ଭୁବନେଶ୍ବର ଓ ପୁରୀରେ ଦୁଃସାହସିକ ଉଡାଣ କୈାଶଳ ପ୍ରଦର୍ଶନ କରିବେ ସୂର୍ଯ୍ୟକିରଣ ବିମାନ ବାହିନୀ

The Sakala Picture
Published On

ଭୁବନେଶ୍ବର : ଚଳିତ ମାସରେ ଭୁବନେଶ୍ବର ଓ ପୁରୀରେ ଦୁଃସାହସିକ ଉଡାଣ କୈାଶଳ ପ୍ରଦର୍ଶନ କରିବେ ଭାରତୀୟ ବିମାନ ବାହିନୀ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍‌। ସେପ୍ଟେମ୍ବର ୧୬ରେ ଭୁବନେଶ୍ବର ଏବଂ ସେପ୍ଟେମ୍ବର ୧୮ରେ ପୁରୀଠାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍‌। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ରୋବ୍ୟାଟିକ୍ସ ଟିମ୍‌ ଏୟାର ଶୋ ସେପ୍ଟେମ୍ବର ୧୬ରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ କରିବାକୁ ଯାଉଥିବା ବେଳେ ସେପ୍ଟେମ୍ବର ୧୮ରେ ପୁରୀରେ ରାଜଭବନ ପାଖ ବେଳାଭୂମି ଉପରେ […]

ଭୁବନେଶ୍ବର : ଚଳିତ ମାସରେ ଭୁବନେଶ୍ବର ଓ ପୁରୀରେ ଦୁଃସାହସିକ ଉଡାଣ କୈାଶଳ ପ୍ରଦର୍ଶନ କରିବେ ଭାରତୀୟ ବିମାନ ବାହିନୀ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍‌। ସେପ୍ଟେମ୍ବର ୧୬ରେ ଭୁବନେଶ୍ବର ଏବଂ ସେପ୍ଟେମ୍ବର ୧୮ରେ ପୁରୀଠାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍‌।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ରୋବ୍ୟାଟିକ୍ସ ଟିମ୍‌ ଏୟାର ଶୋ ସେପ୍ଟେମ୍ବର ୧୬ରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ କରିବାକୁ ଯାଉଥିବା ବେଳେ ସେପ୍ଟେମ୍ବର ୧୮ରେ ପୁରୀରେ ରାଜଭବନ ପାଖ ବେଳାଭୂମି ଉପରେ କରାଯିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ସୂଚନାଯୋଗ୍ୟ ଏହା ପୂର୍ବରୁ ୨୦୧୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଶୋ କରାଯାଇଥିଲା। କଟକ ଗଣକବି ବୈଷ୍ଣବ ପାଣି ପାର୍କ ଖାନନଗର ଠାରେ ଏହି କୈାଶଳ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ରହିବା ସହ ପ୍ରାୟ ୧୦ ହଜାରର ଅଧିକ ଦର୍ଶକ ଭାରତୀୟ ବାୟୁସେନାର ବିମାନ ବାହିନୀର ଆକାଶଗଙ୍ଗା, ସୂର୍ଯ୍ୟକିରଣ ଓ ସାରଙ୍ଗର ଉଡାଣ କୈାଶଳ ଦେଖିଥିଲେ।

03 Sep 2022 By The Sakala

ଭୁବନେଶ୍ବର ଓ ପୁରୀରେ ଦୁଃସାହସିକ ଉଡାଣ କୈାଶଳ ପ୍ରଦର୍ଶନ କରିବେ ସୂର୍ଯ୍ୟକିରଣ ବିମାନ ବାହିନୀ

ଭୁବନେଶ୍ବର : ଚଳିତ ମାସରେ ଭୁବନେଶ୍ବର ଓ ପୁରୀରେ ଦୁଃସାହସିକ ଉଡାଣ କୈାଶଳ ପ୍ରଦର୍ଶନ କରିବେ ଭାରତୀୟ ବିମାନ ବାହିନୀ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍‌। ସେପ୍ଟେମ୍ବର ୧୬ରେ ଭୁବନେଶ୍ବର ଏବଂ ସେପ୍ଟେମ୍ବର ୧୮ରେ ପୁରୀଠାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍‌।

ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ରୋବ୍ୟାଟିକ୍ସ ଟିମ୍‌ ଏୟାର ଶୋ ସେପ୍ଟେମ୍ବର ୧୬ରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ କରିବାକୁ ଯାଉଥିବା ବେଳେ ସେପ୍ଟେମ୍ବର ୧୮ରେ ପୁରୀରେ ରାଜଭବନ ପାଖ ବେଳାଭୂମି ଉପରେ କରାଯିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଏହା ପୂର୍ବରୁ ୨୦୧୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଶୋ କରାଯାଇଥିଲା। କଟକ ଗଣକବି ବୈଷ୍ଣବ ପାଣି ପାର୍କ ଖାନନଗର ଠାରେ ଏହି କୈାଶଳ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ରହିବା ସହ ପ୍ରାୟ ୧୦ ହଜାରର ଅଧିକ ଦର୍ଶକ ଭାରତୀୟ ବାୟୁସେନାର ବିମାନ ବାହିନୀର ଆକାଶଗଙ୍ଗା, ସୂର୍ଯ୍ୟକିରଣ ଓ ସାରଙ୍ଗର ଉଡାଣ କୈାଶଳ ଦେଖିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର