ଆଜି ପ୍ରକାଶ ପାଇବ+୩ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା, +୨ ନାମଲେଖା ପାଇଁ ଆସିବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୭ ତାରିଖ ଅପରାହ୍ଣ ୨ଟାରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୭ରୁ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନାମ ଲେଖା ପ୍ରକ୍ରିୟା ରବିବାରରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ସାମ୍ସ ପକ୍ଷରୁ କୁହାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୭ ତାରିଖ ଅପରାହ୍ଣ ୨ଟାରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୭ରୁ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନାମ ଲେଖା ପ୍ରକ୍ରିୟା ରବିବାରରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ସାମ୍ସ ପକ୍ଷରୁ କୁହାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ସେପ୍ଟେମ୍ବର ୧୬ ତାରିଖରେ ପ୍ରକାଶ ପାଇବ। ସମସ୍ତ ପର୍ଯ୍ୟାୟର ନାମଲେଖା ଅକ୍ଟୋବର ୧ ତାରିଖ ସୁଦ୍ଧା ସାରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ରାୟଗଡ଼ା ବର୍ବରକାଣ୍ଡକୁ ନେଇ ଉଦବେଗ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

ମେଧା ତାଲିକା ପ୍ରକାଶ ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଚୟନ ହୋଇଥିବା କଲେଜରେ ବୁଧବାରଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନାମଲେଖାଇବେ। ୭ରୁ ୧୧ ତାରିଖ ଭିତରେ ଛାତ୍ରଛାତ୍ରୀ ସ୍ଲାଇଡ୍‌-ଅପ୍‌ ପାଇଁ ଆବେଦନ ବି କରିପାରିବେ । ପରେ ୧୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏହି ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୧୬ରୁ ୧୯ ତାରିଖ ଭିତରେ ନାମଲେଖାଇବେ । ଦୁଇ ପର୍ଯ୍ୟାୟ ପରେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକର ତାଲିକା ସାମ୍ସରେ ଉପଲବ୍ଧ ହେବ । ୨୧ରୁ ୨୩ ତାରିଖ ଭିତରେ ପିଲାମାନେ ଖାଲିପଡ଼ିଥିବା ସିଟ୍‌ରେ ନାମଲେଖିବାକୁ ଆବେଦନ କରିବେ । ଏହା ପରେ ୨୮ ତାରିଖରେ ସ୍ପଟ୍‌ ମେଧା ତାଲିକା ବାହାରିବ । ଛାତ୍ରଛାତ୍ରୀମାନେ ୨୮ରୁ ଅକ୍ଟୋବର ୧ ତାରିଖରେ ନାମଲେଖାଇବେ ।

ଆହୁରି ପଢ଼ନ୍ତୁ: ପୁରୀର ଐତିହାସିକ ଅଠରନଳା ଉପରେ ମାଂସ ରନ୍ଧା ଓ ଭୋଜିଭାତ: ଐତିହ୍ୟସ୍ଥଳୀର ଅବମାନନାକୁ ନେଇ ତୀବ୍ର ଅସନ୍ତୋଷ

ଆଜି ପ୍ରକାଶ ପାଇବ +୨ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଆହୁରି ପଢ଼ନ୍ତୁ: ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ଲକ୍ଷ୍ୟ: ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଅନ୍ୟ ରୁଟ୍‌ ବସଙ୍କୁ ଅସ୍ଥାୟୀ ପରମିଟ୍‌

ଅପରପକ୍ଷେ +୨ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ମଧ୍ୟ ଆଜି ପ୍ରକାଶ ପାଇବ। ୧୦ ତାରିଖ ଯାଏଁ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବାକୁ ଥିବାବେଳେ ୧୫ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ। ୧୭ ତାରିଖରେ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୦ରେ ନାମଲେଖା ସମ୍ପର୍କିତ ତଥ୍ୟ ସାମ୍ସ ପୋର୍ଟାଲରେ ଅପଲୋଡ ହେବ।

07 Sep 2022 By The Sakala

ଆଜି ପ୍ରକାଶ ପାଇବ+୩ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା, +୨ ନାମଲେଖା ପାଇଁ ଆସିବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୭ ତାରିଖ ଅପରାହ୍ଣ ୨ଟାରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୭ରୁ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନାମ ଲେଖା ପ୍ରକ୍ରିୟା ରବିବାରରେ ମଧ୍ୟ ଅନୁଷ୍ଠିତ ହେବ ବୋଲି ସାମ୍ସ ପକ୍ଷରୁ କୁହାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ସେପ୍ଟେମ୍ବର ୧୬ ତାରିଖରେ ପ୍ରକାଶ ପାଇବ। ସମସ୍ତ ପର୍ଯ୍ୟାୟର ନାମଲେଖା ଅକ୍ଟୋବର ୧ ତାରିଖ ସୁଦ୍ଧା ସାରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।

ମେଧା ତାଲିକା ପ୍ରକାଶ ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଚୟନ ହୋଇଥିବା କଲେଜରେ ବୁଧବାରଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନାମଲେଖାଇବେ। ୭ରୁ ୧୧ ତାରିଖ ଭିତରେ ଛାତ୍ରଛାତ୍ରୀ ସ୍ଲାଇଡ୍‌-ଅପ୍‌ ପାଇଁ ଆବେଦନ ବି କରିପାରିବେ । ପରେ ୧୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏହି ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୧୬ରୁ ୧୯ ତାରିଖ ଭିତରେ ନାମଲେଖାଇବେ । ଦୁଇ ପର୍ଯ୍ୟାୟ ପରେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକର ତାଲିକା ସାମ୍ସରେ ଉପଲବ୍ଧ ହେବ । ୨୧ରୁ ୨୩ ତାରିଖ ଭିତରେ ପିଲାମାନେ ଖାଲିପଡ଼ିଥିବା ସିଟ୍‌ରେ ନାମଲେଖିବାକୁ ଆବେଦନ କରିବେ । ଏହା ପରେ ୨୮ ତାରିଖରେ ସ୍ପଟ୍‌ ମେଧା ତାଲିକା ବାହାରିବ । ଛାତ୍ରଛାତ୍ରୀମାନେ ୨୮ରୁ ଅକ୍ଟୋବର ୧ ତାରିଖରେ ନାମଲେଖାଇବେ ।

ଆଜି ପ୍ରକାଶ ପାଇବ +୨ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଅପରପକ୍ଷେ +୨ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ମଧ୍ୟ ଆଜି ପ୍ରକାଶ ପାଇବ। ୧୦ ତାରିଖ ଯାଏଁ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବାକୁ ଥିବାବେଳେ ୧୫ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ। ୧୭ ତାରିଖରେ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୦ରେ ନାମଲେଖା ସମ୍ପର୍କିତ ତଥ୍ୟ ସାମ୍ସ ପୋର୍ଟାଲରେ ଅପଲୋଡ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର