ଦୁର୍ନୀତି ଘେରରେ କୃଷ୍ଣପ୍ରସାଦ ଆଇଟିଆଇ: ପାଣି ପାଇଁ ଡହଳବିକଳ ଛାତ୍ରୀ, ମୁହଁ ଖୋଲିବାରୁ ଚାକିରି ହରାଇଲେ ଶିକ୍ଷୟିତ୍ରୀ

Sakala Desk Picture
Published On

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ଥିବା ବିଜୁ ପଟ୍ଟନାୟକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଏବେ ବିଭିନ୍ନ ସମସ୍ୟା ଘେରରେ ରହିଛି। ଅନୁଷ୍ଠାନରେ ବ୍ୟାପକ ଦୁର୍ନୀତି ଓ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଅଧ୍ୟକ୍ଷଙ୍କ ମନମାନି ଯୋଗୁଁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଛାତ୍ରାବାସର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ତାଲିମ ନାଁରେ କେବଳ ଖାନାପୂର୍ତ୍ତି ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ପାନ ଦୋକାନୀଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ଅବ୍ୟବସ୍ଥା ଘେରରେ ଛାତ୍ରାବାସ

ମିଳିଥିବା ସୂଚନା ଅନୁଯାୟୀ, ଅନୁଷ୍ଠାନର ମହିଳା ଛାତ୍ରାବାସରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଛାତ୍ରୀମାନେ ବାଧ୍ୟ ହୋଇ ପାଣି ପାଇଁ ପୁରୁଷ ଛାତ୍ରାବାସକୁ ଯାଉଥିବା ଦେଖିବାକୁ ମିଳୁଛି, ଯାହା ସେମାନଙ୍କ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ଚିନ୍ତାର ବିଷୟ। ଅନ୍ୟପଟେ ଶୌଚାଳୟ ଓ କବାଟ ମରାମତି ପାଇଁ ସରକାରୀ ଅର୍ଥ ଆସିଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ମାତ୍ର ୬ ମାସ ମଧ୍ୟରେ କବାଟଗୁଡ଼ିକ ଭାଙ୍ଗି ଝୁଲୁଥିବା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ୩ ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଅକାମୀ ହୋଇପଡ଼ିଛି ଦାମୀ ମେସିନ୍

ସରକାରୀ ଅର୍ଥର ଦୁରୁପଯୋଗ କିଭଳି ହେଉଛି ତାହାର ଆଉ ଏକ ନମୁନା ଏଠାରେ ଦେଖିବାକୁ ମିଳିଛି। ଡ୍ରେସ ମେକିଙ୍ଗ ଟ୍ରେଡ୍ ପାଇଁ ଆସିଥିବା ଓଭର ଲକ୍ ମେସିନ୍ ଗୁଡ଼ିକ ବ୍ୟବହାର ଅଭାବରୁ ଅଚଳ ହୋଇପଡ଼ିଛି। ଶିକ୍ଷାର୍ଥୀମାନଙ୍କୁ ଏହି ମେସିନ୍ ଜରିଆରେ କୌଣସି ତାଲିମ ଦିଆଯାଉ ନାହିଁ। ଏହା ସହିତ କୌଣସି ଶିକ୍ଷାର୍ଥୀ ଅନୁପସ୍ଥିତ ରହିଲେ ସେମାନଙ୍କ ଠାରୁ ବେଆଇନ ଭାବେ ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ‎କୃଷ୍ଣପ୍ରସାଦ ବ୍ଲକ ପରିସରରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ଚାକିରି ହରାଇଲେ ଶିକ୍ଷୟିତ୍ରୀ

ଏହି ଅନିୟମିତତା ସମ୍ପର୍କରେ ସ୍ୱର ଉତ୍ତୋଳନ କରିଥିବାରୁ ଡ୍ରେସ ମେକିଙ୍ଗ ଟ୍ରେଡର ଶିକ୍ଷୟିତ୍ରୀ ନିବେଦିତା ନନ୍ଦଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ସେ ନିଜେ ପ୍ରକାଶ କରିଛନ୍ତି। ଏପରିକି ଚାକିରିରୁ ବାହାର କରିଦେବା ପରେ ଅଧ୍ୟକ୍ଷ ତାଙ୍କୁ ଅଭିଜ୍ଞତା ପ୍ରମାଣପତ୍ର ଦେବାକୁ ମଧ୍ୟ ମନା କରିଦେଇଥିବା ଅଭିଯୋଗ ହୋଇଛି। ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ଖବର ଦିଆଯାଉନାହିଁ, ଯାହା ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

20 Feb 2026 By Sakala Desk

ଦୁର୍ନୀତି ଘେରରେ କୃଷ୍ଣପ୍ରସାଦ ଆଇଟିଆଇ: ପାଣି ପାଇଁ ଡହଳବିକଳ ଛାତ୍ରୀ, ମୁହଁ ଖୋଲିବାରୁ ଚାକିରି ହରାଇଲେ ଶିକ୍ଷୟିତ୍ରୀ

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ଥିବା ବିଜୁ ପଟ୍ଟନାୟକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଏବେ ବିଭିନ୍ନ ସମସ୍ୟା ଘେରରେ ରହିଛି। ଅନୁଷ୍ଠାନରେ ବ୍ୟାପକ ଦୁର୍ନୀତି ଓ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଅଧ୍ୟକ୍ଷଙ୍କ ମନମାନି ଯୋଗୁଁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଛାତ୍ରାବାସର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ତାଲିମ ନାଁରେ କେବଳ ଖାନାପୂର୍ତ୍ତି ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅବ୍ୟବସ୍ଥା ଘେରରେ ଛାତ୍ରାବାସ

ମିଳିଥିବା ସୂଚନା ଅନୁଯାୟୀ, ଅନୁଷ୍ଠାନର ମହିଳା ଛାତ୍ରାବାସରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଛାତ୍ରୀମାନେ ବାଧ୍ୟ ହୋଇ ପାଣି ପାଇଁ ପୁରୁଷ ଛାତ୍ରାବାସକୁ ଯାଉଥିବା ଦେଖିବାକୁ ମିଳୁଛି, ଯାହା ସେମାନଙ୍କ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ଚିନ୍ତାର ବିଷୟ। ଅନ୍ୟପଟେ ଶୌଚାଳୟ ଓ କବାଟ ମରାମତି ପାଇଁ ସରକାରୀ ଅର୍ଥ ଆସିଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ମାତ୍ର ୬ ମାସ ମଧ୍ୟରେ କବାଟଗୁଡ଼ିକ ଭାଙ୍ଗି ଝୁଲୁଥିବା ଦେଖାଯାଇଛି।

ଅକାମୀ ହୋଇପଡ଼ିଛି ଦାମୀ ମେସିନ୍

ସରକାରୀ ଅର୍ଥର ଦୁରୁପଯୋଗ କିଭଳି ହେଉଛି ତାହାର ଆଉ ଏକ ନମୁନା ଏଠାରେ ଦେଖିବାକୁ ମିଳିଛି। ଡ୍ରେସ ମେକିଙ୍ଗ ଟ୍ରେଡ୍ ପାଇଁ ଆସିଥିବା ଓଭର ଲକ୍ ମେସିନ୍ ଗୁଡ଼ିକ ବ୍ୟବହାର ଅଭାବରୁ ଅଚଳ ହୋଇପଡ଼ିଛି। ଶିକ୍ଷାର୍ଥୀମାନଙ୍କୁ ଏହି ମେସିନ୍ ଜରିଆରେ କୌଣସି ତାଲିମ ଦିଆଯାଉ ନାହିଁ। ଏହା ସହିତ କୌଣସି ଶିକ୍ଷାର୍ଥୀ ଅନୁପସ୍ଥିତ ରହିଲେ ସେମାନଙ୍କ ଠାରୁ ବେଆଇନ ଭାବେ ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।

ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ଚାକିରି ହରାଇଲେ ଶିକ୍ଷୟିତ୍ରୀ

ଏହି ଅନିୟମିତତା ସମ୍ପର୍କରେ ସ୍ୱର ଉତ୍ତୋଳନ କରିଥିବାରୁ ଡ୍ରେସ ମେକିଙ୍ଗ ଟ୍ରେଡର ଶିକ୍ଷୟିତ୍ରୀ ନିବେଦିତା ନନ୍ଦଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ସେ ନିଜେ ପ୍ରକାଶ କରିଛନ୍ତି। ଏପରିକି ଚାକିରିରୁ ବାହାର କରିଦେବା ପରେ ଅଧ୍ୟକ୍ଷ ତାଙ୍କୁ ଅଭିଜ୍ଞତା ପ୍ରମାଣପତ୍ର ଦେବାକୁ ମଧ୍ୟ ମନା କରିଦେଇଥିବା ଅଭିଯୋଗ ହୋଇଛି। ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ଖବର ଦିଆଯାଉନାହିଁ, ଯାହା ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର