କଟକ ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଗତକାଲି ମା’ ଓ ୩ବର୍ଷର ଝିଅ ମୃତ୍ୟୁବରଣ କରିଥିଲେ

Madhusudan Das Picture
Published On

କଟକ: କଟକରେ ଗତକାଲି ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ସୁଧାଂଶୁବାଳାଙ୍କ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଗତକାଲି କଟକର ଜଗତପୁର ମହାଜନପୁରରେ ହୋଇଥିଲା ଭୟଙ୍କର ବାଣ ବିସ୍ଫୋରଣ । ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ୩୨ ବର୍ଷୀୟା ମା’ ଜୁଲି ନାୟକ ଓ ତାଙ୍କ ୩ବର୍ଷ ଝିଅର ଗତକାଲି ମୃତ୍ୟୁ ହୋଇଥିଲା । ଜୁଲିଙ୍କ ଶାଶୁ ସୁଧାଂଶୁବାଳାଙ୍କର ଆଜି ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ବଡ ଥିଲା ଯେ ଘରର ଛାତରେ ଫାଟ ହେବା ସହିତ, କାନ୍ଥ ଭୁଶୁଡ଼ି ଯାଇଥିଲା । ଘଟଣାର ତଦନ୍ତ କରୁଛି ଜଗତପୁର ଥାନା ପୋଲିସ୍ ।

ଆହୁରି ପଢ଼ନ୍ତୁ: ଶାମୁକା ପ୍ରକଳ୍ପକୁ ମିଳିବ ନବକଳେବର: ମାଷ୍ଟର ପ୍ଲାନରେ ହେବ ବଡ଼ ପରିବର୍ତ୍ତନ, ଓଟିଡିସିକୁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp