ସକାଳ ପ୍ରଭାବ : କର୍କଟ ପୀଡ଼ିତାଙ୍କୁ ସମସ୍ତ ପ୍ରକାରର ସହାୟତା ସହ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି

The Sakala Picture
Published On

କେନ୍ଦ୍ରାପଡା : ଜଣେ ଗରିବ, ନିଷ୍ପେସିତ ମହିଳାଙ୍କୁ କର୍କଟ ରୋଗ ହେବା ପରେ ମରଣକୁ ଅପେକ୍ଷା କରିଥିଲେ । ସେପଟେ ନିଜର ଯବାନ ପୁଅର ହାତ ଅକ୍ଷମ ହେତୁ ସେ କାମ ଧନ୍ଧା କରିପାରୁନାହାନ୍ତି । ମାଆଙ୍କ ଜୀବନ ବଞ୍ଚାଇବାକୁ ନିଜର ଏକ ଗୁଣ୍ଠ ଜମିକୁ ୧୦ ହଜାର ଟଙ୍କାରେ ବନ୍ଧକ ରଖି ଚିକିତ୍ସିତ କରାଇଥିଲେ । ହେଲେ ଅତ୍ୟାଧୁନିକ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ପୁଅ ସିଦ୍ଧାନ୍ତ ରାଉତ ମାଆଙ୍କ ଜୀବନ ପାଇଁ ଭିକ ମାଗୁଥିଲେ । […]

କେନ୍ଦ୍ରାପଡା : ଜଣେ ଗରିବ, ନିଷ୍ପେସିତ ମହିଳାଙ୍କୁ କର୍କଟ ରୋଗ ହେବା ପରେ ମରଣକୁ ଅପେକ୍ଷା କରିଥିଲେ । ସେପଟେ ନିଜର ଯବାନ ପୁଅର ହାତ ଅକ୍ଷମ ହେତୁ ସେ କାମ ଧନ୍ଧା କରିପାରୁନାହାନ୍ତି । ମାଆଙ୍କ ଜୀବନ ବଞ୍ଚାଇବାକୁ ନିଜର ଏକ ଗୁଣ୍ଠ ଜମିକୁ ୧୦ ହଜାର ଟଙ୍କାରେ ବନ୍ଧକ ରଖି ଚିକିତ୍ସିତ କରାଇଥିଲେ । ହେଲେ ଅତ୍ୟାଧୁନିକ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ପୁଅ ସିଦ୍ଧାନ୍ତ ରାଉତ ମାଆଙ୍କ ଜୀବନ ପାଇଁ ଭିକ ମାଗୁଥିଲେ । ଏନେଇ ଦୈନିକ ସକାଳ ଏବଂ ସକାଳ ଡିଜିଟାଲରେ ‘ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, କର୍କଟ ପୀଡ଼ିତା ମାଆଙ୍କ ପାଇଁ ଭିକ ମାଗୁଛି ପୁଅ ’ ଖବର ପ୍ରସାରଣ କରାଯାଇଥିଲା। ଖବର ପ୍ରସାରଣ ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ଆଜି ବାରଡ଼ଙ୍ଗ ପଂଚାୟତର ଭିତର ଶୋବଳା ଅଞ୍ଚଳରେ ବସବାସ କରୁଥିବା କର୍କଟ ପୀଡ଼ିତା ଲକ୍ଷ୍ମୀ ରାଉତଙ୍କ ଘରକୁ ମହାକାଳପଡ଼ା ମେଡିକାଲର ଏକ ମେଡିକାଲ ଟିମ ଯାଇଥିଲେ। ସେମାନେ ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟଅବସ୍ଥା ଯାଞ୍ଚ କରିବା ସହ ତାଙ୍କ ପୁରୁଣା ମେଡିକାଲ କାଗଜପତ୍ର ସଂଗ୍ରହ କରିଛନ୍ତି। ଖୁବ୍‌ଶିଘ୍ର ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ମାଗଣାରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏନେଇ ଜିଲ୍ଲାପାଳ ଅମ୍ରିତି ଋତୁରାଜ କୁହନ୍ତି ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମହିଳାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରଯାଇଛି । ତାଙ୍କୁ ସମସ୍ତ ପ୍ରକାରର ସହାୟତା ସହ ଚିକିତ୍ସା ଦେବାନେଇ ଜିଲ୍ଲାପାଳ ଅମ୍ରିତି ଋତୁରାଜ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ମହାକାଳପଡ଼ା ୟୁଥ ଗ୍ରୁପ ସଦସ୍ୟ ସକାଳ ଖବର କ୍ଲିପିଙ୍ଗ ପଠାଇଥିଲେ । ବିଧାୟକ ସମସ୍ତ ପ୍ରକାରର ସହାୟତା କରିବେ ବୋଲି କହିଛନ୍ତି । ମାଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ଅମ୍ରିତି ଋତୁରାଜ ପ୍ରତିଶ୍ରୁତି ଦେବାପରେ ପୁଅ ସିଦ୍ଧାନ୍ତ ରାଉତ ସକାଳ ଖବରକାଗଜକୁ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର