ରାଜଧାନୀ ରାସ୍ତା ମଝିରେ ବିପଦଜନକ ଅବସ୍ଥାରେ ଠିଆ ହୋଇଛି ଥୁଣ୍ଟା ଗଛ

The Sakala Picture
Published On

ଭୁବନେଶ୍ୱର: ବିପଦଜନକ ଅବସ୍ଥାରେ ଠିଆ ହୋଇଛି ଥୁଣ୍ଟା ଗଛ । ରାସ୍ତା ମଝିରେ ଏହି ପୋକ ଲଗା ଗଛ ଠିଆ ହୋଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ରାଜଧାନୀର ଡେଲ୍‌ଟା ଛକ ନିକଟରେ ଠିଆ ହୋଇଥିବା ଏହି ପୋକଲଗା ଗଛ କେତେବେଳେ କାହା ପାଇଁ ବିପଦ ସାଜିବାର ଆଶଙ୍କା ରହିଛି। କାରଣ ଗଛରେ ପୋକ ଲାଗିଥିବାରୁ ମୂଳରୁ ଏହା ଦୁର୍ବଳ ହୋଇଯାଇଛି। ଫଳରେ ବର୍ଷା ପବନ ସମୟରେ ଏହା ଦୋହଲିଯାଉଛି। ରାସ୍ତାର ମେଡିଆନ୍‌ରେ ଲାଗିଥିବା ଏହି […]

ଭୁବନେଶ୍ୱର: ବିପଦଜନକ ଅବସ୍ଥାରେ ଠିଆ ହୋଇଛି ଥୁଣ୍ଟା ଗଛ । ରାସ୍ତା ମଝିରେ ଏହି ପୋକ ଲଗା ଗଛ ଠିଆ ହୋଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ରାଜଧାନୀର ଡେଲ୍‌ଟା ଛକ ନିକଟରେ ଠିଆ ହୋଇଥିବା ଏହି ପୋକଲଗା ଗଛ କେତେବେଳେ କାହା ପାଇଁ ବିପଦ ସାଜିବାର ଆଶଙ୍କା ରହିଛି। କାରଣ ଗଛରେ ପୋକ ଲାଗିଥିବାରୁ ମୂଳରୁ ଏହା ଦୁର୍ବଳ ହୋଇଯାଇଛି। ଫଳରେ ବର୍ଷା ପବନ ସମୟରେ ଏହା ଦୋହଲିଯାଉଛି। ରାସ୍ତାର ମେଡିଆନ୍‌ରେ ଲାଗିଥିବା ଏହି ଗଛରେ କେବୁଲ ସଂସ୍ଥା ସହିତ କିଛି ବିଭାଗ ନିଜର ତାର ଝୁଲାଇ ରଖୁଛନ୍ତି। ମାତ୍ର ୨୦-୩୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ମୂଳ ଶୁଖି ଯାଇଛି । ଡେଲ୍‌ଟା ଛକ ଟ୍ରାଫିକ ପୋଷ୍ଟ ନିକଟରେ କିଛି ଦୋକାନୀ ଏ ବାବଦରେ ବିଏମ୍‌ସି ସମେତ ଅଗ୍ନିଶମ ବିଭାଗ ଓ ବନ ବିଭାଗ ଆଦିକୁ ଜଣାଇଥିଲେ କେହି ଏଥ୍‌ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଦିବ୍ୟରଞ୍ଜନ ସେଠୀ ନାମକ ଜଣେ ଯୁବକ ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଏମ୍‌ସିର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସହିତ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି କର୍ଣ୍ଣପାତ କରି ନ ଥିବା ଅଭିଯୋଗ ହୋଇଛି । ରାଜଧାନୀର ଏକ ବ୍ୟସ୍ତବହୁଳ ଛକ ଭାବେ ଡେଲ୍‌ଟା ଛକ ଦେଇ ବହୁ ଲୋକ ଚଳାଚଳ କରିଥାନ୍ତି। ଏହାସହିତ ଟ୍ରାଫିକ୍ ରେଡ୍ ସିଗନାଲ ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ଶହଶହ ଗାଡ଼ି ଠିଆ ହୋଇ ରହିଥାଏ । ଏହି ସମୟରେ କିଛି ଦୁର୍ଘଟଣା ଘଟିଲେ ବା ପବନରେ ଗଛ ଗଡ଼ି ପଡ଼ିଲେ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଏଥିପାଇଁ ପୋକ ଲାଗିଯାଇଥିବା ଏହି ଗଛକୁ ତୁରନ୍ତ ରାସ୍ତାରୁ ହଟାଇବା ପାଇଁ ଟୁଇଟରରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର