ପୁଅକୁ ମାରିବାକୁ ଆସି ନ ପାଇବାରୁ ବାପା ଓ ମାଆଙ୍କୁ ହାଣିଲେ ପଡୋଶୀ

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଜୁନାଡିହି ଗ୍ରାମର ଜଣେ ଅଭିଯୁକ୍ତ ହତ୍ୟା ଉଦ୍ଦେଶ୍ୟରେ ଯାଇଥିବା ପଡୋଶୀ ପରିବାରର ଜଣେ ପୁଅଙ୍କୁ ନ ପାଇ ତାଙ୍କ ବୃଦ୍ଧ ବାପା ଓ ମାଆଙ୍କୁ ଟାଙ୍ଗିଆରେ ହାଣି ପକାଛନ୍ତି। ଏଥିରେ ସମ୍ପୃକ୍ତ ବୃଦ୍ଧା ବଛା ଓରାମ (୬୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ମାଧ ଓରାମ (୭୦) ଗୁରୁତର ଆହତ ହୋଇଛନ୍ତି। ଉକ୍ତ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ କାର୍ତିକ ଟିଗା ଫେରାର ହୋଇ ଯାଇଛି। ଏହି ଘଟଣାଟି […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଜୁନାଡିହି ଗ୍ରାମର ଜଣେ ଅଭିଯୁକ୍ତ ହତ୍ୟା ଉଦ୍ଦେଶ୍ୟରେ ଯାଇଥିବା ପଡୋଶୀ ପରିବାରର ଜଣେ ପୁଅଙ୍କୁ ନ ପାଇ ତାଙ୍କ ବୃଦ୍ଧ ବାପା ଓ ମାଆଙ୍କୁ ଟାଙ୍ଗିଆରେ ହାଣି ପକାଛନ୍ତି। ଏଥିରେ ସମ୍ପୃକ୍ତ ବୃଦ୍ଧା ବଛା ଓରାମ (୬୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ମାଧ ଓରାମ (୭୦) ଗୁରୁତର ଆହତ ହୋଇଛନ୍ତି। ଉକ୍ତ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ କାର୍ତିକ ଟିଗା ଫେରାର ହୋଇ ଯାଇଛି। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଅଭିଯୁକ୍ତ କାର୍ତିକ ଏବଂ ମୃତକଙ୍କ ପୁଅ ବଳ ଓରାମଙ୍କ ମଧ୍ୟରେ ପୂର୍ବ ଶୃତାତା ରହିଥିଲା। ଉକ୍ତ ଘଟଣାକୁ କେନ୍ଦ୍ର କରି ଗତକାରି ରାତିରେ କାର୍ତିକ ଏକ ଟାଙ୍ଗିଆ ଧରି ବଳଙ୍କୁ ମାରିବାକୁ ତାଙ୍କ ଘରକୁ ପହଞ୍ଚିଥିଲେ।। ମାତ୍ର ସେ ଘରେ ନ ଥିବାରୁ ଫେରି ଯାଇ କିଛି ସମୟ ପରେ ଟାଙ୍ଗିଆ ହସ୍ତରେ ପୁନର୍ବାର ଆସିଥିଲେ। ତଥାପି ବଳକୁ ନ ପାଇ ଅତ୍ୟଧିକ ଉତ୍ତେଜିତ ହୋଇ ପଡ଼ି ତାଙ୍କ ବାପା ଓ ମାଆଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ବଳଙ୍କ ମାଆ ବଛାଙ୍କ ମୁଣ୍ଡରେ ଚୋଟ ପକାଇବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ବାପା ମାଧଙ୍କ ଦେହରେ ମଧ୍ୟ ଟାଙ୍ଗିଆ ଚୋଟ ବାଜି ଗୁରୁତର ଆହତ ହୋଇଛନ୍ତି।

ଅଭିଯୋଗ ପାଇ ପୁଲିସ ଆଜି ଘଟଣାସ୍ଥଳକୁ ପହଞ୍ଚି ପ୍ରାଥମିକ ଅନୁସୁନ୍ଧାନ କରିବା ପରେ ମୃତକଙ୍କ ଶବକୁ ଜବତ କରି ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତ ମାଧଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରା ଯାଇଛି। ଏ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରିବାସହ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚଲାଇଛି। ଅଭିଯୁକ୍ତ କାର୍ତିକଙ୍କ ସ୍ତ୍ରୀ ସହିତ ବଳଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ସେ ତାଙ୍କୁ ମାରିବାକୁ ତାଙ୍କୁ ଖୋଜୁଥିବା ଚର୍ଚ୍ଚା ହେଉଛି।

27 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର