ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମା’ମାନେ ବହୁତ ଆଗକୁ ଆସିପାରିଛନ୍ତି: ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛନ୍ତି। ଆଜି ସ୍ଥାନୀୟ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ସ୍ଥାନୀୟ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆମ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ଅଛି ଯେ ଯେଉଁଠାରେ ମାମାନଙ୍କୁ ସମ୍ମାନ ମିଳେ, ସେଠାରେ ଦେବତାମାନେ ବାସ କରନ୍ତି।

ଆହୁରି ପଢ଼ନ୍ତୁ: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଆହୁରି ୫ ଦିନ ଯାଏ ଛେଚିବ

ଓଡିଶାରେ ମହିଳାମାନଙ୍କର ପ୍ରଗତି ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ମହିଳାମାନେ ଏବେ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ କହିଲେ ଯେ ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୨୦ଟିରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ପଞ୍ଚାୟତ ପୌର ସଂସ୍ଥା ଗୁଡିକରେ ୫୦ ପ୍ରତିଶତରୁ ଅଧିକ ମହିଳା ପ୍ରତିନିଧିତ୍ୱ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂ, ରାଜନୈତିକ ମହଲରେ ଶୋକର ଛାୟା

ସେହିପରି ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ ମିଶନ ଶକ୍ତିର ଉଦାହରଣ ଦେଇ ସେ କହିଥିଲେ ଯେ ଏହା ଦ୍ୱାରା ମାମାନେ ଛୋଟ ଛୋଟ ବ୍ୟବସାୟ କରି ଅର୍ଥ ରୋଜଗାର କରି ନିଜ ପରିବାର ପାଇଁ ଅବଦାନ ରଖୁଛନ୍ତି। ଏହା ଏକ ବହୁତ ବଡ ପରିବର୍ତ୍ତନ। ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ସେମାନଙ୍କୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି।

ରାଜ୍ୟସରକାର ମଧ୍ୟ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ କୋଟି କୋଟି ଟଙ୍କାର ସରକାରୀ କାମ ଦେଉଛନ୍ତି। ସେମାନେ ମଧ୍ୟ ଏହି ଦାୟିତ୍ୱ ବହୁତ ଭଲ ଭାବରେ ତୁଲାଉଛନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ପ୍ରକାଶ କରିଥିଲେ। ବର୍ତ୍ତମାନ ମହିଳାମାନେ ଆଉ ଏକ ପାଦ ଆଗକୁ ଯାଇ ଉଦ୍ୟୋଗୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟସରକାର ଏଥିପାଇଁ ୧୦ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି। ମାମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣମାନେ ଆଗକୁ ବଢନ୍ତୁ , ମୁଁ ଆପଣମାନଙ୍କ ସହିତ ଅଛି

ସେହିପରି ମହିଳାମାନଙ୍କ ସାମାଜିକ ଅଧିକାରର ସୁରକ୍ଷା ପ୍ରତିଷ୍ଠା ବୃଦ୍ଧି ପାଇଁ ମଧ୍ୟ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଅଧିକ ସୁବିଧା ଦେଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମିଳୁଥିବା ବେଳେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସୁବିଧା ମିଳୁଛି। ନୂଆ ଛାତ୍ରବୃତ୍ତିରେ ଝିଅମାନଙ୍କୁ ଅଧିକ ହଜାର ଟଙ୍କା ମିଳୁଛି। ଲକ୍ଷ୍ମୀ ବସ୍ରେ ମାମାନେ ଅଧା ଦାମରେ ମାତ୍ର ଟଙ୍କାରେ ଯିବାଆସିବା କରୁଛନ୍ତି। କେବଳ ସେତିକି ନୁହେଁ, ରେସନ କାର୍ଡ, BSKY କାର୍ଡ, ପକ୍କା ଘର ଆଦି ସବୁ ମାମାନଙ୍କ ନାଁରେ ରହୁଛି। ମହିଳାମାନଙ୍କ ନାଁରେ ଜମି କିଣାହେଲେ ରେଜିଷ୍ଟ୍ରେସନରେ ବହୁତ ରିହାତି ଦିଆ ଯାଉଛି। ଏହି ସବୁ ପଦକ୍ଷେପ ଦ୍ୱାରା ସମାଜରେ ମାମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାମାନଙ୍କ ପାଖରେ ବହୁତ ସମ୍ଭାବନା ରହିଛି। ସେମାନେ ଦୃଢ ନିଶ୍ଚୟ ହେଲେ ଜୀବନରେ ବହୁତ କିଛି ହାସଲ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଜୀବନରେ ସଫଳତା କାମନା କରିବା ସହିତ ସେମାନେ ସବୁ କ୍ଷେତ୍ରରେ ସୁନାମ କରନ୍ତୁ ବୋଲି କହିଥିଲେ। ନୂଆ ଓଡିଶା ଗଠନରେ ମାମାନେ ସେମାନଙ୍କ ଅବଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ପ୍ରେରଣାଦାୟୀ ଦିଗ୍ଦର୍ଶନ ଜରିଆରେ ମହିଳା ଶିଶୁ ବିକାଶ ବିଭାଗ ବିଭିନ୍ନ ମହିଳାକୈନ୍ଦ୍ରିକ ଯୋଜନା ଯଥା ମାତୃକଲ୍ୟାଣ ଯୋଜନା, ମମତା, ଅଦ୍ୱିକା, ଜାଗୃତି, ମହିଳା ହେଲ୍ପ ଲାଇନ୍‌ , ବିଜୁ କନ୍ୟାରତ୍ନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଆଦି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ମହିଳାମାନଙ୍କ ସାମାଜିକ ଅର୍ଥନୈତିକ ସଶକ୍ତିକରଣକୁ ସୁଦୃଢ କରୁଛନ୍ତି। ମିଶନ ଶକ୍ତି ଆଜି ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଝାରସୁଗୁଡାର DSWO ପୁଣ୍ୟବତୀ ହେଲନସ୍କେ, ମୟୁରଭଞ୍ଜର ପ୍ରୋଗ୍ରାମ ଅଫିସର ଜୋତ୍ସ୍ନା ମହାନ୍ତି, ଜଗତସିଂହପୁର ଜିଲ୍ଲାର ଅଙ୍ଗନବାଡି କର୍ମୀ ନଳିନୀପ୍ରଭା ଦାସ, ସୁନ୍ଦରଗଡ ଜିଲ୍ଲାର ଅଙ୍ଗନବାଡି କର୍ମୀ ସୁକାନ୍ତୀ ପାତ୍ର, ଗଜପତି ଜିଲ୍ଲାର ଅଙ୍ଗନବାଡି କର୍ମୀ ସୁନୀତା ନାୟକ ଏବଂ କିଶୋରୀ ବାଳିକା ବିକାଶ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନବରଙ୍ଗପୁର ଜିଲ୍ଲାର ସରିତା ଗରଡା କନ୍ଧମାଳ ଜିଲ୍ଲାର ଶରତ ଘିବଲାଙ୍କୁ ପୁରସ୍କୃତ କରିବା ସହ ଆଶୀର୍ବାଦ ଯୋଜନା, ବିଜୁ କନ୍ୟାରତ୍ନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଅଦ୍ୱିକା ଉପରେ ଆଧାରିତ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଆଠଗଡ ସେକ୍ଟରର ଅଙ୍ଗନବାଡି କର୍ମୀ ଇପ୍ସିତା ମହାନ୍ତି ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଆଜି ଆମ ଗାଁରେ ମୋ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି। ମୁଖ୍ୟମନ୍ତ୍ରୀ 5T ଅଧ୍ୟକ୍ଷଙ୍କ ଯୋଗୁ ମୋ ଅଙ୍ଗନବାଡି କେନ୍ଦ୍ରର ରୂପରେଖ ବଦଳି ଯାଇଛି। ଅଙ୍ଗନବାଡି କର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଧନ୍ୟବାଦ ଜଣାଇଥିଲେ। ସେହିପରି କୋରାପୁଟ ଜିଲ୍ଲା କୁନ୍ଦ୍ରା ଅଞ୍ଚଳର ମମତା ହିତାଧିକାରୀ ଭଗବତୀ ହରିଜନ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆମ ମାମାନଙ୍କ ମନ କଥା ଜାଣି ଆମ ପାଇଁ ସବୁ ସୁବିଧା କରିଛନ୍ତି। ମମତା ଯୋଜନାରେ ପୂର୍ବରୁ ମିଳୁଥିବା ହଜାର ଟଙ୍କାକୁ ୧୦ ହଜାର କରିଥିବାରୁମୋ ପିଲା ଏବଂ ମୁଁପୋଷଣଯୁକ୍ତ ଖାଦ୍ୟ ଖାଇପାରୁଛୁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ।

କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ Director, ICDS ମନିଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

07 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର