କରୋନା ପ୍ରଭାବ ସାଙ୍ଗକୁ, ଡିଜେଲ ଦର ବୃଦ୍ଧି। ସମୁଦ୍ରକୁ ଯାଉନି ମାଛଧରା ଫୋର୍ଟ ଓ‌ ଟ୍ରଲ, କାମ ହରାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ

The Sakala Picture
Published On

ବାଲେଶ୍ଵର: ମହାମାରୀ କରୋନାର ପ୍ରଭାବ ଓ ଡିଜେଲର ଦରବୃଦ୍ଧି ଯୋଗୁଁ ବାଲେଶ୍ବର ଜିଲ୍ଲାର ହଜାର ହଜାର ମତ୍ସ୍ୟଜୀବି କାମ ଧନ୍ଦା ହରାଇଛନ୍ତି। ଫଳରେ ସେମାନେ ଢୋକେ ପି ଦଣ୍ଡେ ଜିଇଁବା ଭଳି ସ୍ଥିତିରେ ରହିଛନ୍ତି।ଅତି ଶୋଚନୀୟ ଅବସ୍ଥାରେ କାଳାତିପାତ କରୁଥିବା ଏହି ମତ୍ସ୍ୟଜୀବୀ ପରିବାର ଗୁଡ଼ିକୁ ସରକାର ସହାୟତାର ହାତ ବଢାନ୍ତୁ ବୋଲି ସବୁ ମହଲରୁ ଦାବି ହେଉଛି। ବାଲେଶ୍ଵର ଜିଲ୍ଲାର ବାହାନଗା ଠାରୁ ପଶ୍ଚିମବଙ୍ଗର ବିସ୍ତିର୍ଣ୍ଣ ଅଞ୍ଚଳ ଯାଏଁ ସମୁଦ୍ର ବେଳାଭୂମିର ପାର୍ଶ୍ଵବର୍ତ୍ତୀ ଗାଁ ଗୁଡିକରେ […]

ବାଲେଶ୍ଵର: ମହାମାରୀ କରୋନାର ପ୍ରଭାବ ଓ ଡିଜେଲର ଦରବୃଦ୍ଧି ଯୋଗୁଁ ବାଲେଶ୍ବର ଜିଲ୍ଲାର ହଜାର ହଜାର ମତ୍ସ୍ୟଜୀବି କାମ ଧନ୍ଦା ହରାଇଛନ୍ତି। ଫଳରେ ସେମାନେ ଢୋକେ ପି ଦଣ୍ଡେ ଜିଇଁବା ଭଳି ସ୍ଥିତିରେ ରହିଛନ୍ତି।ଅତି ଶୋଚନୀୟ ଅବସ୍ଥାରେ କାଳାତିପାତ କରୁଥିବା ଏହି ମତ୍ସ୍ୟଜୀବୀ ପରିବାର ଗୁଡ଼ିକୁ ସରକାର ସହାୟତାର ହାତ ବଢାନ୍ତୁ ବୋଲି ସବୁ ମହଲରୁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ବାଲେଶ୍ଵର ଜିଲ୍ଲାର ବାହାନଗା ଠାରୁ ପଶ୍ଚିମବଙ୍ଗର ବିସ୍ତିର୍ଣ୍ଣ ଅଞ୍ଚଳ ଯାଏଁ ସମୁଦ୍ର ବେଳାଭୂମିର ପାର୍ଶ୍ଵବର୍ତ୍ତୀ ଗାଁ ଗୁଡିକରେ ହଜାର ହଜାର ମତ୍ସ୍ୟଜୀବୀ ବାସ କରୁଛନ୍ତି କରିଥାନ୍ତି। ସମୁଦ୍ର ହିଁ ଏମାନଙ୍କ ପାଇଁ ରୋଜଗାରର ଏକମାତ୍ର ମାଧ୍ୟମ।କିଏ ଗଭୀର ସମୁଦ୍ର କୁ ଯାଇ ମାଛ ଧରେ ତ ଆଉ କିଏ ବୋର୍ଟ,ଟ୍ରଲର ଓ ଡଙ୍ଗା ମରାମତି କରେ। ପୁଣି କିଏ ମାଛ ଖଟିରେ ଶ୍ରମିକ ଭାବେ କାମ କରେ ତ ଆଉ କିଏ ମାଛଧରା ଜାଲ ସିଲାଇ କରି ପରିବାର ଚଳାଇଥାଏ। ବାଲେଶ୍ଵର ଓ ପଶ୍ଚିମବଙ୍ଗର ବିଭିନ୍ନ ବେଳାଭୂମିରେ ଯେ କେବଳ ସ୍ଥାନୀୟ ମତ୍ସ୍ୟଜୀବୀ ନିର୍ଭର କରିଥାନ୍ତି ତାହା ନୁହେଁ ଓଡିଶାର ଅନ୍ୟ ଜିଲ୍ଲା ସମେତ ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦି ପ୍ରଦେଶର ମତ୍ସ୍ୟଜୀବୀମାନେ ମଧ୍ୟ ଏହି ଅଞ୍ଚଳରେ ଉପରୋକ୍ତ କାମ ସବୁରେ ନିୟୋଜିତ ଥାନ୍ତି। ତେବେ ୨୦୨୦ ମିସହା ପ୍ରଥମାର୍ଦ୍ଧରୁ ଅର୍ଥାତ ମହାମାରୀ କରୋନା ଆସିବା ପରଠାରୁ ଏହି ମତ୍ସଜୀବୀ ମାନଙ୍କ ଉପରେ ଦୁଃଖ ର ପାହାଡ଼ ମାଡ଼ି ବସିଛି। କରୋନା ଯୋଗୁଁ ମାଛଧରା ବହୁକାଂଶରେ ପ୍ରଭାବିତ ହୋଇଥିବାବେଳେ ପୁଣି ଡିଜେଲ ଓ ବିଦ୍ୟୁତ ଦର ବୃଦ୍ଧି ମଧ୍ୟ ମତ୍ସ୍ୟଜୀବୀଙ୍କ ପେଟପାଟଣା ଉପରେ ଗଭୀର ପ୍ରଭା ପକାଇଛି। ବିଶେଷ କରି ତେଲରେ ବୃଦ୍ଧି ଯୋଗୁଁ ସମୁଦ୍ରକୁ ବୋର୍ଟ ଓ ଟ୍ରଲରରେ ଯାଇ ମାଛ ଧରିବା ବ୍ୟଯ ସାପେକ୍ଷ ହୋଇଛି। ସେହିପରି ବରଫର ମୂଲ୍ୟ ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଇଥିବା ବେଳେ ଦେଶ ଭିତରକୁ ଏପରିକି ବିଦେଶକୁ ମଧ୍ୟ ମାଛ ରପ୍ତାନି ହୋଇପାରୁନାହିଁ। ଡଙ୍ଗା ଓ ବୋର୍ଟ ମାଲିକ ମାନେ ପୂର୍ବରୁ ମାଛ ଧରା ବାବଦରେ ଯାହା ଖର୍ଚ୍ଚ କରୁଥିଲେ ତାକୁ ଛାଡି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ‌। ହେଲେ ବର୍ତମାନ ମାସ ଶେଷରେ ହିସାବ କରିବା ବେଳକୁ କାହାର ଖର୍ଚ୍ଚ ଓ ଆୟ ସମାନ ତ ଆଉ କାହାର ହାତରୁ ଚାଲିଯାଉଛି। ଏହି କାରଣରୁ ସମୁଦ୍ରକୁ ଅଧିକ ସଙ୍ଖ୍ୟକ ଡଙ୍ଗା,ବୋର୍ଟ ଓ ଟ୍ରଲର ମାଛ ଧରିବାକୁ ଯାଉନାହିଁ କି ଜାଲ ସିଲେଇ,ବୋର୍ଟ ମରାମତି,ମାଛଧରା ତଥା ତଥା ଅନ୍ୟ କାମରେ ନିୟୋଜିତ ଥିବା ମତ୍ସ୍ୟଜୀବୀ ମାନେ ମଧ୍ୟ କାମ ହରାଉଛନ୍ତି। ସେହିପରି ୟାସ ବାତ୍ୟା ସମୟରେ ମଧ୍ୟ ସମୁଦ୍ର ବେଳାଭୂମିରେ ଅସ୍ଥାୟୀ ଘର କରି ରହୁଥିବା ମତ୍ସଜୀବୀ ଶ୍ରମିକ ମାନଙ୍କ ଘର ଭାଙ୍ଗି ଯିବା ସହ ଜୁଆର ପାଣି ଘରେ ପଶି ଲକ୍ଷ ଲକ୍ଷ ଟଙ୍କାର ଜାଲ ତଥା ଅନ୍ୟ ମାଛଧରା ସାମଗ୍ରୀ ମଧ୍ୟ ଭାସିଯାଇଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର