ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ

The Sakala Picture
Published On

ଭୁବନେଶ୍ୱର: ଏପ୍ରିଲ୍ ୧ ଅର୍ଥାତ ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର। ଏବେ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଅଛି। ବିଜୁ ଜୟନ୍ତୀରୁ ୟୁ ଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା। ବିଧାନସଭା ଟିଭି ପାଇଁ ବିଧାନସଭା ପରିସରରେ ଷ୍ଟୁଡିଓ ତିଆରି ହେଉଛି। ଏହି ଚ୍ୟାନେଲରେ ବିଧାନସଭା ସଂପର୍କିତ ଖବର ପ୍ରସାରଣ କରାଯିବ ବୋଲି କହିଛନ୍ତି ବାଚସ୍ପତି। ସେହିପରି ଏପ୍ରିଲ ୧ରୁ […]

ଭୁବନେଶ୍ୱର: ଏପ୍ରିଲ୍ ୧ ଅର୍ଥାତ ଉତ୍କଳ ଦିବସରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର। ଏବେ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ ଚ୍ୟାନେଲ ଅଛି। ବିଜୁ ଜୟନ୍ତୀରୁ ୟୁ ଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା। ବିଧାନସଭା ଟିଭି ପାଇଁ ବିଧାନସଭା ପରିସରରେ ଷ୍ଟୁଡିଓ ତିଆରି ହେଉଛି। ଏହି ଚ୍ୟାନେଲରେ ବିଧାନସଭା ସଂପର୍କିତ ଖବର ପ୍ରସାରଣ କରାଯିବ ବୋଲି କହିଛନ୍ତି ବାଚସ୍ପତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସେହିପରି ଏପ୍ରିଲ ୧ରୁ ମଧ୍ୟ ବିଧାନସଭା ପତ୍ରିକା ନାମକ ଏକ ମାସିକ ପତ୍ରିକା ପ୍ରକାଶ କରାଯିବ ବୋଲି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ୨୫ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ ଆଜିଠାରୁ ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ଆରଟିପିସିଆର ଟେଷ୍ଟ । ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କର ମଧ୍ୟ କୋଭିଡ ଟେଷ୍ଟ ହେଉଛି। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭା ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର