ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜାରି କଲେ ନୂଆ ଏସ୍‌ଓପି, ବଢିଲା ଦର୍ଶନ ସମୟ

The Sakala Picture
Published On

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ନୂଆ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ନୂଆ ଏସଓପିରେ ଶ୍ରୀମନ୍ଦିର ପ୍ରଶାସନ ଜଗା ଦର୍ଶନର ସମୟସୀମାକୁ ବୃଦ୍ଧି କରିଛନ୍ତି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସକାଳ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ପ୍ରବେଶ କରିପାରିବେ।କରୋନା କଟକଣା ଓ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର […]

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ନୂଆ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ନୂଆ ଏସଓପିରେ ଶ୍ରୀମନ୍ଦିର ପ୍ରଶାସନ ଜଗା ଦର୍ଶନର ସମୟସୀମାକୁ ବୃଦ୍ଧି କରିଛନ୍ତି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସକାଳ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ପ୍ରବେଶ କରିପାରିବେ।କରୋନା କଟକଣା ଓ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର ।ସେହିପରି ଗତ ଅକ୍ଟୋବର ୧୩ ତାରିଖରେ ହୋଇଥିବା ଆଦେଶ ଅନୁସାରେ ପ୍ରତି ରହିବାର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆଜିଠୁ କଲବଲ କରିବ ତାତି: ୪୦ ଡିଗ୍ରୀ ଛୁଇଁବ ପାରଦ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅନ୍ୟପଟେ ବନକ ଲାଗି ଓ ପଇତା ଲାଗି ସମୟରେ ଜୟ ବିଜୟ ଓ ବେହରଣ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ପ୍ରବେଶ ପାଇଁ ୨ଟି ଡୋଜ୍ ଟିକା କିମ୍ବା ୭୨ ଘଣ୍ଟା ମଧ୍ୟର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ପରୀକ୍ଷା ରିପୋର୍ଟ ଦେଖାଇବାକୁ ପଡ଼ିବ । ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ ।ଏବେ ସକାଳ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ।

ଆହୁରି ପଢ଼ନ୍ତୁ: ଯାଜପୁର କାଳୀମେଘା ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ୫ ଅଭିଯୁକ୍ତ ଗିରଫ, ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

15 Dec 2021 By The Sakala

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜାରି କଲେ ନୂଆ ଏସ୍‌ଓପି, ବଢିଲା ଦର୍ଶନ ସମୟ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ନୂଆ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ନୂଆ ଏସଓପିରେ ଶ୍ରୀମନ୍ଦିର ପ୍ରଶାସନ ଜଗା ଦର୍ଶନର ସମୟସୀମାକୁ ବୃଦ୍ଧି କରିଛନ୍ତି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସକାଳ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ପ୍ରବେଶ କରିପାରିବେ।କରୋନା କଟକଣା ଓ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର ।ସେହିପରି ଗତ ଅକ୍ଟୋବର ୧୩ ତାରିଖରେ ହୋଇଥିବା ଆଦେଶ ଅନୁସାରେ ପ୍ରତି ରହିବାର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ।

ଅନ୍ୟପଟେ ବନକ ଲାଗି ଓ ପଇତା ଲାଗି ସମୟରେ ଜୟ ବିଜୟ ଓ ବେହରଣ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ପ୍ରବେଶ ପାଇଁ ୨ଟି ଡୋଜ୍ ଟିକା କିମ୍ବା ୭୨ ଘଣ୍ଟା ମଧ୍ୟର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ପରୀକ୍ଷା ରିପୋର୍ଟ ଦେଖାଇବାକୁ ପଡ଼ିବ । ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ ।ଏବେ ସକାଳ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର