭୩ରେ ଭାରତ ସରକାର ‘ପ୍ରୋଜେକ୍ଟ ଟାଇଗର୍’ ଆରମ୍ଭ କରିଥିଲେ। ଏହା ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୫୦ ବ୍ୟାଘ୍ର ଅଭୟାରଣ୍ୟ ପ୍ରକଳ୍ପ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ତେବେ ବିପଦରେ କଲରାପତିଆ ବାଘ। ଗତ ୩ ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜବତ୍‍ ହେଲାଣି ପ୍ରାୟ ୩୦ ବାଘ ଛାଲ। ଶିକାରୀମାନେ ଯେଭଳି ଭାବେ କଲରାପତରିଆ ବାଘକୁ ଟାର୍ଗେଟ୍‍ କରୁଛନ୍ତି; ଲାଗୁଛି ଆସନ୍ତା ୨୦ ବର୍ଷ ଭିତରେ କଲରାପତରିଆ ବାଘ ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବ। ଯେତିକି ବାଘ ଶିକାର ହେଉଛି, ସେଥିରୁ ମାତ୍ର କେଇଟା ବାଘର ଛାଲ ଜବତ କରୁଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‍ଟିଏଫ୍‍)। ୩ବର୍ଷରେ ଏସ୍‍ଟିଏ୍‍ ଦ୍ୱାରା ୩୦ଟି କଲରାପତିରିଆ ବାଘଛାଲ ଜବତ କରାଯାଇଥିବା ବେଳେ ଶିକାର କରୁଥିବା ୪୩ଜଣ ଜଙ୍ଗଲ ତସ୍କରୀଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ସରିଲା ସର୍ବଦଳୀୟ ବୈଠକ: MMDR ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ କହିଲେ ବିରୋଧୀଦଳ ମୁଖ୍ୟ ସଚେତକ

ହାତୀକୁ ଛାଡିଦେଲେ ବାକି ବନ୍ୟଜନ୍ତୁ ଶୀକାର ପାଇଁ ଏବେ ରାଜ୍ୟର ସୋନପୁର, ବୌଦ୍ଧ, ନୟାଗଡ଼, ମୟୁରଭଞ୍ଜ ଓ କନ୍ଧମାଳ ଭଳି ଜିଲ୍ଲା ଏବେ ଶୀକାରୀଙ୍କ କବ୍‍ଜାରେ। ଏହି ଜିଲ୍ଲାଗୁଡିକରୁ ଅଧିକ ବନ୍ୟଜନ୍ତୁ ଶିକାର କରି ରାଜ୍ୟ ତଥା ବିଦେଶକୁ ଚାଲାଣ କରୁଛନ୍ତି। ସେପରି ସମ୍ବଲପୁରର କୁଚିଣ୍ଡା, ନୟାଗଡ଼ ଦଶପଲ୍ଲାର ଗିରିପୂଜା ଜଙ୍ଗଲ, ରଣପୁର ମଣିନାଗ ଜଙ୍ଗଲ ଓ ବୌଦ୍ଧର ମନମୁଣ୍ଡା ଜଙ୍ଗଲରୁ କଲରାପତିରିଆ ବାଘ ଶିକାର କରାଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବନ୍ୟଜନ୍ତୁ ଶିକାର ରୋକିବା ଲାଗି ଏସ୍‍ଟିଏଫ୍‍ ପକ୍ଷରୁ ଏକ ହେଲ୍ପଲାଇନ୍‍ ନମ୍ବର ଜାରି କରାଯାଇଛି। ଏଥିରେ ଦଲାଲ ଓ ବେପାରୀଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବା ସହ ସେମାନଙ୍କୁ ଠାବ କରିବା ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଚାଲିଥିବା ଏସ୍‍ଟିଏଫ୍‍ ପକ୍ଷରୁ କୁହାଯାଇଛି।

ଗୋଟିଏ ପଟେ ଓଡ଼ିଶା ଜଙ୍ଗଲରୁ ବନ୍ୟଜନ୍ତୁ ଶୀକାର ବଢ଼଼ୁଥିବା ବେଳେ ବାଘ ଛାଲ ଓ ହାତୀଦାନ୍ତ ବିପୁଳ ପରିମାଣରେ ଜବତ ହେଉଛି। ହେଲେ ଏହାକୁ ରୋକିବା ଦିଗରେ କୌଣସି ଆଇନ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉନି। ଏ ବାବଦରେ ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ସେକ୍ରେଟେରୀ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେତେ ପର୍ଯ୍ୟନ୍ତ ଶୀକାରୀଙ୍କ ପାଇଁ କଡାକଡି ଆଇନ ଆସିନି ସେଯାଏଁ ଶୀକାରକୁ ରୋକିବା ସମ୍ଭବ ନୁହେଁ। ବିଭାଗର ଅପରାଗତ ଓ ନିଷ୍କ୍ରିୟତା ଯୋଗୁଁ ବନ୍ୟପ୍ରାଣୀ ଅପରାଧୀମାନେ ଅନାୟାସରେ ଘୂରି ବୁଲୁଛନ୍ତି। ଆଉ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ଠିକ୍‍ ଭାବେ କାର୍ଯ୍ୟକାରୀ ହୋଇ ପାରୁନି। ଯଦି ପୁଲିସ ଅପରାଧିକ ମାମଲା ବର୍ଷ ବର୍ଷ ଧରି ଚାଲି ପାରୁଛି, ତାର ତଦନ୍ତ କରାଯାଇ ପାରୁଛି, ମାମଲାର ଫଲୋଅପ୍‍ କରାଯାଇ ପାରୁଛି ତେବେ ବନ୍ୟଜନ୍ତୁ ଅପରାଧ ମାମଲା କାହିଁକି ଦଣ୍ଡାଦେଶ ହେବା ଯାଏଁ ଯାଇ ପାରିବନି। ବନଖଣ୍ଡ ଅଧିକାରୀ ଓ ରେଞ୍ଜର ଭଳି ପାହ୍ୟାରେ ବସୁଥିବା ଅଧିକାରୀମାନେ ବନ୍ୟପ୍ରାଣୀ ଅପରାଧିକ ମାମଲାର ଚାର୍ଜସିଟ ଫାଇଲ୍‍ କରିଥାନ୍ତି। ତେଣୁ ସେମାନେ ଏସବୁ ମାମଲାର ତଦାରଖ କରିବା ଦରକାର। ଏଥିପାଇଁ କୌଣସି ରଣନୀତି ନୁହେଁ ବରଂ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆବଶ୍ୟକ। ସେହିପରି ଅପରାଧିକ ମାମଲା ରୁଜୁ ହେଉଥିବା ବନାଞ୍ଚଳର ବନଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀଙ୍କୁ ଏହା ଉତ୍ତର ଦାୟିତ୍ୱ ନ୍ୟସ୍ତ କରାଯିବା ଦରକାର।

ଏସ୍‍ଟିଏଫ୍‍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୨୨ରେ ୯ଟି କଲରାପତିରିଆ ବାଘଛାଲ,୨୦୨୧ରେ ୧୪ଟି ବାଘଛାଲ ଓ ୨୦୨୦ରେ ୭ଟି କଲରାପତିରିଆ ବାଘଛାଲ ଜବତ ହୋଇଥିଲା। ସେହିପରି ଆର୍ନ୍ତଜାତିକ ବଜାର ଯାଏଁ ଲମ୍ବିଛି ଚୋରା ଚାଲାଣ ଚେର। ଓଡ଼ିଶାରେ ବନ୍ୟଜନ୍ତୁ ଶିକାର କରି ଅନ୍ୟ ରାଜ୍ୟ ଓ ଦେଶକୁ ଚାଲାଣ ହେଉଛି। ଓଡ଼ିଶାରୁ କଲରାପତିରିଆ ବାଘଛାଲ, ନଖ ଓ ଦାନ୍ତ ଆଦି କୋଲକାତା, ବିଶାଖାପାଟଣା ଓ ରାଜସ୍ଥାନର ଜୟପୁରକୁ ଯାଉଛି। ଆଉ ସେଠାରୁ ନେପାଳ, ଚାଇନା, ଇରାନ୍‍, ତିଦ୍ଧତ ଆଦି ଦେଶକୁ ଚାଲାଣ କରାଯାଉଛି। ସେପରି ଓଡ଼ିଶାରୁ ଭାୟା ଛତିଶଗଡ଼ ଦେଇ ମିଆଁମାର ଓ ରାୟଗଡ଼ା-ପାର୍ବତୀପୁର ଦେଇ କର୍ଣ୍ଣାଟକ ଓ ପରେ ସେଠାରୁ ଜୟପୁରକୁ ଚାଲାଣ କରାଯାଉଛି।

ବାଘ ହାଡ ପୂର୍ବ ଏସୀୟ ଦେଶଗୁଡିକରେ ଆୟୂର୍ବେଦିକ ଓ ଘରୋଇ ଔଷଧ ପାଇଁ ବ୍ୟବହାର କରାଯାଉଥିବା ବେଳେ ବାଘଛାଲରୁ ବିଭିନ୍ନ ବ୍ରାଣ୍ଡର ନାମୀଦାମୀ ଜ୍ୟାକେଟ୍‍, ଜୋତା, ପର୍ସ, ଭ୍ୟାନିଟ ଓ ପୋଷାକ ଆଦି ପ୍ରସ୍ତୁତ କରାଯାଉଛି। ସେପରି ନଖ ଓ ଦାନ୍ତକୁ ପାରମ୍ପରିକ ଚାଇନିଜ ମେଡିସିନ୍‍ ଭାବେ ବ୍ୟବହାର କରାଯାଉଛି। ଆଲସର, ମ୍ୟାଲେରିଆ, ଗଣ୍ଠିବାତ ଭଳି ରୋଗରେ ବାଘ ନଖ ଓ ଦାନ୍ତ ଓ ହାଡ ବ୍ୟବହାର କରାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର