ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ
ବାରିପଦା : ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରେ ଥିବା ରିଜର୍ଭ ଜଙ୍ଗଲରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ କୁଟୁରା ମାଂସ ସହିତ ୩ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳତା ପାଇଛି । ଗିରଫ ଶିକାରୀ ମାନେ ଉତ୍ତରାସ ଗାଁର ବାସିନ୍ଦା ହଇଥିବା ବେଳେ ସେଥି ମଧ୍ୟରୁ ଜଣେ ନିର୍ବାଚିତ ପ୍ରତିନିଧି ଅଛିନ୍ତି । ଏ ମାନକୁ ଧରିବା ପାଇଁ ଉତ୍ତର ଶିମିଳିପାଳର ACF ପ୍ରଦୀପ କୁମାର […]
ବାରିପଦା : ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରେ ଥିବା ରିଜର୍ଭ ଜଙ୍ଗଲରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ କୁଟୁରା ମାଂସ ସହିତ ୩ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳତା ପାଇଛି । ଗିରଫ ଶିକାରୀ ମାନେ ଉତ୍ତରାସ ଗାଁର ବାସିନ୍ଦା ହଇଥିବା ବେଳେ ସେଥି ମଧ୍ୟରୁ ଜଣେ ନିର୍ବାଚିତ ପ୍ରତିନିଧି ଅଛିନ୍ତି । ଏ ମାନକୁ ଧରିବା ପାଇଁ ଉତ୍ତର ଶିମିଳିପାଳର ACF ପ୍ରଦୀପ କୁମାର ଦେ ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହିତ ନିଜେ ମଧ୍ୟ ଉପସ୍ଥିତ ରହି ପଶୁ ଶିକାରୀଙ୍କୁ ଧରିବାରେ ସଫଳ ହଇଥିଲେ ।ଘଟଣା ସ୍ଥାନରୁ ୭ କିଲୋ କୁଟରା ମାଂସ, ଦୁଇଟି ଧନୁ, ୪ ଧନୁତୀର,ଗୋଟିଏ କୁରାଢ଼ିଏବଂ ଗୋଟିଏ ପନକି ଜବତ କରିଛି ।
ଏଥି ସହିତ ଚହଲା ରେଞ୍ଜ ଏରିଆରେ ପେଟ୍ରୋଲିଂ କରୁଥିବା ବେଳେ କୋର ଏରିଆରୁ କାଠ କାଟୁ ଥିବା ସମୟରେ ୩ ଜଣ କାଠ ମାଫିଆକୁ ଧରିବାରେ ସଫଳ ହଇଛି ବନବିଭାଗ । ତାଙ୍କ ଠାରୁ ଧନୁ ତୀର , କୁରାଡ଼ି ସହିତ ଚିରା କାଠ ମଧ୍ୟ ଜବତ କରିଛି ବନବିଭାଗ । ଏବେ ଉତ୍ତର ଶିମିଳିପାଳ ଅଭୟାରଣ୍ୟ ରେ ପେଟ୍ରୋଲିଂ କଡାକଡ଼ି କରା ଯାଉଥିବାରୁ ଶିକାରୀ ମାନେ ଧରାପଡୁଥିବା ଜଣା ଯାଇଛି ।ତେବେ ଏଇ ଅଭୟାରଣ୍ୟ ରେ ବିଭିନ୍ନ ସମୟରେ ଏପରି ଆବାଧ୍ୟ ଶିକାର କରୁଛନ୍ତି ଶିକାରୀ ମାନେ ଯାହା ଫଳରେ ଏବେ ପଶୁ ସମ୍ପଦ ବିପଦରେ । ତେଣୁ ଏଇ ଅଭୟାରଣ୍ୟ ସୁରକ୍ଷା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ପରିବେଶ ବିତ ମାନେ ।