କାର୍ଡ ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ଦର୍ଶନ ଓ ସମକାଳୀନ ବ୍ୟବସ୍ଥା ସମ୍ପର୍କିତ ଆଲୋଚନା ଚକ୍ର

The Sakala Picture
Published On

ଭୁବନେଶ୍ୱର: ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର (କାର୍ଡ) ଦ୍ୱାରା ଏକ ଆଲୋଚନା ଅନଲାଇନ ଜୁମ ଓ ଫେସବୁକ ଲାଇଭ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ସାମ୍ବାଦିକ ସତ୍ୟବ୍ରତ ବେହୁରା, କିଟ ବିଶ୍ୱବିଦ୍ୟାଳୟର ଇତିହାସ ଅଧ୍ୟାପକ ଡଃ କମଳ ପ୍ରସାଦ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକ ଅଧ୍ୟାପକ ରୁଦ୍ରନାରାୟଣ ଦାଶ, ସାନ କଶ୍ୟପ ଓ ଶୁଭମ ଦାସ ଆଲୋଚକ ଭାବରେ ଯୋଗଦେଇ ‘ମ୍ୟାପିଂ […]

ଭୁବନେଶ୍ୱର: ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର (କାର୍ଡ) ଦ୍ୱାରା ଏକ ଆଲୋଚନା ଅନଲାଇନ ଜୁମ ଓ ଫେସବୁକ ଲାଇଭ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ସାମ୍ବାଦିକ ସତ୍ୟବ୍ରତ ବେହୁରା, କିଟ ବିଶ୍ୱବିଦ୍ୟାଳୟର ଇତିହାସ ଅଧ୍ୟାପକ ଡଃ କମଳ ପ୍ରସାଦ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକ ଅଧ୍ୟାପକ ରୁଦ୍ରନାରାୟଣ ଦାଶ, ସାନ କଶ୍ୟପ ଓ ଶୁଭମ ଦାସ ଆଲୋଚକ ଭାବରେ ଯୋଗଦେଇ ‘ମ୍ୟାପିଂ ଟେକ୍ନୋସିନିଆ, ୟୁଥ ଆଣ୍ଡ କଂଟେମ୍ପୋରାରୀ ପଲିଟିକ୍ସ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରିବା ସହିତ ସ୍ୱାମୀଜୀଙ୍କ ଦର୍ଶନ ଓ ସମକାଳୀନ ସମାଜରେ ତାର ଉପଯୋଗୀତା, ଛାତ୍ର ତଥା ଯୁବକମାନଙ୍କ ଭୂମିକା, ରାଷ୍ଟ୍ର ଗଠନରେ ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଆଜିକାଲିର ପଥଭ୍ରଷ୍ଟ ଯୁବସମାଜକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥିଲେ। ଶ୍ରୀ ଚାରୁଦତ୍ତ ପାଣିଗ୍ରାହୀ ମଧ୍ୟ ଯୁବସମାଜ କିପରି ଭାବେ ସ୍ବପ୍ନ ଦେଖାରୁ ଦୁରେଇ ଯାଇ ସମୟ ନଷ୍ଟ କରୁଛନ୍ତି ସେଥିପ୍ରତି ଚିନ୍ତା ପ୍ରକଟ କରିଥିଲେ। ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ବିବେକାନନ୍ଦଙ୍କ ବାଣୀ ସାମାଜିକ ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟିରେ କିପରି ସହାୟକ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଆଲୋଚନାଚକ୍ରକୁ କାର୍ଡର ନିର୍ଦ୍ଦେଶକ ଡଃ ବିକ୍ରମ କେଶୋରୀ ଜେନା ପରିଚାଳନା କରିଥିଲେ।

ଆହୁରି ପଢ଼ନ୍ତୁ: ଗଜପତି RTO ଅଫିସରେ ଭୟାବହ ଅଗ୍ନିକାଣ୍ଡ: ସର୍ଭର ରୁମ୍ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର

ଅନ୍ୟାନ୍ୟ ମାନ୍ୟଗଣ୍ୟମାନଙ୍କ ମଧ୍ୟରେ କାର୍ଡର ଉପଦେଷ୍ଟା ଐତିହାସିକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପ୍ରଫେସର ଶ୍ରୀନିବାସୁଲୁ ଏନ, ପ୍ରୀତି ଶ୍ରୀରଞ୍ଜନ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ଲଷ୍ମୀକାନ୍ତ ମିଶ୍ର, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ଶରତ ପ୍ରଧାନ, ଡଃ ଈପସିତା ନାୟକ, ଡଃ ଜୟଶ୍ରୀ ରାଉତ, ପ୍ରଫେସର ବିକଳି ଚରଣ ଦାସ, ଡ଼ ସାମୁଏଲ ଲିମା, ଡଃ ନେହା ଶର୍ମା, କାର୍ଡର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଚିନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନାଚକ୍ରରେ ବିଶ୍ୱର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପାକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଆୟୁଷ୍ମାନ ଭାରତ ସହ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର