ସୁମିତ-ତପସ୍ୱିନୀ ବିବାଦ: ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ, ପ୍ରତି ମାସ ୧୦ରେ ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଦେବେ ସୁମିତ୍
ବ୍ରହ୍ମପୁର: ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲାର ଆଜିର ଶୁଣାଣି ଶେଷ ହୋଇଛି। ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟ କାଏମ ରଖିଛନ୍ତି ହାଇକୋର୍ଟ । ପ୍ରତି ମାସ ୧୦ରେ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଫେବ୍ରୁଆରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ଯ କରାଯିବ । ତପସ୍ୱିନୀଙ୍କ ପକ୍ଷରୁ ପକ୍ଷ ରଖିଲେ ଆଇନଜୀବୀ ମାନସ ଚାନ୍ଦ। ସୂଚନା ଅନୁଯାୟୀ, ଜିଲ୍ଲା କୋର୍ଟ ତପସ୍ବିନୀଙ୍କୁ ତାଙ୍କ ଶଶୁର ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସୁମିତଙ୍କୁ […]
ବ୍ରହ୍ମପୁର: ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲାର ଆଜିର ଶୁଣାଣି ଶେଷ ହୋଇଛି। ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟ କାଏମ ରଖିଛନ୍ତି ହାଇକୋର୍ଟ । ପ୍ରତି ମାସ ୧୦ରେ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଫେବ୍ରୁଆରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ଯ କରାଯିବ । ତପସ୍ୱିନୀଙ୍କ ପକ୍ଷରୁ ପକ୍ଷ ରଖିଲେ ଆଇନଜୀବୀ ମାନସ ଚାନ୍ଦ।
ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର
ସୂଚନା ଅନୁଯାୟୀ, ଜିଲ୍ଲା କୋର୍ଟ ତପସ୍ବିନୀଙ୍କୁ ତାଙ୍କ ଶଶୁର ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସୁମିତଙ୍କୁ ମଧ୍ୟ ମାସିକ ୧୭ ହଜାର ଟଙ୍କା ତପସ୍ବିନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ମାସର ୧୦ ତାରିଖ ପୂର୍ବରୁ ଏହି ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ରହିଥିଲା। ସୁମିତ ଜାନୁଆରୀ ୪ ତାରିଖରେ ଜିଲ୍ଲାକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ।
ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି






