ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର : ଦୀର୍ଘ ୨୪ ବର୍ଷ ଧରି ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ସ୍ୱର୍ଣ୍ଣିମ ଅଧ୍ୟାୟ ରଚିଲା। ଅଢେ଼ଇ ଦଶନ୍ଧୀ ତଳେ ଓଡ଼ିଶା କେଉଁଠି ଥିଲା ଆଉ ଆଜି କେଉଁଠି ଅଛି ତାହା ସମସ୍ତେ ଦେଖିପାରୁଛନ୍ତି। ଆଜି ଏକ ଯୁଗର ଅବସାନ ଘଟିଛି। ଓଡ଼ିଶା ନିର୍ବାଚନର ଫଳାଫଳ ଆସିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କଲେ […]

ଭୁବନେଶ୍ୱର : ଦୀର୍ଘ ୨୪ ବର୍ଷ ଧରି ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ସ୍ୱର୍ଣ୍ଣିମ ଅଧ୍ୟାୟ ରଚିଲା। ଅଢେ଼ଇ ଦଶନ୍ଧୀ ତଳେ ଓଡ଼ିଶା କେଉଁଠି ଥିଲା ଆଉ ଆଜି କେଉଁଠି ଅଛି ତାହା ସମସ୍ତେ ଦେଖିପାରୁଛନ୍ତି। ଆଜି ଏକ ଯୁଗର ଅବସାନ ଘଟିଛି। ଓଡ଼ିଶା ନିର୍ବାଚନର ଫଳାଫଳ ଆସିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଛି ବେଦାନ୍ତ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦ୍ୱାରା ୫୦,୦୦୦ରୁ ଅଧିକ ଲୋକ ଉପକୃତ

ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ ୧୧ ଟାରେ ନବୀନ ନିବାସରୁ ବାହାରି ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଥିଲେ। ଏହାପରେ କିଛି ସମୟ ଆଲୋଚନା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଚଳିତ ନିର୍ବାଚନରେ ରାଜ୍ୟ ବିଜେପି ବିଧାନସଭାରେ ଏକାକୀ ସରକାର ଗଠନ ନିମନ୍ତେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୧୪୭ ବିଧାନସଭା ଆସନରୁ ବିଜେପି ୭୮ ଓ ବିଜେଡି ୫୧ ଆସନରେ ବିଜୟଲାଭ କରିଛି। କଂଗ୍ରେସ ୧୪ଟି ଆସନ ଦଖଲ କରିଥିବାବେଳେ ୩ଟି ଆସନରେ ସ୍ୱାଧୀନ ଓ ଗୋଟିଏ ଆସନରେ ସିପିଆଇ(ଏମ୍‌) ବିଜୟୀ ହୋଇଛି। ବିଧାନସଭାରେ ବହୁମତ ହାସଲ କରିବାକୁ ୭୪ଟି ଆସନ ଆବଶ୍ୟକ ହେଉଥିବା ବେଳେ ବିଜେପି ୭୮ଆସନ ଦଖଲ କରିଥିବାରୁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।

ତେବେ ଚଳିତ ନିର୍ବାଚନର ଫଳଫଳ ଆସିବା ପରେ ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି, ସାଧାରଣ ଲୋକ, ଛାତ୍ରଛାତ୍ରୀ ସାମାଜିକ ଗଣମାଧ୍ୟମରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ବିଭିନ୍ନ ପୋଷ୍ଟରେ ଲେଖାଯାଇଛି ଯେ ୨୪ ବର୍ଷ ଧରି ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେଇଥିବା ନବୀନ ବାବୁଙ୍କୁ ଅଶେଷ ଧନ୍ୟବାଦ। ଆପଣଙ୍କର ଏହି ଅବଦାନ ପାଇଁ ସର୍ବଦା ଚୀର ସ୍ମରଣୀୟ ରହିବେ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଯେବେ ଯେବେ ଓଡ଼ିଶାରେ ବାତ୍ୟା, ବନ୍ୟା ଆସିବ ସେତେବେଳେ ନବୀନ ବାବୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ମନେପଡିବ। ସାରା ଦୁନିଆକୁ ବିପର୍ଯ୍ୟୟ ମୁକାବିଲାର ମନ୍ତ୍ର ଦେଇଛନ୍ତି। ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ଏବଂ ପାରିଦର୍ଶୀତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ଆମ ପିଢ଼ୀ ଗର୍ବର ସହ କହି ପାରିବ ଯେ ନବୀନ ବାବୁ ଓଡ଼ିଶାକୁ କେଉଁଠାରୁ ଆଣି କେଉଁଠି ପହଞ୍ଚାଇ ଦେଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

ଆଉ ଜଣେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ରାଜନୀତିରେ ପରିବର୍ତ୍ତନ ସ୍ୱାଭାବିକ। କିନ୍ତୁ ନବୀନ ବାବୁ କେବଳ ଓଡ଼ିଶା ନୁହେଁ ଜାତୀୟ ରାଜନୀତିରେ ବି ନିଜର ଅବିଷ୍ମରଣୀୟ ଛାପ ଛାଡ଼ି ଯାଇଛନ୍ତି। ୨୪ ବର୍ଷର ଉତ୍ସର୍ଗୀକୃତ ସେବା ପାଇଁ ହୃଦୟରୁ ଧନ୍ୟବାଦ। ଅନ୍ୟ ଜଣଙ୍କ ମତରେ ଏକ ଅଭାବୀ ରାଜ୍ୟ ଆଜି ଆର୍ଥିକ ସ୍ୱଚ୍ଛଳ ରାଜ୍ୟ ହୋଇଛି। ଦେଶ ବିଦେଶରେ ଓଡ଼ିଶା ନିନ୍ଦା ଆଉ ଅପବାଦ ନୁହେଁ ବରଂ ସୁନାମ ପାଇଛି। ସବୁ କ୍ଷେତ୍ରରେ ଓଡ଼ିଶାର ଉକ୍ରର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଏସବୁ ସଫଳତା ପାଇଁ ପ୍ରତିଟି ଓଡ଼ିଶାବାସୀଙ୍କ ହୃଦୟରେ ସବୁବେଳେ ରହିଥିବେ ନବୀନ ବାବୁ। ଜଣେ ଅତ୍ୟନ୍ତ ଭଦ୍ର ଏବଂ ଗୁଣୀ ବ୍ୟକ୍ତିଭାବେ ନବୀନ ବାବୁ ନିଜର ଅଭୂଲା ଛାପ ଛାଡ଼ି ଯାଇଛନ୍ତି। ତାଙ୍କର କାର୍ଯ୍ୟଶୈଳୀ ଆଗାମୀ ପିଢ଼ୀଙ୍କୁ ସର୍ବଦା ପ୍ରେରଣା ଦେଉଥିବ।

05 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର