ଓଏସ୍‍ଏସ୍‍ଟିଇଟି ପାଇଁ ହ୍ରାସ ପାଇଲା ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାର

The Sakala Picture
Published On

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା (ଓଏସ୍‍ଏସ୍‍ଟିଇଟି) ଦ୍ୱିତୀୟ ପରୀକ୍ଷା ଦେବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାର ହ୍ରାସ କରାଯାଇଛି। ଏଣିକି ସାଧାରଣବର୍ଗର ପ୍ରାର୍ଥୀମାନେ ୪୫ ପ୍ରତିଶତ କ୍ୟାରିୟର ମାର୍କ ରଖିଥିଲେ ସେମାନେ ଏହି ପରୀକ୍ଷା ଦେବାକୁ ଆବେଦନ କରିପାରିବେ। ସେହିଭଳି ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀ ୩୫ ପ୍ରତିଶତ ମାର୍କ ରଖିଥିଲେ ଓଏସ୍‍ଏସ୍‍ଟିଇଟି ପରୀକ୍ଷାଦେବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସ୍କୁଲ […]

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା (ଓଏସ୍‍ଏସ୍‍ଟିଇଟି) ଦ୍ୱିତୀୟ ପରୀକ୍ଷା ଦେବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାର ହ୍ରାସ କରାଯାଇଛି। ଏଣିକି ସାଧାରଣବର୍ଗର ପ୍ରାର୍ଥୀମାନେ ୪୫ ପ୍ରତିଶତ କ୍ୟାରିୟର ମାର୍କ ରଖିଥିଲେ ସେମାନେ ଏହି ପରୀକ୍ଷା ଦେବାକୁ ଆବେଦନ କରିପାରିବେ। ସେହିଭଳି ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀ ୩୫ ପ୍ରତିଶତ ମାର୍କ ରଖିଥିଲେ ଓଏସ୍‍ଏସ୍‍ଟିଇଟି ପରୀକ୍ଷାଦେବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ବୋର୍ଡ କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଓଏସ୍‍ଏସ୍‍ଟିଇଟିର ଦ୍ୱିତୀୟ ପରୀକ୍ଷା ପାଇଁ ଅନ୍‍ଲାଇନ୍‍ ଆବେଦନ ତାରିଖରେ ମଧ୍ୟ ବୋର୍ଡ ପକ୍ଷରୁ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୩ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପରୀକ୍ଷା ଦେବାକୁ ଆବେଦନ କରିବେ ବୋଲି କୁହାଯାଇଛି। କେଉଁମାନେ ଏହି ପରୀକ୍ଷା ନିମନ୍ତେ ନୂତନ ଭାବେ ଆବେଦନ କରିପାରିବେ ସେଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀମାନେ ଫର୍ମ ପୂରଣ କରିସାରିଛନ୍ତି ସେମାନେ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ନାହିଁ। ଏହାବାଦ୍‍ ଯେଉଁ ପ୍ରାର୍ଥୀମାନେ ଅନ୍‍ଲାଇନ୍‍ରେ ପରୀକ୍ଷା ଫି’ ଦେଇଥିଲେ, ମାତ୍ର ଫର୍ମ ଦାଖଲ ପ୍ରକ୍ରିୟାକୁ ଶେଷ କରିନାହାନ୍ତି ସେମାନଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ। ହେଲେ ସେମାନଙ୍କୁ ଆଉ ଫି’ ଦେବାକୁ ପଡ଼ିବ ନାହିଁ। କେବଳ ୱେବ୍‍ସାଇଟ୍‍ରେ ନିଜର ସମସ୍ତ ସୂଚନା ଦାଖଲ କରି ଆବେଦନପତ୍ରକୁ ଚୂଡ଼ାନ୍ତ ଦାଖଲ କରିବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ

ସୂଚନା ଥାଉକି, ଗତ ନଭେମ୍ବର ୧୨ରୁ ୨୦ ତାରିଖ ମଧ୍ୟରେ ଓଏସ୍‍ଏସ୍‍ଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ହୋଇଥିଲା। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ବୋର୍ଡ ମଧ୍ୟରେ ଏହି ପରୀକ୍ଷା ନିମନ୍ତେ ଜଣେ ପ୍ରାର୍ଥୀଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ହାର ହ୍ରାସ କରିବାକୁ ଆଲୋଚନା ହୋଇଥିଲା। ଯେଉଁଥିପାଇଁ ଆଜି ପୁଣିଥରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସାଧାରଣବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସର୍ବନିମ୍ନ ଯୋଗ୍ୟତା ୬୦ରୁ ୪୫ ପ୍ରତିଶତକୁ କମ୍‍ କରାଯାଇଛି ଏବଂ ଅନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦ରୁ ୩୫କୁ ହ୍ରାସ କରାଯାଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର