ଅସହ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ଦେଲା କାଳବୈଶାଖୀ ବର୍ଷା, ୬ରୁ ପୁଣି ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଅସହ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଦୁଇ ଦିନ ଯାଏ ଗରମରୁ ତ୍ରାହି ମିଳିବ । ଆଜି ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୩୬ […]
ଭୁବନେଶ୍ୱର: ଅସହ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଦୁଇ ଦିନ ଯାଏ ଗରମରୁ ତ୍ରାହି ମିଳିବ । ଆଜି ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଗତ ୩୬ ଘଣ୍ଟାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ବର୍ଷା ସହ କିଛି ସ୍ଥାନରେ ପବନ ବହିଛି। ଏହି ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ଓ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୩୬ ଘଣ୍ଟାରେ କାଳବୈଶାଖୀ ଯୋଗୁଁ ଦେବଗଡ଼ରେ ୩୭ ମିମି ବର୍ଷା ରେକର୍ଡ ହୋଇଛି। ଏହାସହିତ ବରଗଡ଼, ଫୁଲବାଣୀ, ହୀରାକୁଦ, ନୂଆପଡ଼ା, ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡ଼ା ଆଦି ସ୍ଥାନରେ କିଛିକିଛି ବର୍ଷା ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗୁରୁବାର ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ରହିଥିଲା। ଉପକୂଳ ଜିଲ୍ଲାରେ ସାମୁଦ୍ରିକ ପବନ ବହୁଥିଲା। ୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଦକ୍ଷିଣ-ପଶ୍ଚିମ ଉପକୂଳକୁ ଗତି କରିବ ଓ ୮-୯ ତାରିଖ ବେଳକୁ ଓଡ଼ିଶାର ଉତ୍ତରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ ହୋଇପାରେ। ଏହା ପ୍ରଭାବରେ ବାଲେଶ୍ୱରଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ତାପମାତ୍ରା ବଢ଼ିବ ନାହିଁଁ। ଭୁବନେଶ୍ୱର କଟକରେ ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୩୫-୩୭ ମଧ୍ୟରେ ରହିବ। ପାଗ ମେଘୁଆ ହେବା ସହ ଉତ୍ତର ଉପକୂଳରେ ଅଳ୍ପ ବର୍ଷା ହୋଇପାରେ। ସମ୍ବଲପୁର, ବୌଦ୍ଧ, ତାଳଚେର, ପାରଳାଖେମୁଣ୍ଡିରେ ପାରଦ ୩୭ ଡିଗ୍ରୀରୁ ୩୯ ଡିଗ୍ରୀ ମଧ୍ୟରେ ରହିବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ବଢ଼ିବ ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୪୦-୫୦ କିମି ପର୍ଯ୍ୟନ୍ତ ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।