ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ: ୬୨ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତିପତ୍ର ପ୍ରଦାନ

The Sakala Picture
Published On

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଉରକେଲା ବିପିୟୁଟି କ୍ୟାମ୍ପସରେ ଥିବା ‘ସିପେଟ’ଠାରେ ମାଗଣାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ତାଲିମ ନେଇଥିବା ୬୨ ଜଣ ପ୍ରାର୍ଥୀଙ୍କୁ ବୁଧବାର ଦିନ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ଟେକ୍ନୋଲୋଜିରେ ତାଲିମ ଦେବା ପାଇଁ […]

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଉରକେଲା ବିପିୟୁଟି କ୍ୟାମ୍ପସରେ ଥିବା ‘ସିପେଟ’ଠାରେ ମାଗଣାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ତାଲିମ ନେଇଥିବା ୬୨ ଜଣ ପ୍ରାର୍ଥୀଙ୍କୁ ବୁଧବାର ଦିନ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ଟେକ୍ନୋଲୋଜିରେ ତାଲିମ ଦେବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର (ସିପେଟ୍) କେନ୍ଦ୍ର ଖୋଲାଯାଇଛି। ଏଠାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ୬ ମାସିଆ ତାଲିମ କାର୍ଯ୍ୟକ୍ରମ ଶେଷ କରିଥିବା ସମସ୍ତ ୬୨ ଜଣ ଯୁବକ ଯୁବତୀଙ୍କୁ ସାର୍ଟିଫିକେଟ୍ ସହିତ ବିଭିନ୍ନ କମ୍ପାନିର ନିଯୁକ୍ତିପତ୍ର ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏଥିପାଇଁ ବୁଧବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପ୍ରାର୍ଥୀମାନଙ୍କୁ ସାର୍ଟିଫିକେଟ୍ ଓ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଯୁବକ ଯୁବତୀମାନେ ରାଜ୍ୟ ବାହାରର ବିଭିନ୍ନ କମ୍ପାନିରୁ ନିଯୁକ୍ତିପତ୍ର ପାଇଛନ୍ତି। ଏହି ସଫଳତା ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ରାଉରକେଲା ସିପେଟଠାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ତାଲିମ ନେଇଥିବା ୬୨ ଜଣ ପ୍ରାର୍ଥୀଙ୍କ ଭିତରୁ ୨୨ ଜଣ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ତାଲିମ ପାଇଁ ଯୋଗ ଦେଇଥିଲେ। ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ୪୦ ଜଣ ପ୍ରାର୍ଥୀଙ୍କୁ ତାଲିମ ଲାଗି ସୁଯୋଗ ମିଳିଥିଲା।

ଏହି ତାଲିମ କାର୍ଯ୍ୟକ୍ରମ ଅଧୀନରେ ୪୦ ଜଣ ଯୁବକ ଯୁବତୀଙ୍କ ପାଇଁ ତାଲିମ ବାବଦ ଖର୍ଚ୍ଚ ସହିତ ସେମାନଙ୍କ ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଆବଶ୍ୟକ ତାଲିମ କିଟ୍ ଆଦି ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ସିପେଟ ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଖଣି ପ୍ରଭାବିତ ୬ଟି ବ୍ଲକ – କୋଇଡା, ଲହୁଣିପଡା, କୁଆରମୁଣ୍ଡା, ରାଜଗାଙ୍ଗପୁର, କୁତ୍ରା ଓ ହେମଗିରର ଆଦିବାସୀ ତଥା ଗରିବ ଶ୍ରେଣୀର ପିଲାମାନଙ୍କୁ ପ୍ଲାଷ୍ଟିକ ଟେକ୍ନୋଲୋଜିରେ ତାଲିମ ଦେବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।

ରାଉରକେଲାସ୍ଥିତ ସିପେଟଠାରେ ୬ ମାସିଆ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ (ଏମଓପିପି) ସହିତ ମଲ୍ଟି ସ୍କିଲ ଟ୍ରେନିଙ୍ଗ ପ୍ରୋଗ୍ରାମ ଭଳି ପାଠ୍ୟକ୍ରମ ରହିଛି। ତା’ମଧ୍ୟରୁ ଏମଓପିପି ତାଲିମ କାର୍ଯ୍ୟକ୍ରମରେ ୪୦ଟି ସିଟ୍ ଲାଗି ଡିଏମଏଫ, ସୁନ୍ଦରଗଡ଼ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ପାଠ୍ୟକ୍ରମରେ ପ୍ରାର୍ଥୀମାନଙ୍କୁ ରାଉରକେଲା କେନ୍ଦ୍ରଠାରେ ପ୍ରଥମ ୫ ମାସ ଥିଓରି ତାଲିମ ପରେ ସିପେଟର ଭୁବନେଶ୍ଵର କେନ୍ଦ୍ରଠାରେ ଅତିରିକ୍ତ ପ୍ରାକ୍ଟିକାଲ ତାଲିମ ଦିଆଯାଉଛି।

ଏହି ଏମଓପିପି ତାଲିମ ଲାଗି ପ୍ରାର୍ଥୀମାନେ ଦଶମ ପାସ କରିବା ସହ ସେମାନଙ୍କ ବୟସ ୧୮ ବର୍ଷ ହୋଇଥିବା ଦରକାର। ଏଥିପାଇଁ ଚୟନ ବେଳେ ୬ଟି ଖଣି ପ୍ରଭାବିତ ଅନୁସୂଚିତ ଜାତି ଓ ଜନଜାତି ସହ ଆର୍ଥିକ ଅନଗ୍ରସର ବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଉଛି। ୨୦୨୨-୨୩ ବର୍ଷ ପାଇଁ ଡିଏମଏଫ, ସୁନ୍ଦରଗଡ଼ ପକ୍ଷରୁ ଆଉ ୪ଟି ପାଠ୍ୟକ୍ରମ ଯୋଡ଼ିବା ଲାଗି ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ତାଲିମ ପାଇଁ ୪୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏହି ତାଲିମ କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ।

ସାର୍ଟିଫିକେଟ୍ ଓ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ସିପେଟ, ରାଉରକେଲାର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ, ଡିଏମଏଫ ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

24 Mar 2022 By The Sakala

ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ: ୬୨ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତିପତ୍ର ପ୍ରଦାନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଉରକେଲା ବିପିୟୁଟି କ୍ୟାମ୍ପସରେ ଥିବା ‘ସିପେଟ’ଠାରେ ମାଗଣାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ତାଲିମ ନେଇଥିବା ୬୨ ଜଣ ପ୍ରାର୍ଥୀଙ୍କୁ ବୁଧବାର ଦିନ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ଟେକ୍ନୋଲୋଜିରେ ତାଲିମ ଦେବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର (ସିପେଟ୍) କେନ୍ଦ୍ର ଖୋଲାଯାଇଛି। ଏଠାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ୬ ମାସିଆ ତାଲିମ କାର୍ଯ୍ୟକ୍ରମ ଶେଷ କରିଥିବା ସମସ୍ତ ୬୨ ଜଣ ଯୁବକ ଯୁବତୀଙ୍କୁ ସାର୍ଟିଫିକେଟ୍ ସହିତ ବିଭିନ୍ନ କମ୍ପାନିର ନିଯୁକ୍ତିପତ୍ର ଦିଆଯାଇଛି।

ଏଥିପାଇଁ ବୁଧବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପ୍ରାର୍ଥୀମାନଙ୍କୁ ସାର୍ଟିଫିକେଟ୍ ଓ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଯୁବକ ଯୁବତୀମାନେ ରାଜ୍ୟ ବାହାରର ବିଭିନ୍ନ କମ୍ପାନିରୁ ନିଯୁକ୍ତିପତ୍ର ପାଇଛନ୍ତି। ଏହି ସଫଳତା ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅଭିନନ୍ଦନ ଜଣାଇଛନ୍ତି।

ରାଉରକେଲା ସିପେଟଠାରେ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ ତାଲିମ ନେଇଥିବା ୬୨ ଜଣ ପ୍ରାର୍ଥୀଙ୍କ ଭିତରୁ ୨୨ ଜଣ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ତାଲିମ ପାଇଁ ଯୋଗ ଦେଇଥିଲେ। ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ୪୦ ଜଣ ପ୍ରାର୍ଥୀଙ୍କୁ ତାଲିମ ଲାଗି ସୁଯୋଗ ମିଳିଥିଲା।

ଏହି ତାଲିମ କାର୍ଯ୍ୟକ୍ରମ ଅଧୀନରେ ୪୦ ଜଣ ଯୁବକ ଯୁବତୀଙ୍କ ପାଇଁ ତାଲିମ ବାବଦ ଖର୍ଚ୍ଚ ସହିତ ସେମାନଙ୍କ ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଆବଶ୍ୟକ ତାଲିମ କିଟ୍ ଆଦି ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ସିପେଟ ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଖଣି ପ୍ରଭାବିତ ୬ଟି ବ୍ଲକ – କୋଇଡା, ଲହୁଣିପଡା, କୁଆରମୁଣ୍ଡା, ରାଜଗାଙ୍ଗପୁର, କୁତ୍ରା ଓ ହେମଗିରର ଆଦିବାସୀ ତଥା ଗରିବ ଶ୍ରେଣୀର ପିଲାମାନଙ୍କୁ ପ୍ଲାଷ୍ଟିକ ଟେକ୍ନୋଲୋଜିରେ ତାଲିମ ଦେବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।

ରାଉରକେଲାସ୍ଥିତ ସିପେଟଠାରେ ୬ ମାସିଆ ‘ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ’ (ଏମଓପିପି) ସହିତ ମଲ୍ଟି ସ୍କିଲ ଟ୍ରେନିଙ୍ଗ ପ୍ରୋଗ୍ରାମ ଭଳି ପାଠ୍ୟକ୍ରମ ରହିଛି। ତା’ମଧ୍ୟରୁ ଏମଓପିପି ତାଲିମ କାର୍ଯ୍ୟକ୍ରମରେ ୪୦ଟି ସିଟ୍ ଲାଗି ଡିଏମଏଫ, ସୁନ୍ଦରଗଡ଼ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ପାଠ୍ୟକ୍ରମରେ ପ୍ରାର୍ଥୀମାନଙ୍କୁ ରାଉରକେଲା କେନ୍ଦ୍ରଠାରେ ପ୍ରଥମ ୫ ମାସ ଥିଓରି ତାଲିମ ପରେ ସିପେଟର ଭୁବନେଶ୍ଵର କେନ୍ଦ୍ରଠାରେ ଅତିରିକ୍ତ ପ୍ରାକ୍ଟିକାଲ ତାଲିମ ଦିଆଯାଉଛି।

ଏହି ଏମଓପିପି ତାଲିମ ଲାଗି ପ୍ରାର୍ଥୀମାନେ ଦଶମ ପାସ କରିବା ସହ ସେମାନଙ୍କ ବୟସ ୧୮ ବର୍ଷ ହୋଇଥିବା ଦରକାର। ଏଥିପାଇଁ ଚୟନ ବେଳେ ୬ଟି ଖଣି ପ୍ରଭାବିତ ଅନୁସୂଚିତ ଜାତି ଓ ଜନଜାତି ସହ ଆର୍ଥିକ ଅନଗ୍ରସର ବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଉଛି। ୨୦୨୨-୨୩ ବର୍ଷ ପାଇଁ ଡିଏମଏଫ, ସୁନ୍ଦରଗଡ଼ ପକ୍ଷରୁ ଆଉ ୪ଟି ପାଠ୍ୟକ୍ରମ ଯୋଡ଼ିବା ଲାଗି ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ତାଲିମ ପାଇଁ ୪୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏହି ତାଲିମ କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ।

ସାର୍ଟିଫିକେଟ୍ ଓ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ସିପେଟ, ରାଉରକେଲାର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ, ଡିଏମଏଫ ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/sundargarh/skill-development-program-in-sundargarh-district/article-10197
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର