ତାପଙ୍ଗ ରାସ୍ତାପାର୍ଶ୍ବ ମନ୍ଦିର ପଛରେ ବୃଦ୍ଧଙ୍କୁ ହତ୍ୟା ଘଟଣା; ଦୁଇ ମହିଳାଙ୍କ ସମେତ ୩ଗିରଫ

The Sakala Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅର୍ନ୍ତଗତ ତାପଙ୍ଗଛକ ନିକଟରେଥିବା ଏକ ମନ୍ଦିର ପଛପଟ ସେହିଗ୍ରାମ ବାଘଟାଙ୍ଗିର ରାଉଳ ନାୟକଙ୍କ ହତ୍ୟା ଘଟଣାରେ ପୁଲିସ ୨ଜଣ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ଗିରଫ ମାନେ ହେଲେ ଢେଙ୍କାନାଳ ଗନଦିଆର ଗୋବିନ୍ଦ ବେହେରା, ଗଞ୍ଜ।ମ ପୁରୁଷୋତମପୁର ର ମିଞ୍ଜି ଓରଫ୍ ମାମି ନାୟକ ଏବଂ କୋରାପୁଟ କୋଟପଡା ଥାନା ମୁଣ୍ଡିସାହି କେରଲା ର ମାଳତୀ ବିନ୍ଧାଣୀ । ଏମାନଙ୍କଠାରୁ ପୁଲିସ ହତ୍ୟାରେ ବ୍ୟବହୃତ ବାଉଁଶ ଓ ସାବଳ […]

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅର୍ନ୍ତଗତ ତାପଙ୍ଗଛକ ନିକଟରେଥିବା ଏକ ମନ୍ଦିର ପଛପଟ ସେହିଗ୍ରାମ ବାଘଟାଙ୍ଗିର ରାଉଳ ନାୟକଙ୍କ ହତ୍ୟା ଘଟଣାରେ ପୁଲିସ ୨ଜଣ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ଗିରଫ ମାନେ ହେଲେ ଢେଙ୍କାନାଳ ଗନଦିଆର ଗୋବିନ୍ଦ ବେହେରା, ଗଞ୍ଜ।ମ ପୁରୁଷୋତମପୁର ର ମିଞ୍ଜି ଓରଫ୍ ମାମି ନାୟକ ଏବଂ କୋରାପୁଟ କୋଟପଡା ଥାନା ମୁଣ୍ଡିସାହି କେରଲା ର ମାଳତୀ ବିନ୍ଧାଣୀ । ଏମାନଙ୍କଠାରୁ ପୁଲିସ ହତ୍ୟାରେ ବ୍ୟବହୃତ ବାଉଁଶ ଓ ସାବଳ କୁ ଜବତ କରିଥିବାବେଳେ ମୃତ ଦେହ ନିକଟରୁ ମାଟିମିଶା ରକ୍ତ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଏସ୍‌ପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ଦୋରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସର ‘ଅପରେସନ ସାଇବର କବଚ’: ୩୭,୦୯୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ, ଗତ ୫ତାରିଖ ଦିନ ୧୧ଟାବେଳେ ରାଉଳଙ୍କ ପୁଅ ମିଥୁନ ସଦରଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ବାପା ରାଉଳ କବାଟସୁଣୀ ମନ୍ଦିର ପଛପଟେ ଘରକରି ରହୁଥିଲେ । ତାଙ୍କୁ କେହି ଅଜଣାଲୋକ ଲାଠିରେ ମାଡ ମାରିବା ଏବଂ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ ଭୁଷି ମାରିଛନ୍ତି ଏଥିସହିତ ତାଙ୍କ ମୃତ ଦେହକୁ ଘରୁ ବାହାର କରି ଘର ନିକଟରେ ଫିଙ୍ଗି ଦେଇଥିଲେ । ମିଥୁନଙ୍କ ଅଭିଯୋଗ ଉପରେ ସଦର ପୁଲିସ ୧୦୯/୨୧ରେ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତବେଳେ ମୃତକଙ୍କ ଘର ନିକଟ ଅଂଚଳରେ ଅଭିଯୁକ୍ତମାନେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଅନେକ ସମୟରେ ମୃତକ ସେମାନଙ୍କ ଘର ଆଗରେ ଯାଇ ଗାଳିମନ୍ଦ କରିବା ସହିତ ଅଶାଳୀନ ବ୍ୟବହାର ଓ ଇଙ୍ଗିତ ପ୍ରଦର୍ଶନ କରୁଥିଲେ ଯାହାଫଳରେ ମୃତ ବ୍ୟକ୍ତିଙ୍କ ସହ ଅଭିଯୁକ୍ତମାନଙ୍କର ବହୁବାର ଗଣ୍ଡଗୋଳ ହୋଇଥିଲା

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଏମାନେ ମୃତକଙ୍କୁ ମାରିଦେବା ଲାଗି ପୂର୍ବରୁ ଧମକ ଚମକ ଦେଇଥିଲେ । ଘଟଣାଦିନ ମୃତକ ରାଉଳ ମହିଳା ଅଭିଯୁକ୍ତ ମାମି ଓ ମାଳତୀଙ୍କ ସହ ଖରାପ ଉଦ୍ଦେଶ୍ୟ ରଖୁ ଟଣାଓଟରା କରିଥିଲା ଯାହାଫଳରେ ଅଭିଯୁକ୍ତମାନେ ରାଗିକି ସେଦିନ ରାତିରେ ରାଉଳ ରହୁଥିବା ଘରକୁ ଯାଇ ତାଙ୍କୁ ବାଉଁଶରେ ବାଡେଇ ଛୋଟ ସାବଳରେ ଭୁଶି ହତ୍ୟା କରିଥିଲେ ବୋଲି ଏସପି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଡିସିନାଲ ଏସପି ସୁରେଶ କୁମାର ଦାସ, ଏସଡିପିଓ ସୁଲ କୁମାର ମିଶ୍ର, ସଦର ଥନା ଅଧିକାରୀ ଅନିତା ସାହୁ ପ୍ରମୁଖ ଉପସ୍ଥିତଥିଲେ ।

ଆହୁରି ପଢ଼ନ୍ତୁ: ସିସୋର ଚିଟଫଣ୍ଡ ମାମଲା: ୧୭ଟି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉପରେ ଜବାବ ରଖିବାକୁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

07 Aug 2021 By The Sakala

ତାପଙ୍ଗ ରାସ୍ତାପାର୍ଶ୍ବ ମନ୍ଦିର ପଛରେ ବୃଦ୍ଧଙ୍କୁ ହତ୍ୟା ଘଟଣା; ଦୁଇ ମହିଳାଙ୍କ ସମେତ ୩ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅର୍ନ୍ତଗତ ତାପଙ୍ଗଛକ ନିକଟରେଥିବା ଏକ ମନ୍ଦିର ପଛପଟ ସେହିଗ୍ରାମ ବାଘଟାଙ୍ଗିର ରାଉଳ ନାୟକଙ୍କ ହତ୍ୟା ଘଟଣାରେ ପୁଲିସ ୨ଜଣ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ଗିରଫ ମାନେ ହେଲେ ଢେଙ୍କାନାଳ ଗନଦିଆର ଗୋବିନ୍ଦ ବେହେରା, ଗଞ୍ଜ।ମ ପୁରୁଷୋତମପୁର ର ମିଞ୍ଜି ଓରଫ୍ ମାମି ନାୟକ ଏବଂ କୋରାପୁଟ କୋଟପଡା ଥାନା ମୁଣ୍ଡିସାହି କେରଲା ର ମାଳତୀ ବିନ୍ଧାଣୀ । ଏମାନଙ୍କଠାରୁ ପୁଲିସ ହତ୍ୟାରେ ବ୍ୟବହୃତ ବାଉଁଶ ଓ ସାବଳ କୁ ଜବତ କରିଥିବାବେଳେ ମୃତ ଦେହ ନିକଟରୁ ମାଟିମିଶା ରକ୍ତ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଏସ୍‌ପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ଦୋରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଗତ ୫ତାରିଖ ଦିନ ୧୧ଟାବେଳେ ରାଉଳଙ୍କ ପୁଅ ମିଥୁନ ସଦରଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ବାପା ରାଉଳ କବାଟସୁଣୀ ମନ୍ଦିର ପଛପଟେ ଘରକରି ରହୁଥିଲେ । ତାଙ୍କୁ କେହି ଅଜଣାଲୋକ ଲାଠିରେ ମାଡ ମାରିବା ଏବଂ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ ଭୁଷି ମାରିଛନ୍ତି ଏଥିସହିତ ତାଙ୍କ ମୃତ ଦେହକୁ ଘରୁ ବାହାର କରି ଘର ନିକଟରେ ଫିଙ୍ଗି ଦେଇଥିଲେ । ମିଥୁନଙ୍କ ଅଭିଯୋଗ ଉପରେ ସଦର ପୁଲିସ ୧୦୯/୨୧ରେ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତବେଳେ ମୃତକଙ୍କ ଘର ନିକଟ ଅଂଚଳରେ ଅଭିଯୁକ୍ତମାନେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଅନେକ ସମୟରେ ମୃତକ ସେମାନଙ୍କ ଘର ଆଗରେ ଯାଇ ଗାଳିମନ୍ଦ କରିବା ସହିତ ଅଶାଳୀନ ବ୍ୟବହାର ଓ ଇଙ୍ଗିତ ପ୍ରଦର୍ଶନ କରୁଥିଲେ ଯାହାଫଳରେ ମୃତ ବ୍ୟକ୍ତିଙ୍କ ସହ ଅଭିଯୁକ୍ତମାନଙ୍କର ବହୁବାର ଗଣ୍ଡଗୋଳ ହୋଇଥିଲା

ଏମାନେ ମୃତକଙ୍କୁ ମାରିଦେବା ଲାଗି ପୂର୍ବରୁ ଧମକ ଚମକ ଦେଇଥିଲେ । ଘଟଣାଦିନ ମୃତକ ରାଉଳ ମହିଳା ଅଭିଯୁକ୍ତ ମାମି ଓ ମାଳତୀଙ୍କ ସହ ଖରାପ ଉଦ୍ଦେଶ୍ୟ ରଖୁ ଟଣାଓଟରା କରିଥିଲା ଯାହାଫଳରେ ଅଭିଯୁକ୍ତମାନେ ରାଗିକି ସେଦିନ ରାତିରେ ରାଉଳ ରହୁଥିବା ଘରକୁ ଯାଇ ତାଙ୍କୁ ବାଉଁଶରେ ବାଡେଇ ଛୋଟ ସାବଳରେ ଭୁଶି ହତ୍ୟା କରିଥିଲେ ବୋଲି ଏସପି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଡିସିନାଲ ଏସପି ସୁରେଶ କୁମାର ଦାସ, ଏସଡିପିଓ ସୁଲ କୁମାର ମିଶ୍ର, ସଦର ଥନା ଅଧିକାରୀ ଅନିତା ସାହୁ ପ୍ରମୁଖ ଉପସ୍ଥିତଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର