ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ଜାରି, ପ୍ରକଳ୍ପରୁ ଓହରି ଯିବାକୁ ପୂର୍ବତଟ ରେଳବାଇର ନିଷ୍ପତ୍ତି !

The Sakala Picture
Published On

ରାଉରକେଲା : ଉପଯୁକ୍ତ କ୍ଷତିପୂରଣ ନ ମିଳିବାରୁ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣରେ ଜମି ହରାଉଥିବା କିଛି ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ହାଇକୋର୍ଟ ଏନେଇ ସ୍ଥିତାବସ୍ଥା ଜାରି କରିଛନ୍ତି। ଫଳରେ ପୁନର୍ବାର ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହେବାନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ, ବାଧ୍ୟ ହୋଇ ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ପୂର୍ବତଟ ରେଳ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ରେଳବାଇ ବୋର୍ଡକୁ ପତ୍ର ଲେଖି ସମସ୍ୟା ବାବଦରେ ଅବଗତ କରାଯାଉଥିବା […]

ରାଉରକେଲା : ଉପଯୁକ୍ତ କ୍ଷତିପୂରଣ ନ ମିଳିବାରୁ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣରେ ଜମି ହରାଉଥିବା କିଛି ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ହାଇକୋର୍ଟ ଏନେଇ ସ୍ଥିତାବସ୍ଥା ଜାରି କରିଛନ୍ତି। ଫଳରେ ପୁନର୍ବାର ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହେବାନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ, ବାଧ୍ୟ ହୋଇ ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ପୂର୍ବତଟ ରେଳ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ରେଳବାଇ ବୋର୍ଡକୁ ପତ୍ର ଲେଖି ସମସ୍ୟା ବାବଦରେ ଅବଗତ କରାଯାଉଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗଜପତି RTO ଅଫିସରେ ଭୟାବହ ଅଗ୍ନିକାଣ୍ଡ: ସର୍ଭର ରୁମ୍ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର

ସୂଚନାଯୋଗ୍ୟ ଯେ ତାଳଚେର ଅନ୍ତର୍ଗତ ନୁଥୁରିପୋଷି ଗାଁର ଅଲେଖଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ୮୦ ଡିସିମିଲ ଜମି ପାଇଁ ୯୦ ଲକ୍ଷ ୩,୫୫୭ ଟଙ୍କା କ୍ଷତିପୂରଣ ପାଇସାରିଥିବା ବେଳେ ନରୋତ୍ତମ ସାହୁ ୧୩.୫ ଡିସିମିଲ ପାଇଁ ୮୭ ଲକ୍ଷ ୮୨ ହଜାର ୭୯୬ ଟଙ୍କା କ୍ଷତିପୂରଣ ବାବଦକୁ ପାଇଛନ୍ତି। ସେହିପରି ସେହି ଗାଁର ସଂଜୀବ ପ୍ରଧାନ ୧୪.୫ ଡିସିମିଲ ଜମି ପାଇଁ ୬୨ ଲକ୍ଷ ୪୬ ହଜାର ୧୯୬ ଟଙ୍କା, ବିପିନ ବିହାରୀ ପ୍ରଧାନ ୧୧ ଡିସିମିଲ ଜମି ପାଇଁ ୪୯ ଲକ୍ଷ ୫୪ ହଜାର ୧୫୮ ଟଙ୍କା, ସୁଶାନ୍ତ କୁମାର ବେହେରା ତାଙ୍କ ୧୨ ଡିସିମିଲ ଜମି ପାଇଁ ୫୬ ଲକ୍ଷ ୧୪ ହଜାର ୭୩୪ ଟଙ୍କା ଏବଂ ରମେଶ ଚନ୍ଦ୍ର ସାହୁ ତାଙ୍କର ୮ ଡିସିମିଲ ଜମି ପାଇଁ ୩୮ ଲକ୍ଷ ୨୮ ହଜାର ୮୭୦ ଟଙ୍କା କ୍ଷତିପୂରଣ ବାବଦକୁ ପାଇସାରିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ !

ସମସ୍ତେ ୨୦୨୧ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ସମସ୍ତ ଅର୍ଥ ପାଇସାରିଥିବା ଜଣାପଡିଛି। ଏହାପରେ ଆହୁରି ଅଧିକ କ୍ଷତିପୂରଣ ଦାବିରେ ଜମି ନ ଛାଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଏହି ମାମଲାର ବିଚାର କରି ଡବ୍ଲ୍ୟୁପି(ସି) ନଂ ୧୫୬୨୧ ରୁ ୧୫୬୨୬, ୨୮.୦୬.୨୦୨୨ରେ ସ୍ଥିତାବସ୍ଥା ଜାରି କରିଛନ୍ତି। ବାରମ୍ବାର ବିଭିନ୍ନ କାରଣ ଯୋଗୁଁ ଜମି ଅଧିଗ୍ରହଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ତଥା ହାଇକୋର୍ଟଙ୍କ ବର୍ତ୍ତମାନ ସ୍ଥିତାବସ୍ଥା ନିର୍ଦେଶ ଯୋଗୁଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ତାଳଚେର-ବିମଳାଗଡ ରେଲୱେ ଲିଙ୍କ ଆକ୍ସନ କମିଟିର କୋର ମେମ୍ବର ବିମଳ କୁମାର ବିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବିଳମ୍ବ ନେଇ କମିଟି ପକ୍ଷରୁ ହାଇକୋର୍ଟରେ ୨ ବର୍ଷ ପୂର୍ବେ ପିଟିସନ ଦାୟର ହୋଇଥିବା ବେଳେ ଉକ୍ତ ମାମଲା ନାଲିଫିତା ରହି ଯାଇଛି। ସଦ୍ୟ ହାଇକୋର୍ଟଙ୍କ ଏନେଇ ସ୍ଥିତାବସ୍ଥା ଆଦେଶ ଏହି ପ୍ରକଳ୍ପକୁ ଆହୁରି ବହୁ ବର୍ଷ ପଛକୁ ଠେଲିଦେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଶ୍ରୀ ବିଶି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପ୍ରସ୍ତାବିତ ତାଳଚେର-ବିମଳାଗଡ ରେଳ ଧାରଣାର ମୋଟ ଦୂରତା ହେଉଛି ୧୪୯ କିଲୋମିଟର। ଯେଉଁଥିରେ ସୁନ୍ଦରଗଡ଼ ଜିଲ୍ଲାରେ ୩୯ କିଲୋମିଟର, ଦେବଗଡ଼ ଜିଲ୍ଲାରେ ୩୨ କିମି ଏବଂ ଅବଶିଷ୍ଟ ୭୮ କିଲୋମିଟର ରେଳପଥ ରହିଛି ତାଳଚେର ଅଞ୍ଚଳରେ। ଏହି ରେଳପଥ ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ୭୫.୭ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ସାରି ରେଳବାଇକୁ ହସ୍ତାନ୍ତର କରିବା ବେଳେ ଅବଶିଷ୍ଟ ଜମି ଅଧିଗ୍ରହଣ କରାଯିବାକୁ କାର୍ଯ୍ୟକ୍ରମ ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୩୯ କିଲୋମିଟର ରେଳପଥ ନିର୍ମାଣ ପାଇଁ ୨୯ଟି ଗାଁ ମୋଟ ୨୪୭.୬୪୦ ଏକର ଜମି ଯିବ। ଲହୁଣୀପଡ଼ାର ୨୨ଟି ଗ୍ରାମ, ରେଳବାଇର ୪ଟି ଗ୍ରାମ, ବଣାଇଁର ୩ଟି ଗ୍ରାମ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି। ଏହି ପ୍ରକଳ୍ପ ପାଇଁ ବେସରକାରୀ ଜମି ୨୪୭.୬୪୦ ଏକର ରହିଥିବା ବେଳେ ସରକାରୀ ଜମି ୧୯୨.୭୯ ଏକର, ଜଙ୍ଗଲ ଜମି ୯୫.୫୧ ଜମି ଅଧିଗ୍ରହଣ ହେବ। ତାଳଚେର ପାର୍ଶ୍ୱରୁ ଇତିମଧ୍ୟରେ ୧୫୦ ଜମି ଅଧିଗ୍ରହଣ ମଧ୍ୟରୁ କେବଳ ୫୩ କିଲୋମିଟର ରେଳପଥ ସମାପ୍ତ ହୋଇଛି। ତେବେ ପାଖାପାଖି ୧୦୦ କିଲୋମିଟର ରେଳପଥ ନିର୍ମାଣରେ କୌଣସି ପ୍ରଗତି ହୋଇନାହିଁ।

ତାଳଚେର ପଟୁ ୫୫ କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ବିମଳାଗଡ ପଟୁ କାମ ଆରମ୍ଭ ହୋଇପାରି ନାହିଁ। ସେହିପରି ବିମଳାଗଡ ପାର୍ଶ୍ୱରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆଦୌ ହୋଇନାହିଁ। ସୁନ୍ଦରଗଡ଼ ଓ ଦେବଗଡ ଜିଲ୍ଲାପାଳଙ୍କୁ ଏହି ୨ଟି ଜିଲ୍ଲାର ଜମି ଅଧିଗ୍ରହଣ କ୍ଷତିପୂରଣ ପାଇଁ ରେଳବାଇ ୨୨୨ କୋଟି ଟଙ୍କା ଜମା କରି ସାରିଛି। ତେବେ ସୁନ୍ଦରଗଡ ଜିଲ୍ଲାର ୨୯ଟି ଗାଁରେ କ୍ଷତିପୂରଣ ନେଇ କୌଣସି ଅସୁବିଧା ନଥିବା ବେଳେ କେବଳ ଫକିରମୁଣ୍ଡା ଗ୍ରାମବାସୀ କ୍ଷତିପୂରଣ କମ୍ ଥିବା ଦର୍ଶାଇ ଗ୍ରହଣ ନ କରିବାରୁ ଏପର୍ଯ୍ୟନ୍ତ କାହାରିକୁ କ୍ଷତିପୂରଣ ଦିଆଯାଇ ନାହିଁ। ସୁନ୍ଦରଗଡ଼ ଜିଲ୍ଲାର ୨୯ଟି ଗାଁ ମଧ୍ୟରୁ ୨୮ଟି ଗାଁର ଜମିର ବେଞ୍ଚମାର୍କ ମୂଲ୍ୟ ପ୍ରତି ଏକର ୫ ଲକ୍ଷ ୩୩ ହଜାର ଟଙ୍କା ରହିଛି। ଫକିରମୁଣ୍ଡା ଗାଁର ଜମିର ବେଞ୍ଚମାର୍କ ମୂଲ୍ୟ ପ୍ରତି ଏକର ୫ ଲକ୍ଷ ୮୬ ହଜାର ୮୫୦ ଟଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜମି ହରାଇଥିବାଙ୍କୁ ବର୍ଦ୍ଧିତ ହାରରେ କ୍ଷତିପୂରଣ ବାବଦକୁ ୩୫ କୋଟି ୬୮ ଲକ୍ଷ ୪୫ ହଜାର ୫୮୪ ଟଙ୍କା ଅତିରିକ୍ତି ଅର୍ଥ ମଂଜୁରୀ ପାଇଁ ପ୍ରଦାନ କରିବା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯାଳୟ ଚିଠି ୨୩୫/ ନଂ ଆରଇଏସ/ ୨୨. ୦୩. ୨୨ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଥିଲେ। ମାତ୍ର ୪ ମାସ ପରେ ବି କୌଣସି ଉତ୍ତର ଆସିନାହିଁ। ଯାହାଫଳରେ ରେଳବାଇ ନିକଟରେ ଏହି ଅର୍ଥ ରହିଥିଲେ ମଧ୍ୟ ଜମି ଅଧିଗ୍ରହଣ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରୁନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର