ମାଡି ଆସୁଛି ଉଚ୍ଚ ଉଚ୍ଚ ଜୁଆର, ସମୁଦ୍ରରେ ହଜିଯିବାକୁ ବସିଛି ଚାଉଳତି ଗାଁ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ପଞ୍ଚାୟତର ଚାଉଳତି ଗାଁ ନିକଟରେ ସମୁଦ୍ରର ଉତ୍ତାଳ ତରଙ୍ଗ ଏବେ ଗାଁ ମୁହାଁ ହେବାରେ ଲାଗିଛି। ଫଳରେ ପୂର୍ବରୁ ଚାଉଳତି ଗାଁ ଠାରୁ ଅଧକିମି ଦୁରରେ ଥିବା ସମୁଦ୍ର ଏବେ ଗାଁର ହେକ୍ଟର ହେକ୍ଟର ସ୍ଥଳଭାଗକୁ ଗିଳି ପକାଇଛି। ଯୁଦ୍ଧକାଳୀନ ଭିତ୍ତିରେ ତଟ ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆ ନଗଲେ କେବଳ ଚାଉଳତି ଗାଁ ଯେ ସମୁଦ୍ର ଭିତରେ ହଜିଯିବ ତାହା ନୁହେଁ ଚାଉଳତି ଗାଁର ଅତି […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ପଞ୍ଚାୟତର ଚାଉଳତି ଗାଁ ନିକଟରେ ସମୁଦ୍ରର ଉତ୍ତାଳ ତରଙ୍ଗ ଏବେ ଗାଁ ମୁହାଁ ହେବାରେ ଲାଗିଛି। ଫଳରେ ପୂର୍ବରୁ ଚାଉଳତି ଗାଁ ଠାରୁ ଅଧକିମି ଦୁରରେ ଥିବା ସମୁଦ୍ର ଏବେ ଗାଁର ହେକ୍ଟର ହେକ୍ଟର ସ୍ଥଳଭାଗକୁ ଗିଳି ପକାଇଛି। ଯୁଦ୍ଧକାଳୀନ ଭିତ୍ତିରେ ତଟ ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆ ନଗଲେ କେବଳ ଚାଉଳତି ଗାଁ ଯେ ସମୁଦ୍ର ଭିତରେ ହଜିଯିବ ତାହା ନୁହେଁ ଚାଉଳତି ଗାଁର ଅତି ନିକଟରେ ଥିବା ଜମ୍ଭିରାଇ, କଷାଫଳ, ବୋଳଂ, ସାଉଡି ଓ କୁଣ୍ଡଳି ଆଦି ପଞ୍ଚାୟତର ୨୫ ରୁ ଉର୍ଦ୍ଧ ଗାଁ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।
ବିବରଣୀରୁ ପ୍ରକାଶ ଯେ ଏକଦା ଚାଉଳତି ଗାଁ ପାଇଁ ସମୁଦ୍ର ଆଶିର୍ବାଦ ପାଲଟିଥିଲା।ଚାଉଳତି ଗାଁ ଠାରୁ ଅଧ କିମି ଦୁରରେ ଥିଲା ସମୁଦ୍ର।ଚାଉଳତି ଗାଁ ସମେତ ଏହାର ଆଖପାଖ ଗାଁର ଲୋକେ ସମୁଦ୍ରରୁ ମାଛ ଧରି ବେଶ ସ୍ବାଚ୍ଛନ୍ଦ୍ୟରେ ପରିବାର ପ୍ରତିପୋଷଣ କରୁଥିଲେ। ସମୁଦ୍ର ଉପକୂଳରେ ଥିବା ଉର୍ବର ଜମିରେ ଚାଷବାସ କରି ହସଖୁସିରେ ଜୀବନ ବିତାଉଥିଲେ। ହେଲେ ଗତ କିଛି ବର୍ଷ ଧରି ଏହି ଗାଁ ପ୍ରତି ଯେପରି ସମୁଦ୍ରର କୋପ ଦୃଷ୍ଟି ପଡ଼ିଛି। ୨୦୧୭ ମସିହାରୁ ସମୁଦ୍ରର ଉତ୍ତାଳ ତରଙ୍ଗ ଧିରେ ଧିରେ ଗାଁ ଆଡକୁ ମାଡି ଆସୁଥିବାରୁ ଏବେ ଗାଁର ବହୁ ସ୍ଥଳଭାଗ, ଚାଷ ଜମି, ଗଛଲତା, ବୃକ୍ଷରାଜି ସମୁଦ୍ର ଗର୍ଭରେ ବିଲୀନ ହୋଇଗଲାଣି। ଗାଁର ବିଭୁତି ମଣ୍ଡଳଙ୍କ ଘର ସମୁଦ୍ର ଗର୍ଭରେ ସମ୍ପୁର୍ଣ୍ଣ ବିଲୀନ ହୋଇ ଯାଇଛି।
ଚାଉଳତି ଗାଁ ନିକଟରେ ସମୁଦ୍ରର ଏପରି ଅଶାନ୍ତ ରୂପ ଯୋଗୁଁ  ଜମ୍ଭିରାଇ ପଞ୍ଚାୟତ ସମେତ ଅତି ନିକଟରେ ଥିବା କଷାଫଳ,ବୋଳଂ, ସାଉଡି ଓ କୁଣ୍ଡଳି ଇତ୍ୟାଦି ପଞ୍ଚାୟତର ୨୫ ଟି ଗାଁ ପ୍ରତି ମଧ୍ୟ ବିପଦ ଦେଖାଦେଇଛି। ପୂର୍ବରୁ ଏସବୁ ଜନବସତି ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଚାଉଳତି ଗାଁ ନିକଟରେ ଏକ ସାଢେ ୩ କିମି ଦୈର୍ଘ୍ୟ ବିଶିଷ୍ଟ ଏକ ଲୁଣି ବନ୍ଧ ରହିଥିଲା। ଦୀର୍ଘଦିନ ଧରି ତାହା ଉପଯୁକ୍ତ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ୟାସ ବାତ୍ୟାରେ ଏହି ବନ୍ଧର ପାଞ୍ଚ ଶହ ମିଟର ଅଂଶ ସମ୍ପୁର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି।ତଟସୁରକ୍ଷା ପାଇଁ ଅସ୍ଥାୟୀ ଭାବେ କିଛି ଅଂଶରେ ବାଲି ବସ୍ତା ପକାଯାଇଛି।ତେବେ ସ୍ଥାୟୀ ଭାବେ ତଟ ସୁରକ୍ଷା ପାଇଁ ୨୦୧୮ ମସିହାରୁ ଜଳସେଚନ ବିଭାଗ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ଅନୁସାରେ ପାଖାପାଖି ୧୨୦୦ ମିଟର ସ୍ଥାନରେ ସିଓ୍ବାଲ ନିର୍ମାଣ ପାଇଁ ୧୧ କୋଟି ୩୬ ଲକ୍ଷ ଟଙ୍କାର ଏକ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏହି ଯୋଜନାକୁ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି(ଟିଏସି) ଓ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି (ଏଚପିସି) ଅନୁମୋଦନ ଦେଇଛି। କିନ୍ତୁ ଅର୍ଥର ବ୍ୟବସ୍ଥା ହୋଇନଥିବାରୁ କାର୍ଯ୍ୟ ଆରମ୍ଭ ପାରୁନାହିଁ। ସରକାର ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅବିଳମ୍ବେ ତଟ ସୁରକ୍ଷା କାମ ଆରମ୍ଭ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ସମାଜସେବୀ କାର୍ତ୍ତିକ ଚନ୍ଦ୍ର ନାୟକ ଦାବି କରିଛନ୍ତି। ଏନେଇ ବାଲିଆପାଳସ୍ଥ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଜୟକୃଷ୍ଣ ବେହେରାଙ୍କ ସହ ଯୋଗାଯୋଗ କଲାରୁ ସେ କହିଲେ ଖୁବଶୀଘ୍ର ଏହି ପ୍ରକଳ୍ପ କୁ ପ୍ରଶାସନିକ ଅନୁମୋଦନ ମିଳିବ। ଫଳରେ ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇପାରିବ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର