ତପସ୍ୱିନୀ-ସୁମିତ ବିବାଦ : ସୁମିତଙ୍କ ଘର ଗ୍ରିଲ ଭାଙ୍ଗି ଧସେଇ ପଶିଲେ ସ୍ଥାନୀୟ ମହିଳା, ଘର ସାମ୍ନାରେ ତୀବ୍ର ଉତ୍ତେଜନା

The Sakala Picture
Published On

ବ୍ରହ୍ମପୁର : ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ମୋଡ। ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି । ଏହାରି ମଧ୍ୟରେ ତପସ୍ୱିନୀଙ୍କ ସପକ୍ଷରେ ବାହାରିଛନ୍ତି ବ୍ରହ୍ମପୁରର ହଜାର ହଜାର ମହିଳା। ପୁଲିସ୍ ଉପସ୍ଥିତ ଥିଲେ ମଧ୍ୟ ଏହି ମହିଳାମାନେ ଡାକ୍ତର ସୁମିତ ସାହୁଙ୍କ ଘରର ଗେଟ୍ ଭାଙ୍ଗି ଧସେଇ ପଶିଛନ୍ତି । ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏହି କାଣ୍ଡ ଘଟାଇଛନ୍ତି […]

ବ୍ରହ୍ମପୁର : ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ମୋଡ। ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି । ଏହାରି ମଧ୍ୟରେ ତପସ୍ୱିନୀଙ୍କ ସପକ୍ଷରେ ବାହାରିଛନ୍ତି ବ୍ରହ୍ମପୁରର ହଜାର ହଜାର ମହିଳା। ପୁଲିସ୍ ଉପସ୍ଥିତ ଥିଲେ ମଧ୍ୟ ଏହି ମହିଳାମାନେ ଡାକ୍ତର ସୁମିତ ସାହୁଙ୍କ ଘରର ଗେଟ୍ ଭାଙ୍ଗି ଧସେଇ ପଶିଛନ୍ତି । ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏହି କାଣ୍ଡ ଘଟାଇଛନ୍ତି । ସୁମିତଙ୍କ ଘର ବାହାରେ ମଧ୍ୟ ପାଟିତୁଣ୍ଡ ଓ ହୋହଲ୍ଲା କରୁଛନ୍ତି ଲୋକେ । ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଶାନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଅନ୍ୟପକ୍ଷରେ ତପସ୍ୱିନୀ ଓ ସୁମିତ ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ ଆଜି ତାଙ୍କ ପୂର୍ବ ରାୟକୁ ପୁଣି ଦୋହରାଇଛନ୍ତି। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଲାଇଟ୍, ପାଣି ଓ ପରିମଳ ବ୍ୟବସ୍ଥା ଥିବା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ଡାକ୍ତର ସୁମିତଙ୍କୁ କହିଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଏସ୍‌ଡିଜେଏମ୍‌ କୋର୍ଟ ପୂର୍ବରୁ ମଧ୍ୟ ଏହି ରାୟ ଦେଇଥିଲେ କିନ୍ତୁ କୌଣସି ସମାଧାନ ହୋଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ତପସ୍ୱିନୀ ସନ୍ତୁଷ୍ଟ ନଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି,
ସୁମିତ ନିଖୋଜ ଥିବା ଆମେ କୋର୍ଟଙ୍କୁ ଜଣାଇଛୁ। ସୁମିତ କେଉଁଠି ଅଛନ୍ତି, ନା ପୁଲିସ ଜାଣିଛି ନା ଅନ୍ୟ କେହି। ଏହା ସତ୍ତ୍ୱେ ସୁମିତଙ୍କୁ ଭଡ଼ାଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୁହାଯାଇଛି। ଭଡ଼ା ଘର ନେବା ପର୍ୟ୍ୟନ୍ତ ତପସ୍ବିନୀ କେଉଁଠି ରହିବେ, କୋର୍ଟ କହିନାହାନ୍ତି। କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ସେ ନିଷ୍ପତ୍ତି ସେ ନିଜେ ନେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର