ସିସିଟିଭି କ୍ୟାମେରା ଉପରେ କନା ପକାଇ ମୋ ପରିବାର ପାଇଁ ନୂଆ ଷଡଯନ୍ତ୍ର କରୁଛନ୍ତି ତପସ୍ୱିନୀ ଏବଂ ପ୍ରମିଳା : ସୁମିତଙ୍କ ବାପା

The Sakala Picture
Published On

ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ସୁମିତ ଏବଂ ତପସ୍ୱିନୀ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ଲୋକେ ଦିନ ରାତି ଚର୍ଚ୍ଚା ଜାରି ରଖିଛନ୍ତି। ପ୍ରାତଃଭ୍ରମଣ ହେଉ କିମ୍ବା ଚାହା ଖଟି ହେଉ ସବୁଠାରେ ତପସ୍ୱିନୀଙ୍କ ଚର୍ଚ୍ଚା ଧରିଛି। କେହି ତପସ୍ୱିନୀଙ୍କ ସପକ୍ଷରେ କହୁଥିବା ବେଳେ କେହି ସୁମିତଙ୍କ ସପକ୍ଷରେ କହୁଛନ୍ତି। […]

ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ସୁମିତ ଏବଂ ତପସ୍ୱିନୀ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ଲୋକେ ଦିନ ରାତି ଚର୍ଚ୍ଚା ଜାରି ରଖିଛନ୍ତି। ପ୍ରାତଃଭ୍ରମଣ ହେଉ କିମ୍ବା ଚାହା ଖଟି ହେଉ ସବୁଠାରେ ତପସ୍ୱିନୀଙ୍କ ଚର୍ଚ୍ଚା ଧରିଛି। କେହି ତପସ୍ୱିନୀଙ୍କ ସପକ୍ଷରେ କହୁଥିବା ବେଳେ କେହି ସୁମିତଙ୍କ ସପକ୍ଷରେ କହୁଛନ୍ତି। କେହି କେହି କୋର୍ଟଙ୍କ ରାୟକୁ ନେଇ ଆଲୋଚନା କରୁଥିବା ବେଳେ କେହି ଉଭୟ ପକ୍ଷର ଓକିଲଙ୍କ ମତକୁ ନେଇ ମଧ୍ୟ ଆଲୋଚନା କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏହାରି ମଧ୍ୟରେ ଆଜି ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀଙ୍କ ଧାରଣାକୁ ଠିକ୍ ମାସେ ପୂରିଛି। ଦୁଇଦିନ ପୂର୍ବେ ସ୍ଥାନୀୟ ମହିଳାମାନେ ଉତ୍ୟେକ୍ତ ହୋଇ ତାଙ୍କ ଶ୍ୱଶୁର ଘରର ମୁଖ୍ୟ ଗେଟ୍ ଭାଙ୍ଗି ତପସ୍ୱିନୀଙ୍କୁ ଭିତରକୁ ନେଇଥିଲେ। ହେଲେ ଭିତର କବାଟ ବନ୍ଦ ରହିଥିବା ଯୋଗୁଁ ତପସ୍ୱିନୀ ବାରଣ୍ଡାରେ ଧାରଣାରେ ବସିଛନ୍ତି। ଅନ୍ୟପଟେ ଉଭୟ ପତି-ପତ୍ନୀ ଏବଂ ଶ୍ୱଶୁରଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଯୋରଦାର ଚାଲିଛି। ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରଖିବା ପାଇଁ ତପସ୍ୱିନୀଙ୍କ ଓକିଲ ଯେଉଁ ପିଟିସନ ଦେଇଥିଲେ ତାହାର କୌଣସି ରାୟ ଆସିନଥିବା ଯୋଗୁଁ ଏହାକୁ ନେଇ ଉପର କୋର୍ଟରେ ଆଇନଜୀବୀ ଦୀପକ ପଟ୍ଟନାୟକ ଅପିଲ କରିଥିବା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଅନ୍ୟପଟେ ଆଜି ତପସ୍ୱିନୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀ ଉଭୟେ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ସୁମିତଙ୍କ ବାପା ପ୍ରମୋଦ ସାହୁ କହିଛନ୍ତି ଯେ ମୋ ବାରଣ୍ଡାରେ ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ତପସ୍ୱିନୀ ଏକ କନା ଘୋଡାଇ ଦେଇଛନ୍ତି। ସେମାନେ ମୋ ପରିବାର ବିରୋଧରେ କିଛି ଷଡ଼ଯନ୍ତ୍ର କରୁଛନ୍ତି।ତୁରନ୍ତ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ଶ୍ୱଶୁର ପ୍ରମୋଦ କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ସେପଟେ ତପସ୍ୱିନୀ କହିଛନ୍ତି ଯେ, ଗତ ୨୦ ତାରିଖ ଦିନ ସ୍ଥାନୀୟ ମହିଳାମାନେ ଶ୍ୱଶୁର ଘର କବାଟ ଭାଙ୍ଗି ତାଙ୍କୁ ଘରେ ପୁରାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଘରର ଅନ୍ୟ କବାଟ ବନ୍ଦ ରହିଥିବା ଯୋଗୁଁ ମୁଁ ବାରଣ୍ଡାରେ ବସି ରହିଛି। ବର୍ତ୍ତମାନ ମୁଁ ବାରଣ୍ଡାରେ ରହୁଛି।ମୋର ପ୍ରାଇଭେସି ପାଇଁ ମୁଁ ସିସିଟିଭି କ୍ୟାମେରାରେ କନା ଘୋଡାଇ ଦେଇଛି। ମୁଁ ମୋ ସ୍ୱାମୀଙ୍କ ନିକଟକୁ ଯିବା ପରେ ଉକ୍ତ କନାକୁ ବାହାର କରିଦେବି ବୋଲି ତପସ୍ୱିନୀ କହିଛନ୍ତି।

22 Dec 2021 By The Sakala

ସିସିଟିଭି କ୍ୟାମେରା ଉପରେ କନା ପକାଇ ମୋ ପରିବାର ପାଇଁ ନୂଆ ଷଡଯନ୍ତ୍ର କରୁଛନ୍ତି ତପସ୍ୱିନୀ ଏବଂ ପ୍ରମିଳା : ସୁମିତଙ୍କ ବାପା

ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ସୁମିତ ଏବଂ ତପସ୍ୱିନୀ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ଲୋକେ ଦିନ ରାତି ଚର୍ଚ୍ଚା ଜାରି ରଖିଛନ୍ତି। ପ୍ରାତଃଭ୍ରମଣ ହେଉ କିମ୍ବା ଚାହା ଖଟି ହେଉ ସବୁଠାରେ ତପସ୍ୱିନୀଙ୍କ ଚର୍ଚ୍ଚା ଧରିଛି। କେହି ତପସ୍ୱିନୀଙ୍କ ସପକ୍ଷରେ କହୁଥିବା ବେଳେ କେହି ସୁମିତଙ୍କ ସପକ୍ଷରେ କହୁଛନ୍ତି। କେହି କେହି କୋର୍ଟଙ୍କ ରାୟକୁ ନେଇ ଆଲୋଚନା କରୁଥିବା ବେଳେ କେହି ଉଭୟ ପକ୍ଷର ଓକିଲଙ୍କ ମତକୁ ନେଇ ମଧ୍ୟ ଆଲୋଚନା କରୁଛନ୍ତି।

ଏହାରି ମଧ୍ୟରେ ଆଜି ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀଙ୍କ ଧାରଣାକୁ ଠିକ୍ ମାସେ ପୂରିଛି। ଦୁଇଦିନ ପୂର୍ବେ ସ୍ଥାନୀୟ ମହିଳାମାନେ ଉତ୍ୟେକ୍ତ ହୋଇ ତାଙ୍କ ଶ୍ୱଶୁର ଘରର ମୁଖ୍ୟ ଗେଟ୍ ଭାଙ୍ଗି ତପସ୍ୱିନୀଙ୍କୁ ଭିତରକୁ ନେଇଥିଲେ। ହେଲେ ଭିତର କବାଟ ବନ୍ଦ ରହିଥିବା ଯୋଗୁଁ ତପସ୍ୱିନୀ ବାରଣ୍ଡାରେ ଧାରଣାରେ ବସିଛନ୍ତି। ଅନ୍ୟପଟେ ଉଭୟ ପତି-ପତ୍ନୀ ଏବଂ ଶ୍ୱଶୁରଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଯୋରଦାର ଚାଲିଛି। ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରଖିବା ପାଇଁ ତପସ୍ୱିନୀଙ୍କ ଓକିଲ ଯେଉଁ ପିଟିସନ ଦେଇଥିଲେ ତାହାର କୌଣସି ରାୟ ଆସିନଥିବା ଯୋଗୁଁ ଏହାକୁ ନେଇ ଉପର କୋର୍ଟରେ ଆଇନଜୀବୀ ଦୀପକ ପଟ୍ଟନାୟକ ଅପିଲ କରିଥିବା ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଜି ତପସ୍ୱିନୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀ ଉଭୟେ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ସୁମିତଙ୍କ ବାପା ପ୍ରମୋଦ ସାହୁ କହିଛନ୍ତି ଯେ ମୋ ବାରଣ୍ଡାରେ ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ତପସ୍ୱିନୀ ଏକ କନା ଘୋଡାଇ ଦେଇଛନ୍ତି। ସେମାନେ ମୋ ପରିବାର ବିରୋଧରେ କିଛି ଷଡ଼ଯନ୍ତ୍ର କରୁଛନ୍ତି।ତୁରନ୍ତ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ଶ୍ୱଶୁର ପ୍ରମୋଦ କହିଛନ୍ତି।

ସେପଟେ ତପସ୍ୱିନୀ କହିଛନ୍ତି ଯେ, ଗତ ୨୦ ତାରିଖ ଦିନ ସ୍ଥାନୀୟ ମହିଳାମାନେ ଶ୍ୱଶୁର ଘର କବାଟ ଭାଙ୍ଗି ତାଙ୍କୁ ଘରେ ପୁରାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଘରର ଅନ୍ୟ କବାଟ ବନ୍ଦ ରହିଥିବା ଯୋଗୁଁ ମୁଁ ବାରଣ୍ଡାରେ ବସି ରହିଛି। ବର୍ତ୍ତମାନ ମୁଁ ବାରଣ୍ଡାରେ ରହୁଛି।ମୋର ପ୍ରାଇଭେସି ପାଇଁ ମୁଁ ସିସିଟିଭି କ୍ୟାମେରାରେ କନା ଘୋଡାଇ ଦେଇଛି। ମୁଁ ମୋ ସ୍ୱାମୀଙ୍କ ନିକଟକୁ ଯିବା ପରେ ଉକ୍ତ କନାକୁ ବାହାର କରିଦେବି ବୋଲି ତପସ୍ୱିନୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର