ଜନ୍ମକଲା ଛୁଆ ମରିଗଲା ବୋଲି ବାପା ରେଳଧାରଣା କଡ଼ରେ ଫୋପାଡିଦେଲା

The Sakala Picture
Published On

ଭୁବନେଶ୍ୱର : ଜନ୍ମକଲା ଛୁଆ ମରିଗଲା ବୋଲି ବାପା ରେଳଧାରଣା କଡ଼ରେ ଫୋପାଡିଦେଲା । କିନ୍ତୁ ଦଇବ ଲେଖୀଥିଲା କିଛି ଅଲଗା। ନବଜାତକର ପରିବାରଙ୍କୁ ଚିହ୍ନଟ କରି ଶବକୁ ମିଳିଲା ସମ୍ମାନ। ମଙ୍ଗଳବାର ସକାଳୁ ଜିଆର୍‌ପି ଅଧୀନ ଶିଶୁଭବନ ଓଭରବ୍ରିଜ ତଳ ରେଳଧାରଣ କଡ଼ରୁ ମିଳିଥିବା ଗୋଟିଏ ଦିନର ନବଜାତକର ପରିଚୟ ମିଳିଛି। ପୁଲିସ ସୂଚନା ଅନୁସାରେ ଜାଗମରାର ବିଭୂତି ଭୁଷଣ ଚୌଧୁରୀଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା […]

ଭୁବନେଶ୍ୱର : ଜନ୍ମକଲା ଛୁଆ ମରିଗଲା ବୋଲି ବାପା ରେଳଧାରଣା କଡ଼ରେ ଫୋପାଡିଦେଲା । କିନ୍ତୁ ଦଇବ ଲେଖୀଥିଲା କିଛି ଅଲଗା। ନବଜାତକର ପରିବାରଙ୍କୁ ଚିହ୍ନଟ କରି ଶବକୁ ମିଳିଲା ସମ୍ମାନ। ମଙ୍ଗଳବାର ସକାଳୁ ଜିଆର୍‌ପି ଅଧୀନ ଶିଶୁଭବନ ଓଭରବ୍ରିଜ ତଳ ରେଳଧାରଣ କଡ଼ରୁ ମିଳିଥିବା ଗୋଟିଏ ଦିନର ନବଜାତକର ପରିଚୟ ମିଳିଛି। ପୁଲିସ ସୂଚନା ଅନୁସାରେ ଜାଗମରାର ବିଭୂତି ଭୁଷଣ ଚୌଧୁରୀଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୋମବାର ସକାଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଜନ୍ମ ହେବା ପରେ ଉକ୍ତ ଶିଶୁପୁତ୍ର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ନବଜାତକର ଅବସ୍ଥା ସଙ୍କଟାପନ୍ନ ହେବାରୁ ହସ୍ପିଟାଲରେ କର୍ତ୍ତୃପକ୍ଷ ଫେରାଇ ଦେଇଥିଲେ। ଏହାପରେ ଉକ୍ତ ନାବଜାତକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ତେବେ ସେଠାରେ ଚିକିତ୍ସା ଅବସ୍ଥାରେ ସୋମବାର ରାତିରେ ଉକ୍ତ ନବଜାତକର ମୃତ୍ୟୁ ହୋଇଥିଲା । ଏହାପରେ ବିଭୂତି ଆଣି ଆଜି ଗୋରୁ ଶିଶୁଭବନ ଓଭରବ୍ରିଜ ତଳ ରେଳଧାରଣା କଡ଼ରେ ଫୋପାଡି ଦେଇଥିଲେ । ସକାଳୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଜିଆରପି ନବଜାତକର ମୃତଦେହକୁ ଜବତ କରି ତଦନ୍ତ କରିଥିଲା। ତେବେ ନବଜାତକକୁ କିଏ ଫୋପାଡିଲା ଓ କ’ଣ ପାଇଁ ରେଳଧାରଣାରେ ଫିଙ୍ଗି ଦେଲା ପୁଲିସ ଏସବୁକୁ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲା। ତେବେ ନବଜାତକ ଦେହରୁ ଆପୋଲୋ ହସ୍ପିଟାଲର ଲେଖାଥିବା ଏକ ଟ୍ୟାଗ୍ ମିଳିଥିଲା। ସେଠାରେ ସୋମବାର ତାରିଖ ଉଲ୍ଲେଖ କରାଯାଇଥିଲା । ମୃତ୍ୟୁ ହେବା ପରେ ମାନସିକ ଉଲ୍ଲେଖ କରାଯାଇଥିଲା । ସେଠାରେ ପଚରାଉଚରା କରିବା ପରେ ତାଙ୍କ ବାପାଙ୍କ ନାମ ଓ ଠିକଣା ସାମନାକୁ ଆସିଥିଲା।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ପୁଲିସ ତଦନ୍ତ କରି କ୍ୟାପିଟାଲ ହସ୍ପିଟାଲରେ ବିଭୂତିଙ୍କୁ ଚିନ୍ହଟ କରିବା ସହ ପଚରାଉଚରା କରିଥିଲା । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ବିଭୂତିଙ୍କ ପୂର୍ବରୁ ୨ଟି କନ୍ୟା ସନ୍ତାନ ରହିଛି। ତେଣୁ ଶିଶୁପତ୍ର ଜନ୍ମ ହେବା ପରେ ପତ୍ନୀଙ୍କ ଦେହ ଖରାପ ରହିଛି। ଏହି ସମୟରେ ତାଙ୍କର ଶିଶୁପୁତ୍ର ମୃତ୍ୟୁ ହେବା ପରେ ମାନସିକ ଚିନ୍ତାରେ ସେ ରେଳଧାରଣାରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ଏହାପରେ ବିଭୂତିଙ୍କୁ ନବଜାତକକୁ ହସ୍ତାନ୍ତର କରାଯିବା ସହ ରାତିନୀତି ଅନୁଯାୟୀ ଅନ୍ତିମସଂସ୍କାର କରିବା ଲାଗି କୁହାଯାଇଥିବା ଜିଆରପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର