ତିନିମାସ ହେଲା ଥାନାକୁ ଦୌଡୁଛନ୍ତି ମହିଳା

The Sakala Picture
Published On

ନନ୍ଦନକାନନ : ଥାନାରୁ ନ୍ୟାୟ ପାଇବା ପାଇଁ ଗତ ତିନିମାସ ହେଲା ଥାନାକୁ ନିତି ଦୌଡ଼ୁଛନ୍ତି ଜଣେ ମହିଳା। କିନ୍ତୁ ପ୍ରତିଦିନ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଶେଷରେ ମହିଳା ଜଣଙ୍କ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଡିସିପିଙ୍କ କାର୍ଯ୍ୟାଳୟରୁ ଏନେଇ ଥାନାକୁ ଚିଠି ଆସିଥିଲେ ବି ତାଙ୍କ ଗୁହାରୀ ନ ଶୁଣିବାରୁ ମ୍ରିୟମାଣ ଅବସ୍ଥାରେ ମହିଳା ଜଣଙ୍କ ନିଜର ଦୁଃଖ କାହାକୁ କହିବେ ଆଉ କିଏ ଶୁଣିବ ବୋଲି ପ୍ରକାଶ କରିଛନ୍ତି। ଏମିତି ଦୁଃଖର […]

ନନ୍ଦନକାନନ : ଥାନାରୁ ନ୍ୟାୟ ପାଇବା ପାଇଁ ଗତ ତିନିମାସ ହେଲା ଥାନାକୁ ନିତି ଦୌଡ଼ୁଛନ୍ତି ଜଣେ ମହିଳା। କିନ୍ତୁ ପ୍ରତିଦିନ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଶେଷରେ ମହିଳା ଜଣଙ୍କ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଡିସିପିଙ୍କ କାର୍ଯ୍ୟାଳୟରୁ ଏନେଇ ଥାନାକୁ ଚିଠି ଆସିଥିଲେ ବି ତାଙ୍କ ଗୁହାରୀ ନ ଶୁଣିବାରୁ ମ୍ରିୟମାଣ ଅବସ୍ଥାରେ ମହିଳା ଜଣଙ୍କ ନିଜର ଦୁଃଖ କାହାକୁ କହିବେ ଆଉ କିଏ ଶୁଣିବ ବୋଲି ପ୍ରକାଶ କରିଛନ୍ତି। ଏମିତି ଦୁଃଖର କାହାଣୀ କହିଛନ୍ତି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହରେକୃଷ୍ଣ ବସ୍ତିରେ ରହୁଥିବା ପ୍ରମିଳା ନାୟକଙ୍କର। ପ୍ରମିଳାଙ୍କ କହିବା ଅନୁସାରେ ତାଙ୍କୁ ବିଏମସିରୁ ଜାଗା ଖଣ୍ଡେ ମିଳିଛି। ସେଠାରେ ଘର କରିବାକୁ ସେ ଚାହୁଥିଲେ। ସେ ବସ୍ତିରେ ରହୁଥିବା ଜଣେ ଠିକାଦାର ଘର କରିଦେବାକୁ କହି ୨ ଲକ୍ଷ ୩୬ ହଜାର ଟଙ୍କା ପ୍ରମିଳାଙ୍କଠାରୁ ନେଇଥିଲେ। ହେଲେ ଠିକାଦାର ଜଣଙ୍କ ଘର କରି ନଥିଲେ। ଏନେଇ ବସ୍ତିରେ ଥିବା କମିଟି ଓ ଯୁବକ ସଂଘକୁ ମଧ୍ୟ ସେ ଜଣାଇଥିଲେ। ହେଲେ ଉକ୍ତ ଠିକାଦାର ସେମାନଙ୍କ କଥା ବି ଶୁଣି ନ ଥିଲେ। ପ୍ରମିଳା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଥାନାଵଲା ଆମେ କିଛି କରି ପାରିବୁନି କହି ତାଙ୍କୁ ଫେରାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର