ଲାଲ ପତାକା ବଦଳରେ ଉଡୁଛି ତ୍ରିରଙ୍ଗା: ମାଓବାଦୀଙ୍କୁ ଘରକୁ ଫେରାଉଛି ‘ଘର ୱାପସୀ’ ସ୍କିମ୍‍, ୧୫ଶହ ମାଓବାଦୀ କଲେଣି ଆତ୍ମସମର୍ପଣ

The Sakala Picture
Published On

ଭୁବନେଶ୍ୱର: ଯେଉଁଠି ଦିନେ ସୁରକ୍ଷାକର୍ମୀ ପଶି ପାରୁନଥିଲେ , ସେଠାରେ ଏବେ ତ୍ରିରଙ୍ଗା ଉଡୁଛି। ସ୍ଥାନୀୟ ଲୋକେ ମାଓବାଦୀଙ୍କ ବିନା ଭୟରେ ଖୁଲମଖୁଲା ଯାତାୟତ କରୁଛନ୍ତି। ସେମାନେ ମାଓବାଦୀଙ୍କୁ ଦମନ କରିବାରେ ପୁଲିସକୁ ସହଯୋଗ କରୁଛନ୍ତି। ଯେଉଁଥି ପାଇଁ ଏବେ ମାଓବାଦୀମାନେ ଗାଁ ଭିତରକୁ ପ୍ରବେଶ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଅନ୍ୟପଟରେ ସରକାରଙ୍କ “ଘର ୱାପସୀ’ ସ୍କିମ୍‍ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍‍ କରୁଛି। ସେମାନେ ବନ୍ଧୁକ ଛାଡି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ […]

ଭୁବନେଶ୍ୱର: ଯେଉଁଠି ଦିନେ ସୁରକ୍ଷାକର୍ମୀ ପଶି ପାରୁନଥିଲେ , ସେଠାରେ ଏବେ ତ୍ରିରଙ୍ଗା ଉଡୁଛି। ସ୍ଥାନୀୟ ଲୋକେ ମାଓବାଦୀଙ୍କ ବିନା ଭୟରେ ଖୁଲମଖୁଲା ଯାତାୟତ କରୁଛନ୍ତି। ସେମାନେ ମାଓବାଦୀଙ୍କୁ ଦମନ କରିବାରେ ପୁଲିସକୁ ସହଯୋଗ କରୁଛନ୍ତି। ଯେଉଁଥି ପାଇଁ ଏବେ ମାଓବାଦୀମାନେ ଗାଁ ଭିତରକୁ ପ୍ରବେଶ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଅନ୍ୟପଟରେ ସରକାରଙ୍କ “ଘର ୱାପସୀ’ ସ୍କିମ୍‍ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍‍ କରୁଛି। ସେମାନେ ବନ୍ଧୁକ ଛାଡି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ଧନ୍ଦାମୂଳକ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ତେଣୁ ଚିଳିତ ବର୍ଷ ସର୍ବାଧିକ ମାଓବାଦୀ ପୁଲିସ ପ୍ରଶାସନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ପୁଲିସ ପ୍ରଶାସନ ସେମାନଙ୍କୁ ସରକାରୀ ସ୍କିମ ଘର ୱାପସୀ ମାଧ୍ୟମରେ ସମସ୍ତ ବ୍ୟବସ୍ଥା କରୁଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଗୃହ ବିଭାଗ ତଥ୍ୟ ଅନୁସାରେ ବର୍ତ୍ତମାନସୁଦ୍ଧା ୧୫ଶହରୁ ଊର୍ଦ୍ଧ୍ବ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କଲେଣି। ନିରନ୍ତର ଅପରେସନ୍‍ ଯୋଗୁ ୬ଜଣ ହାର୍ଡକୋର ମାଓବାଦୀ ଗିରଫ ହୋଇଥିବା ବେଳେ ୭ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାଁରେ ଏକାଧିକ ପୁରସ୍କାର ରାଶି ମଧ୍ୟ ରହିଥିଲା। ମାଓବାଦୀ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମେଡ଼ିକାଲ ଚିକିତ୍ସା, ପାଠପଢା, ରହିବା ବ୍ୟବସ୍ଥା ଏବଂ ଅନ୍ୟନ ଥଇଥାନ ବ୍ୟବସ୍ଥା କରାଯାଉଛି। ଯେଉଁଥି ପାଇଁ ମାଓବାଦୀମାନେ ବନ୍ଧୁକ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏଥିସହ ହାର୍ଡକୋର ମାଓବାଦୀ ସାବିତ୍ରୀଙ୍କୁ ଏନ୍‍କାଉଣ୍ଟର କରାଯାଇଥିଲା। ତାଙ୍କ ନାମରେ ମଧ୍ୟ ଏକାଧିକ ପୁରସ୍କାର ଘୋଷଣା କରାଯାଇଥିଲା। ଆନ୍ଧ୍ରା ଏବଂ ଓଡ଼ିଶାରେ ସାବିତ୍ରୀର ଦବ୍‍ଦବା ରହିଥିଲା। ସେ ମାଓବାଦୀ ସଂଗଠନକୁ ଆଗେଇ ନେବାରେ ଏକାଧିକ ଭୂମିକା ରହିଥିଲା। ତାଙ୍କ ନାମରେ ହତ୍ୟା,ବୋମା, ଗୁଳି ମାଡ଼ ଭଳି ଏକାଧିକ ସଂଗୀନ ମାମଲା ରହିଥିଲା। ଅନେକ ସମୟରେ ସେ ଓଡ଼ିଶା,ଛତିଶଗଡ଼ ସୀମାରେ ସକ୍ରିୟ ରହୁଥିଲା। ବଡ଼ କଥା ହେଲା ଓଡ଼ିଶାରେ ମାଓବାଦୀଙ୍କ ଗଡ଼ ଭାଙ୍ଗୁଛି। ତେଣୁ ସେମାନେ ଦୁର୍ବଳ ହୋଇ ପଡିଥିବାରୁ ସଂଗଠନକୁ ମଜଭୁତ କରିବା ପାଇଁ ଉଦ୍ୟମ କରୁଛନ୍ତି। ବିଶେଷ କରି ଓଡ଼ିଶା ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡକୁ ସହଜରେ ଯାତାୟତ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏପରିକି ଜଙ୍ଗଲ ଭିତରେ ସେମାନେ ସୁରକ୍ଷିତ ଭାବେ କିଭଳି ଓଡ଼ିଶାକୁ ଆସିବା ତାହାର ବାଟ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଓଡ଼ିଶା ସୀମାରେ ଥିବା ଯବାନ ସେମାନଙ୍କ ଉଦ୍ୟମ ଭଣ୍ଡୁର କରି ଦେଉଛନ୍ତି। ଯେଉଁଥି ପାଇଁ ଅନ୍ୟ ରାଜ୍ୟରୁ ଓଡିଶା ଭିତରକୁ ପଶିବା ଏବେ ମାଓବାଦୀଙ୍କ ପାଇଁ ସମସ୍ୟା ହୋଇଛି। ଯେଉଁଥିପାଇଁ ମାଓବାଦୀମାନେ ସହଜରେ ବାହାର ରାଜ୍ୟରୁ ଓଡ଼ିଶାକୁ ଅସ୍ତ୍ରଶସ୍ତ୍ର ଆଣିବାରେ ସମସ୍ୟା ହେଉଛି। ଯେଉଁଥି ପାଇଁ ସେମାନଙ୍କ ସଂଗଠନ ଏବେ ଦୁର୍ବଳ ହୋଇପଡ଼ିଲାଣି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏସ୍‍ଓଜି ଛତିଶିଗଡ଼ ଏବଂ ଆନ୍ଧ୍ରରେ ଅପରେସନ୍‍କୁ ଜୋରଦାର କରିଛନ୍ତି। ଏଥିସହ ସେମାନେ ଓଡ଼ିଶାରେ ମଧ୍ୟ ନିୟମିତ ଭାବେ ଅପରେସନ୍‍ କରାଯାଉଛି। ସେହିପରି କିଭଳି ଜଙ୍ଗଲରେ ମାଓବାଦୀ ଅପରେସନ୍‍ କରାଯିବ ସେ ନେଇ ପୁଲିସକୁ ଟ୍ରେନିଂ ଦିଆଯାଉଛି। ଏସ୍‍ଓଜି ତାଲିମ୍‍ କେନ୍ଦ୍ରରେ କେରଳ ପୁଲିସର କମାଣ୍ଡୋମାନଙ୍କୁ ତାଲିମ ଦିଆଯାଇଛି। ନଭେମ୍ବରରେ ମଧ୍ୟ ରାଜ୍ୟର କମାଣ୍ଡୋମାନଙ୍କୁ ତାଲିମ ଦିଆଯିବ ବୋଲି ଜଣାପଡ଼ିଛି। ଆହୁରି ମଧ୍ୟ ପଡୋଶୀ ରାଜ୍ୟ ପୁଲିସ ସହ କିଭଳି ସମନ୍ୱୟ ରଖି କାର୍ଯ୍ୟ କରାଯିବ ତାହା ଉପରେ ଓଡିଶା ପୁଲିସ ଗୁରୁତ୍ୱ ଦେଉଛି। ଏପରିକି ହ୍ୱାଟ୍ସଆପ୍‍ ଗ୍ରୁପ କରିବା ସହ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ଏଥିସହ ପଡୋଶୀ ରାଜ୍ୟ ସେମାନେ ପାଇଥିବା ଗୁଇନ୍ଦା ତଥ୍ୟ ଓଡ଼ିଶା ପୁଲିସ ସହ ସେୟାର କରୁଥିବା ବେଳେ ଓଡ଼ିଶା ପୁଲିସ ମଧ୍ୟ ପାଇଥିବା ଗୁଇନ୍ଦା ତଥ୍ୟକୁ ପଡୋଶୀ ରାଜ୍ୟ ପୁଲିସକୁ ପ୍ରଦାନ କରାଯାଉଛି।

18 Nov 2022 By The Sakala

ଲାଲ ପତାକା ବଦଳରେ ଉଡୁଛି ତ୍ରିରଙ୍ଗା: ମାଓବାଦୀଙ୍କୁ ଘରକୁ ଫେରାଉଛି ‘ଘର ୱାପସୀ’ ସ୍କିମ୍‍, ୧୫ଶହ ମାଓବାଦୀ କଲେଣି ଆତ୍ମସମର୍ପଣ

ଭୁବନେଶ୍ୱର: ଯେଉଁଠି ଦିନେ ସୁରକ୍ଷାକର୍ମୀ ପଶି ପାରୁନଥିଲେ , ସେଠାରେ ଏବେ ତ୍ରିରଙ୍ଗା ଉଡୁଛି। ସ୍ଥାନୀୟ ଲୋକେ ମାଓବାଦୀଙ୍କ ବିନା ଭୟରେ ଖୁଲମଖୁଲା ଯାତାୟତ କରୁଛନ୍ତି। ସେମାନେ ମାଓବାଦୀଙ୍କୁ ଦମନ କରିବାରେ ପୁଲିସକୁ ସହଯୋଗ କରୁଛନ୍ତି। ଯେଉଁଥି ପାଇଁ ଏବେ ମାଓବାଦୀମାନେ ଗାଁ ଭିତରକୁ ପ୍ରବେଶ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଅନ୍ୟପଟରେ ସରକାରଙ୍କ “ଘର ୱାପସୀ’ ସ୍କିମ୍‍ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍‍ କରୁଛି। ସେମାନେ ବନ୍ଧୁକ ଛାଡି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ଧନ୍ଦାମୂଳକ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ତେଣୁ ଚିଳିତ ବର୍ଷ ସର୍ବାଧିକ ମାଓବାଦୀ ପୁଲିସ ପ୍ରଶାସନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ପୁଲିସ ପ୍ରଶାସନ ସେମାନଙ୍କୁ ସରକାରୀ ସ୍କିମ ଘର ୱାପସୀ ମାଧ୍ୟମରେ ସମସ୍ତ ବ୍ୟବସ୍ଥା କରୁଛି।

ଗୃହ ବିଭାଗ ତଥ୍ୟ ଅନୁସାରେ ବର୍ତ୍ତମାନସୁଦ୍ଧା ୧୫ଶହରୁ ଊର୍ଦ୍ଧ୍ବ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କଲେଣି। ନିରନ୍ତର ଅପରେସନ୍‍ ଯୋଗୁ ୬ଜଣ ହାର୍ଡକୋର ମାଓବାଦୀ ଗିରଫ ହୋଇଥିବା ବେଳେ ୭ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାଁରେ ଏକାଧିକ ପୁରସ୍କାର ରାଶି ମଧ୍ୟ ରହିଥିଲା। ମାଓବାଦୀ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମେଡ଼ିକାଲ ଚିକିତ୍ସା, ପାଠପଢା, ରହିବା ବ୍ୟବସ୍ଥା ଏବଂ ଅନ୍ୟନ ଥଇଥାନ ବ୍ୟବସ୍ଥା କରାଯାଉଛି। ଯେଉଁଥି ପାଇଁ ମାଓବାଦୀମାନେ ବନ୍ଧୁକ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି।

ଏଥିସହ ହାର୍ଡକୋର ମାଓବାଦୀ ସାବିତ୍ରୀଙ୍କୁ ଏନ୍‍କାଉଣ୍ଟର କରାଯାଇଥିଲା। ତାଙ୍କ ନାମରେ ମଧ୍ୟ ଏକାଧିକ ପୁରସ୍କାର ଘୋଷଣା କରାଯାଇଥିଲା। ଆନ୍ଧ୍ରା ଏବଂ ଓଡ଼ିଶାରେ ସାବିତ୍ରୀର ଦବ୍‍ଦବା ରହିଥିଲା। ସେ ମାଓବାଦୀ ସଂଗଠନକୁ ଆଗେଇ ନେବାରେ ଏକାଧିକ ଭୂମିକା ରହିଥିଲା। ତାଙ୍କ ନାମରେ ହତ୍ୟା,ବୋମା, ଗୁଳି ମାଡ଼ ଭଳି ଏକାଧିକ ସଂଗୀନ ମାମଲା ରହିଥିଲା। ଅନେକ ସମୟରେ ସେ ଓଡ଼ିଶା,ଛତିଶଗଡ଼ ସୀମାରେ ସକ୍ରିୟ ରହୁଥିଲା। ବଡ଼ କଥା ହେଲା ଓଡ଼ିଶାରେ ମାଓବାଦୀଙ୍କ ଗଡ଼ ଭାଙ୍ଗୁଛି। ତେଣୁ ସେମାନେ ଦୁର୍ବଳ ହୋଇ ପଡିଥିବାରୁ ସଂଗଠନକୁ ମଜଭୁତ କରିବା ପାଇଁ ଉଦ୍ୟମ କରୁଛନ୍ତି। ବିଶେଷ କରି ଓଡ଼ିଶା ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡକୁ ସହଜରେ ଯାତାୟତ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏପରିକି ଜଙ୍ଗଲ ଭିତରେ ସେମାନେ ସୁରକ୍ଷିତ ଭାବେ କିଭଳି ଓଡ଼ିଶାକୁ ଆସିବା ତାହାର ବାଟ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଓଡ଼ିଶା ସୀମାରେ ଥିବା ଯବାନ ସେମାନଙ୍କ ଉଦ୍ୟମ ଭଣ୍ଡୁର କରି ଦେଉଛନ୍ତି। ଯେଉଁଥି ପାଇଁ ଅନ୍ୟ ରାଜ୍ୟରୁ ଓଡିଶା ଭିତରକୁ ପଶିବା ଏବେ ମାଓବାଦୀଙ୍କ ପାଇଁ ସମସ୍ୟା ହୋଇଛି। ଯେଉଁଥିପାଇଁ ମାଓବାଦୀମାନେ ସହଜରେ ବାହାର ରାଜ୍ୟରୁ ଓଡ଼ିଶାକୁ ଅସ୍ତ୍ରଶସ୍ତ୍ର ଆଣିବାରେ ସମସ୍ୟା ହେଉଛି। ଯେଉଁଥି ପାଇଁ ସେମାନଙ୍କ ସଂଗଠନ ଏବେ ଦୁର୍ବଳ ହୋଇପଡ଼ିଲାଣି।

ଏସ୍‍ଓଜି ଛତିଶିଗଡ଼ ଏବଂ ଆନ୍ଧ୍ରରେ ଅପରେସନ୍‍କୁ ଜୋରଦାର କରିଛନ୍ତି। ଏଥିସହ ସେମାନେ ଓଡ଼ିଶାରେ ମଧ୍ୟ ନିୟମିତ ଭାବେ ଅପରେସନ୍‍ କରାଯାଉଛି। ସେହିପରି କିଭଳି ଜଙ୍ଗଲରେ ମାଓବାଦୀ ଅପରେସନ୍‍ କରାଯିବ ସେ ନେଇ ପୁଲିସକୁ ଟ୍ରେନିଂ ଦିଆଯାଉଛି। ଏସ୍‍ଓଜି ତାଲିମ୍‍ କେନ୍ଦ୍ରରେ କେରଳ ପୁଲିସର କମାଣ୍ଡୋମାନଙ୍କୁ ତାଲିମ ଦିଆଯାଇଛି। ନଭେମ୍ବରରେ ମଧ୍ୟ ରାଜ୍ୟର କମାଣ୍ଡୋମାନଙ୍କୁ ତାଲିମ ଦିଆଯିବ ବୋଲି ଜଣାପଡ଼ିଛି। ଆହୁରି ମଧ୍ୟ ପଡୋଶୀ ରାଜ୍ୟ ପୁଲିସ ସହ କିଭଳି ସମନ୍ୱୟ ରଖି କାର୍ଯ୍ୟ କରାଯିବ ତାହା ଉପରେ ଓଡିଶା ପୁଲିସ ଗୁରୁତ୍ୱ ଦେଉଛି। ଏପରିକି ହ୍ୱାଟ୍ସଆପ୍‍ ଗ୍ରୁପ କରିବା ସହ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ଏଥିସହ ପଡୋଶୀ ରାଜ୍ୟ ସେମାନେ ପାଇଥିବା ଗୁଇନ୍ଦା ତଥ୍ୟ ଓଡ଼ିଶା ପୁଲିସ ସହ ସେୟାର କରୁଥିବା ବେଳେ ଓଡ଼ିଶା ପୁଲିସ ମଧ୍ୟ ପାଇଥିବା ଗୁଇନ୍ଦା ତଥ୍ୟକୁ ପଡୋଶୀ ରାଜ୍ୟ ପୁଲିସକୁ ପ୍ରଦାନ କରାଯାଉଛି।

https://www.thesakala.in/latest-odisha-news/the-ghar-wapsi-scheme-is-bringing-back-the-maoists-back-home/article-16642
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର