ପୃଥକ ପୃଥକ ସ୍ଥାନରେ ପାଣିରେ ବୁଡ଼ି ଶିଶୁପୁତ୍ର ଓ ଶିଶୁକନ୍ଯାଙ୍କ ମୃତ୍ଯୁ

The Sakala Picture
Published On

ଶୁକୃଳି: ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ପାଣ୍ଡର ଶିଳଗାଁର ସୋନୁ ମହାକୁଡ଼ଙ୍କ ଏକ ମାତ୍ର ଶିଶୁକନ୍ୟା ଆଜି ଦିନ ବେଳେ ଖେଳୁଥିବା ସମୟରେ ପୋଖରୀରେ ବୁଡି ଯାଇଥିଲେ। ତାକୁ ଖୋଜାଖୋଜି କରିବା ପରେ ଜଣେ ଗ୍ରାମବାସୀ ପୋଖରୀରେ ଭାସୁ ଥିବାର ଦେଖି ମୃତ ଶିଶୁର ମା’ କୁ ଖବର ଦେଇଥିଲେ। ସଙ୍ଗେସଙ୍ଗେ ତାକୁ ଦମକଳ ବାହିନୀ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛଦ […]

ଶୁକୃଳି: ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ପାଣ୍ଡର ଶିଳଗାଁର ସୋନୁ ମହାକୁଡ଼ଙ୍କ ଏକ ମାତ୍ର ଶିଶୁକନ୍ୟା ଆଜି ଦିନ ବେଳେ ଖେଳୁଥିବା ସମୟରେ ପୋଖରୀରେ ବୁଡି ଯାଇଥିଲେ। ତାକୁ ଖୋଜାଖୋଜି କରିବା ପରେ ଜଣେ ଗ୍ରାମବାସୀ ପୋଖରୀରେ ଭାସୁ ଥିବାର ଦେଖି ମୃତ ଶିଶୁର ମା’ କୁ ଖବର ଦେଇଥିଲେ। ସଙ୍ଗେସଙ୍ଗେ ତାକୁ ଦମକଳ ବାହିନୀ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛଦ ପାଇଁ କରଞ୍ଜିଆ ପଠା ଯାଇଥିଲା ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ସେହିପରି,  ବେତନଟୀ ଥାନା ଛଚିନାପଦା ଉପକଣ୍ଠ ଛୋଟରାୟପୁର ଗ୍ରାମରେ ଏକ ଦେଢ଼ବର୍ଷର ଶିଶୁପୁତ୍ରର ଆଜି  ଅପରାହ୍ନ ସମୟରେ ପାଣିରେ ବୁଡି ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛି ଗ୍ରାମର ଲକ୍ଷ୍ମୀଧର ମହାନ୍ତ ଏବଂ ସୁହାଗି ଦାସଙ୍କ ଦେଢ଼ବର୍ଷର ଶିଶୁପୁତ୍ର।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

ସୂଚନା ମୁତାବକ, ବାପା ଲକ୍ଷ୍ମୀଧର ଚାଷକାମରେ ବାହାରକୁ ଯାଇଥିବା ବେଳେ ମାଆ ସୁହାଗି କାଳୀପୂଜା ପାଇଁ ଘର ଲିପାପୋଛା କରୁଥିଲେ। ଏହି ସମୟରେ ସୁହାଗି ଘର କାମରେ ବ୍ୟସ୍ତ ଥିବାବେଳେ ପୁଅ ଭବାନୀ କୌଣସି ପ୍ରକାରେ ଘରୁ ପଳାଇ ଆସିଥିଲା । ତେବେ ସଙ୍ଗେସଙ୍ଗେ ମାଆ ସୁହାଗି ପୁଅକୁ ଘର ଅଗଣାରେ ନ ପାଇ ଖୋଜାଖୋଜି କରିଥିଲେ। ଶେଷରେ ଜଳାଶୟରେ ପଡିଥିବାର ଦେଖି ତାଙ୍କୁ ଉଦ୍ଧାର କରି ମୁକ୍ତାପୁର ସରପଞ୍ଚ ଧନଞ୍ଜୟ ସିଂଙ୍କ ସହାୟତାରେ ତୁରନ୍ତ ବେତନଟୀ ଡାକ୍ତରଖାନାକୁ ଆଣିଥିଲେ ସୁଦ୍ଧା କାର୍ଯ୍ଯରତ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନା ପକ୍ଷରୁ ବେତନଟୀ ପୁଲିସକୁ ସୂଚନା ଦିଆଯାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବର ପଞ୍ଚନାମା କରିଛି ପୁଲିସ। ତେବେ ଆସନ୍ତା କାଲି ଶନିବାର ଶବ ବ୍ୟବଚ୍ଛେଦ ହେବାନେଇ ପୁଲିସ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର