ଜଳବାୟୁ ପରିବର୍ତ୍ତନର ପ୍ରଭାବ : ମରିଯିବ ଭିତରକନିକା !

The Sakala Picture
Published On

ଭୁବନେଶ୍ୱର : ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ ଜଳ ପ୍ରବାହ ହ୍ରାସ ଭିତରକନିକା ଅଭୟାରଣ୍ୟ ପ୍ରତି ସୃଷ୍ଟି କରିଛି ଭୟଙ୍କର ବିପଦ। ଜଳପ୍ରବାହ ହ୍ରାସ ଯୋଗୁଁ ଭିତରକନିକା ଅଭୟାରଣ୍ୟର ଜୈବମଣ୍ଡଳ ପ୍ରଭାବିତ ହେବ ଓ ଦୃତ ମୃତ୍ୟୁ ଅଭିମୁଖେ ଏହି ଅଭୟାରଣ୍ୟ ଗତି କରିବ। ଆଗାମୀ ୨୫ ବର୍ଷ ମଧ୍ୟରେ ଭିତରକନିକା ଅଭୟାରଣ୍ୟକୁ ମଧୁର ଜଳପ୍ରବେଶ ପ୍ରାୟ ୫୦% ହ୍ରାସ ପାଇବ । ଫଳରେ ଅଭୟାରଣ୍ୟ ଉପରେ ନିର୍ଭର କରୁଥିବା ପ୍ରାଣୀଜଗତ ଓ ଜୈବମଣ୍ଡଳ ମଧ୍ୟ ବିପଦରେ ପଡ଼ିବ […]

ଭୁବନେଶ୍ୱର : ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ ଜଳ ପ୍ରବାହ ହ୍ରାସ ଭିତରକନିକା ଅଭୟାରଣ୍ୟ ପ୍ରତି ସୃଷ୍ଟି କରିଛି ଭୟଙ୍କର ବିପଦ। ଜଳପ୍ରବାହ ହ୍ରାସ ଯୋଗୁଁ ଭିତରକନିକା ଅଭୟାରଣ୍ୟର ଜୈବମଣ୍ଡଳ ପ୍ରଭାବିତ ହେବ ଓ ଦୃତ ମୃତ୍ୟୁ ଅଭିମୁଖେ ଏହି ଅଭୟାରଣ୍ୟ ଗତି କରିବ। ଆଗାମୀ ୨୫ ବର୍ଷ ମଧ୍ୟରେ ଭିତରକନିକା ଅଭୟାରଣ୍ୟକୁ ମଧୁର ଜଳପ୍ରବେଶ ପ୍ରାୟ ୫୦% ହ୍ରାସ ପାଇବ । ଫଳରେ ଅଭୟାରଣ୍ୟ ଉପରେ ନିର୍ଭର କରୁଥିବା ପ୍ରାଣୀଜଗତ ଓ ଜୈବମଣ୍ଡଳ ମଧ୍ୟ ବିପଦରେ ପଡ଼ିବ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବ୍ରାହ୍ମଣୀ ଅବବାହିକାରେ ମଧୁର ଜଳ ପ୍ରବାହର ପରିମାଣ ୨୦୫୦ ମସିହା ବେଳକୁ ୪୮% ହ୍ରାସ ପାଇପାରେ। ୨୦୦୧ ମସିହାରେ ଏହା ୭୯% ରହିଥିଲା ଓ ୨୦୫୦ ବେଳକୁ ଏହା ୩୦%ରୁ ୩୧%କୁ ଖସିବାର ଆଶଙ୍କା ରହିଛି । ଅନୁରୂପ ଭାବରେ ବୈତରଣୀ ଅବବାହିକାରେ ମଧୁର ଜଳ ପ୍ରବାହ ପରିମାଣ ୨୦୫୦ ବେଳକୁ ୩୫%କୁ କମିବାପାରେ ବୋଲି କୁହାଯାଉଛି। ୨୦୦୧ ମସିହା ବେଳକୁ ବୈତରଣୀ ଅବବାହିକାରେ ମଧୁର ଜଳ ପ୍ରବାହର ପରିମାଣ ୬୧% ରହିଥିଲା, ବର୍ତ୍ତମାନ ଏହା ୫୦% ତଳକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଜଳ ଉପଲବ୍ଧତା ହ୍ରାସ ଯୋଗୁଁ ବର୍ତ୍ତମାନ ସଙ୍କଟରେ ପଡ଼ିଥିବା ଭିତରକନିକା ଜାତୀୟ ଉଦ୍ୟାନ ଭବିଷ୍ୟତରେ ଆହୁରି ବିପଦରେ ପଡ଼ିବାକୁ ଯାଉଛି। ୨୦୦୧ ମସିହାରେ ମଧୁର ଜଳ ପ୍ରବାହ ୭୫% ଥିଲା ବେଳେ ୨୦୫୦ ବେଳକୁ ଏହା ୪୬%ରେ ପହଞ୍ଚିପାରେ ବୋଲି ପରିବେଶବିତ୍‌ମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

ଉଭୟ ବ୍ରାହ୍ମଣୀ ଓ ବୈତରଣୀ ନଦୀର ଅବବାହିକା ଅଞ୍ଚଳରେ ଜନ ଘନତ୍ୱ ବଢ଼ିବାରେ ଲାଗିଛି। ଚାଷ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜଳ ବ୍ୟବହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଶିଳ୍ପାଞ୍ଚଳର ବିକାଶ, ସହରୀକରଣ ଓ ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ଆଗାମୀ ୨୫ ବର୍ଷ ମଧ୍ୟରେ ଉଭୟ ନଦୀ ଅବବାହିକାରେ ଜନସାଧାରଣଙ୍କ ଦ୍ୱାରା ଜଳର ବ୍ୟବହାର ବର୍ତ୍ତମାନ ସମୟଠାର ୩ଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯାହାକି ଅଭୟାରଣ୍ୟ ଭିତରକୁ ମଧୁର ଜଳ ପ୍ରବାହକୁ ହ୍ରାସ କରିବା ଆଶଙ୍କା ସୃଷ୍ଟି କରିଛି। ପୁନଶ୍ଚ ବୃହତ ଓ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ପାଇଁ ମଧୁର ଜଳର ବ୍ୟବହାର ବର୍ତ୍ତମାନଠାରୁ ଦୁଇ ଗୁଣ ବୃଦ୍ଧି ପାଇବା ସମ୍ଭବନା ରହିଛି। ୨୦୦୧ ମସିହାରେ ଏହି ଦୁଇ ନଦୀ ଅବବାହିକାରେ ଜଳସେଚନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୨ହଜାର ନିୟୁତ ଘନମିଟର ଜଳର ଆବଶ୍ୟକତା ଥିବାବେଳେ ବର୍ତ୍ତମା ସମୟରେ ଏହା ପ୍ରାୟ ୫୦୦୦ ନିୟୁତ ଘନ ମିଟରରେ ପହଞ୍ଚିଛି। ୨୦୫୦ ମସିହା ବେଳକୁ ଆବଶ୍ୟକ ଜଳ ପରିମାଣ ୧୦ହଜାର ନିୟୁତ ଘନ ମିଟରରେ ପହଞ୍ଚିପାରେ। ସେହିପରି ସାମଗ୍ରିକ ଭାବେ ଜଳର ଚାହିଦା ୫୩୦୦ନିୟୁତ ଘନ ମିଟରରୁ ୩ଗୁଣ ବୃଦ୍ଧି ପାଇ ୧୬୫୦୦ ନିୟୁତ ଘନ୍‌ ମିଟରରେ ହୋଇପାରେ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ନିକଟ ଅତୀତରେ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଅବବାହିକାରେ ମଧୁର ଜଳର ଉପଲବ୍ଧତା ସର୍ଭେ ସମୟରେ ତାଳଚେର, ଅନୁଗୁଳ ଅଞ୍ଚଳରେ ଖଣି ଓ ଶିଳ୍ପାଞ୍ଚଳରେ ବିପୁଳ ଜଳ ବ୍ୟବହାର ସୂଚନା ମିଳିଛି। ଅଣମୌସୁମୀ ସମୟରେ ଭିତରକନିକା ଅଭୟରଣ୍ୟକୁ ପ୍ରାୟ ୨୩୫୫୧ ନିୟୁତ କ୍ୟୁବିକ୍‌ ମିଟର (ଏମ୍‌ସିଏମ୍‌)ଜଳ ପ୍ରବେଶ କରୁଥିବା ବେଳେ ମୌସୁମୀରେ ଏହାର ପରିମାଣ ପ୍ରାୟ ୧୯୯୨୪ ଏମ୍‌ସିଏମ୍‌ ମଧ୍ୟରେ ରହୁଥିବା ଆକଳନ କରାଯାଇଛି । ମାତ୍ର ମହାନଦୀରେ ଜଳପ୍ରବାହ ହ୍ରାସ ସହ ବ୍ରାହ୍ମଣୀ ଓ ବୈତରଣୀ ନଦୀ ଅବବାହିକାରେ ଶିଳ୍ପାୟନ, ପାନୀୟ ଜଳ ପ୍ରକଳ୍ପ, ଜଳସେଚନ ପ୍ରକଳ୍ପ ଆଦି ଭିତରକନିକାକୁ ଜଳପ୍ରବାହ ହ୍ରାସର ସମ୍ଭାବନା ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାହାନୀ ମଧ୍ୟ ଜଳ ପ୍ରବାହରେ ବଡ଼ ଅନ୍ତରାୟ ସୃଷ୍ଟି କରିଛି । ସାଧାରଣତଃ ୧୦% କମ୍‌ ବର୍ଷା ହେଲେ ଜଳ ପ୍ରବାହ ୬% କମ୍‌ ହେବାର ଆଶଙ୍କା ଥାଏ । ଚଳିତ ବର୍ଷ ଓଡ଼ିଶାରେ କମ୍‌ ବର୍ଷା ହେବା ଆଶଙ୍କା କରାଯାଇଥିବା ଯୋଗୁଁ ଜଳପ୍ରବାହ ହ୍ରାସ ପାଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।

ଦୁଇବର୍ଷ ତଳେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟ ଅନୁରୂପ ଆଶଙ୍କା କରିଥିଲା। ଏକ ରିପୋର୍ଟରେ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଅବବାହିକାରେ ବଢ଼ୁଥିବା ଜନବସତି ଓ ବିକାଶମୂଳକ କାର୍ଯ୍ୟ ପାଇଁ ଜଳ ପ୍ରବାହ ହ୍ରାସର ସିଧାସଳଖ ପ୍ରଭାବ ଭିତରକନିକା ଉପରେ ପଡ଼ିବ ବୋଲି କୁହାଯାଇଥିଲା।

24 Jun 2024 By The Sakala

ଜଳବାୟୁ ପରିବର୍ତ୍ତନର ପ୍ରଭାବ : ମରିଯିବ ଭିତରକନିକା !

ଭୁବନେଶ୍ୱର : ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ ଜଳ ପ୍ରବାହ ହ୍ରାସ ଭିତରକନିକା ଅଭୟାରଣ୍ୟ ପ୍ରତି ସୃଷ୍ଟି କରିଛି ଭୟଙ୍କର ବିପଦ। ଜଳପ୍ରବାହ ହ୍ରାସ ଯୋଗୁଁ ଭିତରକନିକା ଅଭୟାରଣ୍ୟର ଜୈବମଣ୍ଡଳ ପ୍ରଭାବିତ ହେବ ଓ ଦୃତ ମୃତ୍ୟୁ ଅଭିମୁଖେ ଏହି ଅଭୟାରଣ୍ୟ ଗତି କରିବ। ଆଗାମୀ ୨୫ ବର୍ଷ ମଧ୍ୟରେ ଭିତରକନିକା ଅଭୟାରଣ୍ୟକୁ ମଧୁର ଜଳପ୍ରବେଶ ପ୍ରାୟ ୫୦% ହ୍ରାସ ପାଇବ । ଫଳରେ ଅଭୟାରଣ୍ୟ ଉପରେ ନିର୍ଭର କରୁଥିବା ପ୍ରାଣୀଜଗତ ଓ ଜୈବମଣ୍ଡଳ ମଧ୍ୟ ବିପଦରେ ପଡ଼ିବ ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବ୍ରାହ୍ମଣୀ ଅବବାହିକାରେ ମଧୁର ଜଳ ପ୍ରବାହର ପରିମାଣ ୨୦୫୦ ମସିହା ବେଳକୁ ୪୮% ହ୍ରାସ ପାଇପାରେ। ୨୦୦୧ ମସିହାରେ ଏହା ୭୯% ରହିଥିଲା ଓ ୨୦୫୦ ବେଳକୁ ଏହା ୩୦%ରୁ ୩୧%କୁ ଖସିବାର ଆଶଙ୍କା ରହିଛି । ଅନୁରୂପ ଭାବରେ ବୈତରଣୀ ଅବବାହିକାରେ ମଧୁର ଜଳ ପ୍ରବାହ ପରିମାଣ ୨୦୫୦ ବେଳକୁ ୩୫%କୁ କମିବାପାରେ ବୋଲି କୁହାଯାଉଛି। ୨୦୦୧ ମସିହା ବେଳକୁ ବୈତରଣୀ ଅବବାହିକାରେ ମଧୁର ଜଳ ପ୍ରବାହର ପରିମାଣ ୬୧% ରହିଥିଲା, ବର୍ତ୍ତମାନ ଏହା ୫୦% ତଳକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଜଳ ଉପଲବ୍ଧତା ହ୍ରାସ ଯୋଗୁଁ ବର୍ତ୍ତମାନ ସଙ୍କଟରେ ପଡ଼ିଥିବା ଭିତରକନିକା ଜାତୀୟ ଉଦ୍ୟାନ ଭବିଷ୍ୟତରେ ଆହୁରି ବିପଦରେ ପଡ଼ିବାକୁ ଯାଉଛି। ୨୦୦୧ ମସିହାରେ ମଧୁର ଜଳ ପ୍ରବାହ ୭୫% ଥିଲା ବେଳେ ୨୦୫୦ ବେଳକୁ ଏହା ୪୬%ରେ ପହଞ୍ଚିପାରେ ବୋଲି ପରିବେଶବିତ୍‌ମାନେ ଆକଳନ କରିଛନ୍ତି।

ଉଭୟ ବ୍ରାହ୍ମଣୀ ଓ ବୈତରଣୀ ନଦୀର ଅବବାହିକା ଅଞ୍ଚଳରେ ଜନ ଘନତ୍ୱ ବଢ଼ିବାରେ ଲାଗିଛି। ଚାଷ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜଳ ବ୍ୟବହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଶିଳ୍ପାଞ୍ଚଳର ବିକାଶ, ସହରୀକରଣ ଓ ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ଆଗାମୀ ୨୫ ବର୍ଷ ମଧ୍ୟରେ ଉଭୟ ନଦୀ ଅବବାହିକାରେ ଜନସାଧାରଣଙ୍କ ଦ୍ୱାରା ଜଳର ବ୍ୟବହାର ବର୍ତ୍ତମାନ ସମୟଠାର ୩ଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯାହାକି ଅଭୟାରଣ୍ୟ ଭିତରକୁ ମଧୁର ଜଳ ପ୍ରବାହକୁ ହ୍ରାସ କରିବା ଆଶଙ୍କା ସୃଷ୍ଟି କରିଛି। ପୁନଶ୍ଚ ବୃହତ ଓ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ପାଇଁ ମଧୁର ଜଳର ବ୍ୟବହାର ବର୍ତ୍ତମାନଠାରୁ ଦୁଇ ଗୁଣ ବୃଦ୍ଧି ପାଇବା ସମ୍ଭବନା ରହିଛି। ୨୦୦୧ ମସିହାରେ ଏହି ଦୁଇ ନଦୀ ଅବବାହିକାରେ ଜଳସେଚନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୨ହଜାର ନିୟୁତ ଘନମିଟର ଜଳର ଆବଶ୍ୟକତା ଥିବାବେଳେ ବର୍ତ୍ତମା ସମୟରେ ଏହା ପ୍ରାୟ ୫୦୦୦ ନିୟୁତ ଘନ ମିଟରରେ ପହଞ୍ଚିଛି। ୨୦୫୦ ମସିହା ବେଳକୁ ଆବଶ୍ୟକ ଜଳ ପରିମାଣ ୧୦ହଜାର ନିୟୁତ ଘନ ମିଟରରେ ପହଞ୍ଚିପାରେ। ସେହିପରି ସାମଗ୍ରିକ ଭାବେ ଜଳର ଚାହିଦା ୫୩୦୦ନିୟୁତ ଘନ ମିଟରରୁ ୩ଗୁଣ ବୃଦ୍ଧି ପାଇ ୧୬୫୦୦ ନିୟୁତ ଘନ୍‌ ମିଟରରେ ହୋଇପାରେ ବୋଲି ଆକଳନ କରାଯାଇଛି।

ନିକଟ ଅତୀତରେ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଅବବାହିକାରେ ମଧୁର ଜଳର ଉପଲବ୍ଧତା ସର୍ଭେ ସମୟରେ ତାଳଚେର, ଅନୁଗୁଳ ଅଞ୍ଚଳରେ ଖଣି ଓ ଶିଳ୍ପାଞ୍ଚଳରେ ବିପୁଳ ଜଳ ବ୍ୟବହାର ସୂଚନା ମିଳିଛି। ଅଣମୌସୁମୀ ସମୟରେ ଭିତରକନିକା ଅଭୟରଣ୍ୟକୁ ପ୍ରାୟ ୨୩୫୫୧ ନିୟୁତ କ୍ୟୁବିକ୍‌ ମିଟର (ଏମ୍‌ସିଏମ୍‌)ଜଳ ପ୍ରବେଶ କରୁଥିବା ବେଳେ ମୌସୁମୀରେ ଏହାର ପରିମାଣ ପ୍ରାୟ ୧୯୯୨୪ ଏମ୍‌ସିଏମ୍‌ ମଧ୍ୟରେ ରହୁଥିବା ଆକଳନ କରାଯାଇଛି । ମାତ୍ର ମହାନଦୀରେ ଜଳପ୍ରବାହ ହ୍ରାସ ସହ ବ୍ରାହ୍ମଣୀ ଓ ବୈତରଣୀ ନଦୀ ଅବବାହିକାରେ ଶିଳ୍ପାୟନ, ପାନୀୟ ଜଳ ପ୍ରକଳ୍ପ, ଜଳସେଚନ ପ୍ରକଳ୍ପ ଆଦି ଭିତରକନିକାକୁ ଜଳପ୍ରବାହ ହ୍ରାସର ସମ୍ଭାବନା ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାହାନୀ ମଧ୍ୟ ଜଳ ପ୍ରବାହରେ ବଡ଼ ଅନ୍ତରାୟ ସୃଷ୍ଟି କରିଛି । ସାଧାରଣତଃ ୧୦% କମ୍‌ ବର୍ଷା ହେଲେ ଜଳ ପ୍ରବାହ ୬% କମ୍‌ ହେବାର ଆଶଙ୍କା ଥାଏ । ଚଳିତ ବର୍ଷ ଓଡ଼ିଶାରେ କମ୍‌ ବର୍ଷା ହେବା ଆଶଙ୍କା କରାଯାଇଥିବା ଯୋଗୁଁ ଜଳପ୍ରବାହ ହ୍ରାସ ପାଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।

ଦୁଇବର୍ଷ ତଳେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟ ଅନୁରୂପ ଆଶଙ୍କା କରିଥିଲା। ଏକ ରିପୋର୍ଟରେ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଅବବାହିକାରେ ବଢ଼ୁଥିବା ଜନବସତି ଓ ବିକାଶମୂଳକ କାର୍ଯ୍ୟ ପାଇଁ ଜଳ ପ୍ରବାହ ହ୍ରାସର ସିଧାସଳଖ ପ୍ରଭାବ ଭିତରକନିକା ଉପରେ ପଡ଼ିବ ବୋଲି କୁହାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର