ଶୌଚାଳୟରେ ଲୁଟେରାକୁ ମାଡ଼ି ବସିଲେ ମହିଳା ଏସ୍‍ଆଇ

The Sakala Picture
Published On

ଭୁବନେଶ୍ୱର : ମହିଳାଙ୍କ ଠାରୁ ସୁନାଚେନ୍‍ ଝାମ୍ପିନେଇଥିବା ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଶୌଚାଳୟରେ ମାଡ଼ିବସିଲେ ମହିଳା ଏସ୍‍ଆଇ। ଖାରବେଳନଗର ଥାନା ଶ୍ରୀୟା ଟକିଜ ଛକରେ ଶୁକ୍ରବାର ଘଟିଛି ଏଭଳି ଘଟଣା। ତେବେ ଏହି ଘଟଣାରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର କାଳିପ୍ରସାଦ ରାଉଳ(୨୭)। ତା’ ଠାରୁ ୨ଟି ସୁନାଚେନ୍‍, ବାଇକ ଆଦି ଜବତ କରାଯାଇଛି। ପୁଲିସ କହିବା ଅନୁସାରେ ଦିନ ୧୦ଟାରେ ମନ୍ଦାକିନୀ ମିଶ୍ର(୬୧) ରାମମନ୍ଦିର […]

ଭୁବନେଶ୍ୱର : ମହିଳାଙ୍କ ଠାରୁ ସୁନାଚେନ୍‍ ଝାମ୍ପିନେଇଥିବା ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଶୌଚାଳୟରେ ମାଡ଼ିବସିଲେ ମହିଳା ଏସ୍‍ଆଇ। ଖାରବେଳନଗର ଥାନା ଶ୍ରୀୟା ଟକିଜ ଛକରେ ଶୁକ୍ରବାର ଘଟିଛି ଏଭଳି ଘଟଣା। ତେବେ ଏହି ଘଟଣାରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର କାଳିପ୍ରସାଦ ରାଉଳ(୨୭)। ତା’ ଠାରୁ ୨ଟି ସୁନାଚେନ୍‍, ବାଇକ ଆଦି ଜବତ କରାଯାଇଛି। ପୁଲିସ କହିବା ଅନୁସାରେ ଦିନ ୧୦ଟାରେ ମନ୍ଦାକିନୀ ମିଶ୍ର(୬୧) ରାମମନ୍ଦିର ପଛପଟ ରାସ୍ତାରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ କାଳି ବାଇକରେ ଆସି ମହିଳାଙ୍କ ବେକରୁ ସୁନାଚେନ୍‍ ଝାମ୍ପି ନେଇଥିଲା।

ଆହୁରି ପଢ଼ନ୍ତୁ: କାଲି ନିଜ ଜନ୍ମକଲା ୨ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମାଆ

ସେ ତଳେ ପଡ଼ି ଛଟପଟ ହେଉଥିବା ସମୟରେ ଖାରବେଳନଗର ଥାନାର ଏସ୍‍ଆଇ ମିନତି କୁମାରୀ ନାୟକ ସ୍କୁଟିରେ ଥାନାକୁ ଆସୁଥିଲେ। ଲୋକେ ରୁଣ୍ଡ ହୋଇଥିବାରୁ ସେଠାରେ ରହିବା ସହ ସବୁ କଥା ବୁଝିଥିଲେ। ତେବେ ମହିଳାଙ୍କୁ ରାସ୍ତାରୁ ଉଠାଇ ମିନତି ସ୍କୁଟିରେ ଥାନାକୁ ଆଣୁଥିଲେ। ଶ୍ରୀୟା ଛକ ନିକଟରେ ଲୁଟ୍‍ର ଶିକାର ହୋଇଥିବା ମହିଳା ଉକ୍ତ ଯୁବକଙ୍କୁ ଚିହ୍ନଟ କରିଥିଲେ। ମିନତି ତୁରନ୍ତ ମନ୍ଦାକିନୀାଙ୍କୁ ଶ୍ରୀୟା ଛକର ଓହ୍ଲାଇଦେଇ ଅଭିଯୁକ୍ତର ପିଛା କରିଥିଲେ। ତେବେ ରାମମନ୍ଦିର ନିକଟରେ ଥିବା ଏକ ଶୌଚାଳୟରେ ଅଭିଯୁକ୍ତ ପଶିଯାଇଥିଲା। ମିନତି ଶୌଚାଳୟ ବାହାରେ ଜଗିବା ସହ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ସେଠାରେ ଖାରବେଳନଗର ଥାନାର ଅନ୍ୟ ପୁଲିସ କର୍ମଚାରୀଙ୍କ ସହାୟତାରେ ମିନତି ଅଭିଯୁକ୍ତଙ୍କୁ କାବୁ କରିଥିଲା।

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

କାଳୁକୁ ଯାଞ୍ଚ କରିବା ପରେ ଲୁଟ୍‍ ସୁନାଚେନ୍‍ ସମେତ ଆଉ ଗୋଟିଏ ସୁନାଚେନ୍‍ ଜବତ କରାଯାଇଥିଲା। ତାକୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ଖାରବେଳନଗର ଥାନା ପୁଲିସ। ତେବେ କାଳୁ ନାଁରେ ରାଜଧାନୀ ସମେତ ଖୋର୍ଦ୍ଧା ଟାଉନ ଥାନାରେ ଡକାୟତି, ରାହାଜାନୀ, ନିଶା କାରବାର ଚୋରି ଭଳି ୧୮ଟି ଅପରାଧିକ ମାମଲା ରହିଛି। ସେହିପରି ବାଉନସୁଗର କାରବାରରେ ଖଣ୍ଡଗିରି ଥାନା ପୁଲିସ ପୂର୍ବରୁ ତାକୁ ଗିରଫ କରିଥିଲା। ତେବେ ଜୁନ୍‍ ୩୦ରେ ଜାମିନ୍‍ରେ ମୁକୁଳିବା ପରେ ପୁଣି ଅପରାଧରେ ଲିପ୍ତ ରହିଥିଲା। ସେପଟେ ଏସ୍‍ଆଇ ମିନତିଙ୍କ ଏଭଳି ସାହସିକତା ଲାଗି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ପୁରସ୍କୃତ କରିବା ସହ ସାଧୁବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

10 Jul 2021 By The Sakala

ଶୌଚାଳୟରେ ଲୁଟେରାକୁ ମାଡ଼ି ବସିଲେ ମହିଳା ଏସ୍‍ଆଇ

ଭୁବନେଶ୍ୱର : ମହିଳାଙ୍କ ଠାରୁ ସୁନାଚେନ୍‍ ଝାମ୍ପିନେଇଥିବା ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଶୌଚାଳୟରେ ମାଡ଼ିବସିଲେ ମହିଳା ଏସ୍‍ଆଇ। ଖାରବେଳନଗର ଥାନା ଶ୍ରୀୟା ଟକିଜ ଛକରେ ଶୁକ୍ରବାର ଘଟିଛି ଏଭଳି ଘଟଣା। ତେବେ ଏହି ଘଟଣାରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର କାଳିପ୍ରସାଦ ରାଉଳ(୨୭)। ତା’ ଠାରୁ ୨ଟି ସୁନାଚେନ୍‍, ବାଇକ ଆଦି ଜବତ କରାଯାଇଛି। ପୁଲିସ କହିବା ଅନୁସାରେ ଦିନ ୧୦ଟାରେ ମନ୍ଦାକିନୀ ମିଶ୍ର(୬୧) ରାମମନ୍ଦିର ପଛପଟ ରାସ୍ତାରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ କାଳି ବାଇକରେ ଆସି ମହିଳାଙ୍କ ବେକରୁ ସୁନାଚେନ୍‍ ଝାମ୍ପି ନେଇଥିଲା।

ସେ ତଳେ ପଡ଼ି ଛଟପଟ ହେଉଥିବା ସମୟରେ ଖାରବେଳନଗର ଥାନାର ଏସ୍‍ଆଇ ମିନତି କୁମାରୀ ନାୟକ ସ୍କୁଟିରେ ଥାନାକୁ ଆସୁଥିଲେ। ଲୋକେ ରୁଣ୍ଡ ହୋଇଥିବାରୁ ସେଠାରେ ରହିବା ସହ ସବୁ କଥା ବୁଝିଥିଲେ। ତେବେ ମହିଳାଙ୍କୁ ରାସ୍ତାରୁ ଉଠାଇ ମିନତି ସ୍କୁଟିରେ ଥାନାକୁ ଆଣୁଥିଲେ। ଶ୍ରୀୟା ଛକ ନିକଟରେ ଲୁଟ୍‍ର ଶିକାର ହୋଇଥିବା ମହିଳା ଉକ୍ତ ଯୁବକଙ୍କୁ ଚିହ୍ନଟ କରିଥିଲେ। ମିନତି ତୁରନ୍ତ ମନ୍ଦାକିନୀାଙ୍କୁ ଶ୍ରୀୟା ଛକର ଓହ୍ଲାଇଦେଇ ଅଭିଯୁକ୍ତର ପିଛା କରିଥିଲେ। ତେବେ ରାମମନ୍ଦିର ନିକଟରେ ଥିବା ଏକ ଶୌଚାଳୟରେ ଅଭିଯୁକ୍ତ ପଶିଯାଇଥିଲା। ମିନତି ଶୌଚାଳୟ ବାହାରେ ଜଗିବା ସହ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ସେଠାରେ ଖାରବେଳନଗର ଥାନାର ଅନ୍ୟ ପୁଲିସ କର୍ମଚାରୀଙ୍କ ସହାୟତାରେ ମିନତି ଅଭିଯୁକ୍ତଙ୍କୁ କାବୁ କରିଥିଲା।

କାଳୁକୁ ଯାଞ୍ଚ କରିବା ପରେ ଲୁଟ୍‍ ସୁନାଚେନ୍‍ ସମେତ ଆଉ ଗୋଟିଏ ସୁନାଚେନ୍‍ ଜବତ କରାଯାଇଥିଲା। ତାକୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ଖାରବେଳନଗର ଥାନା ପୁଲିସ। ତେବେ କାଳୁ ନାଁରେ ରାଜଧାନୀ ସମେତ ଖୋର୍ଦ୍ଧା ଟାଉନ ଥାନାରେ ଡକାୟତି, ରାହାଜାନୀ, ନିଶା କାରବାର ଚୋରି ଭଳି ୧୮ଟି ଅପରାଧିକ ମାମଲା ରହିଛି। ସେହିପରି ବାଉନସୁଗର କାରବାରରେ ଖଣ୍ଡଗିରି ଥାନା ପୁଲିସ ପୂର୍ବରୁ ତାକୁ ଗିରଫ କରିଥିଲା। ତେବେ ଜୁନ୍‍ ୩୦ରେ ଜାମିନ୍‍ରେ ମୁକୁଳିବା ପରେ ପୁଣି ଅପରାଧରେ ଲିପ୍ତ ରହିଥିଲା। ସେପଟେ ଏସ୍‍ଆଇ ମିନତିଙ୍କ ଏଭଳି ସାହସିକତା ଲାଗି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ପୁରସ୍କୃତ କରିବା ସହ ସାଧୁବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର