ଶୋଇଥିବାବେଳେ କାନ୍ଥ ପଡି ବାପା ମୃତ, ପୁଅ ଗୁରୁତର

The Sakala Picture
Published On

ସୁନ୍ଦରଗଡ଼: ଲଗାଣ ବର୍ଷା ହେଲା କାଳ । ମାଟି କାନ୍ଥ ତଳେ ଚାପି ହୋଇ ଚାଲିଗଲା ବାପାର ଜୀବନ, ପୁଅ ଗୁରୁତର । ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଭୁଷୁଡି ଗଲା ମାଟି କାନ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି ଏପରି ଅଘଟଣ । ମୃତକ ହେଲେ କୁରୁନାଥ କାନ୍ତା । ପୁଅ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସୂଚନା ଅନୁସାରେ, ଲଘୁଚାପ ଜନିତ ବର୍ଷା ରାଜ୍ୟର […]

ସୁନ୍ଦରଗଡ଼: ଲଗାଣ ବର୍ଷା ହେଲା କାଳ । ମାଟି କାନ୍ଥ ତଳେ ଚାପି ହୋଇ ଚାଲିଗଲା ବାପାର ଜୀବନ, ପୁଅ ଗୁରୁତର । ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଭୁଷୁଡି ଗଲା ମାଟି କାନ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି ଏପରି ଅଘଟଣ । ମୃତକ ହେଲେ କୁରୁନାଥ କାନ୍ତା । ପୁଅ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ'ଣ ଆନ୍ତରିକତା ?: ନବୀନ ପଟ୍ଟନାୟକ

ସୂଚନା ଅନୁସାରେ, ଲଘୁଚାପ ଜନିତ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଲାଗି ରହିଛି । ଯାହାଫଳରେ କିଛି ମାଟିଘର କାନ୍ଥ ଭିଜି ରହିଥିଲା । ତେବେ ଜରଙ୍ଗଲୋଇ ଗ୍ରାମର କୁରୁନାଥ ଓ ତାଙ୍କ ପୁଅ ଘରେ ଶୋଇଥିବା ବେଳେ ବର୍ଷାରେ ଭିଜିରହିଥିବା ଘର କାନ୍ଥ ତାଙ୍କ ଉପରେ ଭୁଶୁଡି ପଡିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ହୋଇଛି। ତେବେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁନ୍ଦରଗଡ଼ରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଗୁଗଲ୍‌ର ଚେତାବନୀ: ୧୦୦ କୋଟି ଫୋନ୍‌ରୁ ଡାଟା ଚୋରି ଭୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp